ETV Bharat / city

Vote Counting: ଶନିବାର ସକାଳ ୮ଟାରୁ କାଉଣ୍ଟିଂ, ବିଜୟ ଉତ୍ସବକୁ ବାରଣ

author img

By

Published : Feb 25, 2022, 6:17 PM IST

Vote Counting : ଆସନ୍ତାକାଲି ଭୋଟ ଗଣତି, ସକାଳ ୮ଟାରୁ କାଉଣ୍ଟିଂ
Vote Counting : ଆସନ୍ତାକାଲି ଭୋଟ ଗଣତି, ସକାଳ ୮ଟାରୁ କାଉଣ୍ଟିଂ

ଆସନ୍ତାକାଲି (ଶନିବାର) ପଞ୍ଚାୟତ ନିର୍ବାଚନର ଭୋଟ ଗଣତି । ପ୍ରତି ବ୍ଲକ ହେଡ କ୍ଵାର୍ଟରରେ ଭୋଟ ଗଣତି ପ୍ରକ୍ରିୟା ସକାଳ ୮ଟାରୁ ଆରମ୍ଭ ହେବ । ଅଧିକ ପଢନ୍ତୁ

ଭୁବନେଶ୍ବର: ଆସନ୍ତାକାଲି (ଶନିବାର) ପଞ୍ଚାୟତ ନିର୍ବାଚନର ଭୋଟ ଗଣତି । ପ୍ରତି ବ୍ଲକ ହେଡ କ୍ଵାର୍ଟରରେ ଭୋଟ ଗଣତି ପ୍ରକ୍ରିୟା ସକାଳ ୮ଟାରୁ ଆରମ୍ଭ ହେବ । ୩୧୩ ବ୍ଲକରେ ଗୋଟିଏ ଗୋଟିଏ ଜୋନରେ କାଉଣ୍ଟିଂ ଆରମ୍ଭ ହେବାକୁ ସ୍ଥିର ହୋଇଥିବା ବେଳେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକରେ ୨ଟି ଜୋନରେ ହେବ କାଉଣ୍ଟିଂ।

Vote Counting : ଆସନ୍ତାକାଲି ଭୋଟ ଗଣତି, ସକାଳ ୮ଟାରୁ କାଉଣ୍ଟିଂ

୨୬, ୨୭ ଓ ୨୮ ତାରିଖ ଅର୍ଥାତ ତିନି ଦିନ ଧରି ଭୋଟ ଗଣତି ଚାଲିବ । ସକାଳ ୮ଟାରୁ ଆରମ୍ଭ ହୋଇ ଶେଷ ହେବା ଯାଏଁ ଗଣତି ଚାଲିବ ବୋଲି ସୂଚନା ମିଳିଛି । ଗୋଟିଏ ଗୋଟିଏ ରାଉଣ୍ଡର ଗଣତି ଶେଷ ହେବା ପରେ ମାଇକ ଯୋଗେ ଫଳାଫଳ ଘୋଷଣା ହେବ । ଚୁଡାନ୍ତ ଫଳାଫଳ ନିର୍ବାଚନ ଆୟୋଗ ନିର୍ଦ୍ଧାରିତ ଫର୍ମରେ ଘୋଷଣା କରିବେ ।

ଏହାବି ପଢନ୍ତୁ : ଭୁବନେଶ୍ୱର ମହାନଗର ନିଗମରେ କ୍ଲିନ ସୁଇପ କରିବ ବିଜେଡି: ଅନନ୍ତ

ସେପଟେ ଭୋଟ ଗଣତି ସମୟରେ ସୁରକ୍ଷା ବ୍ୟବସ୍ଥା ନେଇ ରାଜ୍ୟ ନିର୍ବାଚନ କମିଶନ ପୋଲିସ ଡିଜିଙ୍କ ସହ ଆଲୋଚନା କରିଛନ୍ତି । ଭୋଟିଂ ହଲ ବାହାରେ କଡାକଡି ସୁରକ୍ଷା ପାଇଁ ବ୍ୟବସ୍ଥା ହୋଇଛି । ଗଣ୍ତଗୋଳ ଉପରେ ପୋଲିସର ତୀକ୍ଷ୍ଣ ନଜର ରଖିଛି । ବିଜୟ ଉତ୍ସବକୁ ବାରଣ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.