ପିଜି ନାମଲେଖା ତାଲିକା ପ୍ରକାଶ, 17ରେ ଚଏସ ଫିଲିଂ

author img

By

Published : Oct 13, 2021, 7:39 AM IST

ପିଜି ନାମଲେଖା ତାଲିକା ପ୍ରକାଶ, 17ରେ ଚଏସ ଫିଲିଂ

ପ୍ରକାଶ ପାଇଲା ପିଜି ନାମଲେଖା ପାଇଁ ମେଧା ତାଲିକା । 17 ତାରିଖରେ ଚଏସ ଫିଲିଂ । ଅଧିକ ପଢନ୍ତୁ...

ଭୁବନେଶ୍ବର: ପ୍ରକାଶ ପାଇଲା ପିଜି ନାମଲେଖା ତାଲିକା । ଡିଗ୍ରୀ ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମରେ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇଛି । ଯୋଗ୍ୟ ଛାତ୍ରଛାତ୍ରୀ ଅକ୍ଟୋବର 17 ତାରିଖ ପର୍ଯ୍ୟନ୍ତ ଚଏସ ଫିଲିଂ ବା ନିଜର ଇଚ୍ଛା ମୁତାବକ କଲେଜ ଚୟନ କରିବେ । ୨୨ ତାରିଖରେ ପ୍ରଥମ ପ୍ରୋଭିଜିନାଲ ଆଲଟମେଣ୍ଟ ତାଲିକା ପ୍ରକାଶ ପାଇବ । ୨୨ରୁ ୨୫ ତାରିଖ ମଧ୍ୟରେ ସାମ୍ସ ପୋର୍ଟାଲରେ ନାମଲେଖା ପାଇଁ ଫି ଦାଖଲ କରିବେ ଛାତ୍ରଛାତ୍ରୀ । ୨୩ ରୁ ୨୮ ତାରିଖ ମଧ୍ୟରେ ନାମଲେଖା ହେବା ନେଇ ସୂଚନା ମିଳିଛି ।

ନଭେମ୍ବର ୪ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ପ୍ରୋଭିଜନାଲ ଆଲଟମେଣ୍ଟ ତାଲିକା ପ୍ରକାଶ ପାଇବ । ୪ ରୁ ୭ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅନଲାଇନ ନାମଲେଖା ଫି ଦାଖଲ କରିବେ । ୫ ରୁ ୯ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ପାରିବେ ।

ଅନ୍ୟପଟେ ୧୨ ତାରିଖରେ ଖାଲି ସିଟ୍ ପାଇଁ ସାମ୍ସ ୱେବସାଇଟରେ ପ୍ରୋଭିଜନାଲ ତାଲିକା ପ୍ରକାଶ କରାଯିବ । ରାଜ୍ୟର ୧୪ଟି ବିଶ୍ବବିଦ୍ୟାଳୟ ସମେତ ୭୨ଟି ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ୬୩ ହଜାର ୩୧୩ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିଥିଲେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.