ETV Bharat / city

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ, ଯୁବ କଂଗ୍ରେସ ପାଳିଲା ଜାତୀୟ ବେରୋଜଗାର ଦିବସ

author img

By

Published : Sep 17, 2022, 4:19 PM IST

ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ, ଯୁବ କଂଗ୍ରେସ ପାଳିଲା ଜାତୀୟ ବେରୋଜଗାର ଦିବସ
ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ, ଯୁବ କଂଗ୍ରେସ ପାଳିଲା ଜାତୀୟ ବେରୋଜଗାର ଦିବସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନକୁ ରାଷ୍ଟ୍ରୀୟ ବେରୋଜଗାର ଦିବସ ଭାବରେ ପାଳନ କଲା ରାଜ୍ୟ ଯୁବ କଂଗ୍ରେସ । ରାଜରାସ୍ତାରେ ଭିକ୍ଷା ମାଗି ଦେଶରେ ବଢ଼ୁଥିବା ବେକାରୀ ସମସ୍ୟାର ପ୍ରତିବାଦ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନକୁ ଦେଶବ୍ୟାପୀ ରାଷ୍ଟ୍ରୀୟ ବେରୋଜଗାର ଦିବସ ଭାବରେ ପାଳନ କରୁଛି କଂଗ୍ରେସ(Odisha Youth Congress) । ଏହି ପରିପ୍ରେକ୍ଷୀରେ ରାଜ୍ୟ ଯୁବ କଂଗ୍ରେସ ମଧ୍ୟ ଅଭିନବ ଢ଼ଙ୍ଗରେ ବେରୋଜଗାର ଦିବସ ପାଳନ କରିଛି । ଦେଶରେ ବେରୋଜଗାର ବୃଦ୍ଧି ପାଉଥିବା ଅଭିଯୋଗରେ ରାଜରାସ୍ତାରେ ବୁଲି ବୁଲି ଭିକ୍ଷା ମାଗିଛି କଂଗ୍ରେସ । ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ତେବେ ଏହି ଦିନକୁ ପ୍ରତିବର୍ଷ ରାଷ୍ଟ୍ରୀୟ ବେରୋଜଗାର ଦିବସ(Unemployment Day) ଭାବରେ ପାଳନ କରୁଛି କଂଗ୍ରେସ ।

ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ, ଯୁବ କଂଗ୍ରେସ ପାଳିଲା ଜାତୀୟ ବେରୋଜଗାର ଦିବସ

ଦେଶରେ ରୋଜଗାରର ଅଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବାବେଳେ, ପ୍ରଧାନମନ୍ତ୍ରୀ ପ୍ରତିବର୍ଷ ୨ କୋଟି ଯୁବକଙ୍କୁ ରୋଜଗାର ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇଥିବା କଂଗ୍ରେସ ଅଭିଯୋଗ କରିଛି । ଦେଶରେ ବିଭିନ୍ନ ସ୍ଥାନରେ ବିଭିନ୍ନ ଢଙ୍ଗରେ ଦଳ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନକୁ ଜାତୀୟ ବେରୋଜଗାର ଦିବସ ଭାବରେ ପାଳନ କରୁଛି ।

ଏହା ମଧ୍ୟ ପଢ଼ନ୍ତୁ...ବିଜେଡିରେ ମିଶିଲେ ସୁନାବେଡା ପୌରାଧ୍ୟକ୍ଷ ରାଜେନ୍ଦ୍ର ପାତ୍ର

ସେହିଭଳି ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଏହି ଜାତୀୟ ବେରୋଜଗାର ଦିବସର ଝଲକ ଦେଖିବାକୁ ମିଳିଛି । ରାଜ୍ୟ ଯୁବ କଂଗ୍ରେସ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ଅଭିନବ ଢଙ୍ଗରେ ବୁଲି ବୁଲି ଭିକ୍ଷା ସଂଗ୍ରହ କରାଯାଇଛି । ଟ୍ରାଫିକ ଉପରେ ଅଟକି ଥିବା ଗାଡି ଗୁଡିକରୁ ଯୁବ କଂଗ୍ରେସ କର୍ମୀମାନେ ଭିକ୍ଷା ମାଗି ଟଙ୍କା ଆଦାୟ କରିଛନ୍ତି । ସେହିପରି ରାସ୍ତାରେ ମଧ୍ୟ ଯାଉଥିବା ଗାଡି ମଟର ଅଟକାଇ ଭିକ୍ଷା ମାଗିଛନ୍ତି । ଦିନକୁ ଦିନ ବେରୋଜଗାର ବଢିବାରେ ଲାଗିଥିବାରୁ ଯୁବବର୍ଗଙ୍କ ପାଇଁ ଏହା ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେଣୁ ଦେଶ ସାରା ଦେଶରେ କଂଗ୍ରେସ ଆଜି ଏହି ଦିବସକୁ ଜୋତା ପଲିସ ଠାରୁ ଆରମ୍ଭ କରି ଭିକ ମାଗିବା ଓ ରାସ୍ତା ମଝିରେ ପକୋଡ଼ି ଛାଣିବା ଭଳି ଅଭିନବ ଢଙ୍ଗରେ ପ୍ରତିବାଦ କରୁଛି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବ କଂଗ୍ରେସର ବହୁ ନେତା ଓ କର୍ମୀ ଉପସ୍ଥିତ ରହିଥିଲେ । ତେବେ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା କହିଛନ୍ତି, "କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରରେ ଭାରତର ଯୁବବର୍ଗ ସବୁଠାରୁ ବେଶୀ ପ୍ରତାରିତ ହୋଇଛନ୍ତି । ସରକାରୀ ତଥ୍ୟ ଅନୁସାରେ ବର୍ତ୍ତମାନ ଦେଶରେ ୪୫ ବର୍ଷରେ ସର୍ବାଧିକ ବେକାରୀ ଯୁବକ ରହିଛନ୍ତି । ସେଥିପାଇଁ ସାରା ଦେଶରେ ବିଭିନ୍ନ ବର୍ଗର ଶିକ୍ଷିତ ଯୁବଗୋଷ୍ଠୀ ଆଜିର ଦିନକୁ ରାଷ୍ଟ୍ରୀୟ ବେରୋଜଗାର ଦିବସ ଭାବରେ ପାଳନ କରୁଛନ୍ତି । ଯୁବ କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ଜୋତା ପଲିସ କରିବା ଠାରୁ ଆରମ୍ଭ କରି ଭିକ୍ଷା ମାଗିବା ତଥା ରାସ୍ତା କଡ଼ରେ ପକୋଡ଼ି ଛାଣିବା ଭଳି ଅଭିନବ ଉପାୟରେ ପ୍ରତିବାଦ କରାଯାଉଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.