ETV Bharat / city

ବିଜେଡିରେ ମିଶିଲେ ସୁନାବେଡା ପୌରାଧ୍ୟକ୍ଷ ରାଜେନ୍ଦ୍ର ପାତ୍ର

author img

By

Published : Sep 17, 2022, 10:31 AM IST

ବିଜେଡିରେ ସାମିଲ ହୋଇଛନ୍ତି ସୁନାବେଡା ପୌରାଧ୍ୟକ୍ଷ ରାଜେନ୍ଦ୍ର ପାତ୍ର । ନିଜର ସମର୍ଥକଙ୍କ ସହ ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତରେ ରାଜେନ୍ଦ୍ର ବିଜେଡିରେ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ବିଜେଡିରେ ସାମିଲ ହୋଇଛନ୍ତି ସୁନାବେଡା ପୌରାଧ୍ୟକ୍ଷ ରାଜେନ୍ଦ୍ର ପାତ୍ର । ନିଜର ସମର୍ଥକଙ୍କ ସହ ଶୁକ୍ରବାର ସେ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତରେ ରାଜେନ୍ଦ୍ର ବିଜେଡିରେ ଯୋଗ ଦେଇଛନ୍ତି । କୋରାପୁଟ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳର ନେତା ବିଜେଡିରେ ସାମିଲ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ସୁନାବେଡା ପୌରପରିଷଦ ଅଧ୍ୟକ୍ଷ ଡକ୍ଟର ରାଜେନ୍ଦ୍ର ପାତ୍ର ବିଜେଡିରେ ସାମିଲ ହୋଇଛନ୍ତି । ଗତ ପୌର ନିର୍ବାଚନରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ସୁନାବେଡାରୁ ପ୍ରତିନିଧିତ୍ୱ କରି ବିଜୟୀ ହୋଇଥିଲେ । ତାଙ୍କ ସହ ଶତାଧିକ ସମର୍ଥକ ବିଜେଡିର ସାମିଲ ହୋଇଛନ୍ତି ।

ବିଜେଡିରେ ମିଶିଲେ ସୁନାବେଡା ପୌରାଧ୍ୟକ୍ଷ ରାଜେନ୍ଦ୍ର ପାତ୍ର

ସେହିପରି ବିଜେପି ଓ କଂଗ୍ରେସ ଦଳ ଛାଡି 150 ନେତା ଓ କର୍ମୀ ବିଜେଡିରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି । ଭୁବନେଶ୍ୱର ବିଜୁ ଯୁବ ଜନତା କାର୍ଯ୍ୟଳୟରେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତରେ ମିଶ୍ରଣ ପର୍ବ ଆୟୋଜନ ହୋଇଛି । କୋରାପୁଟ ଜିଲ୍ଲା ପର୍ଯ୍ୟବେକ୍ଷକ ଚନ୍ଦ୍ର ସାରଥୀ ବେହେରାଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ କୋରାପୁଟ ଜିଲ୍ଲା ବିଜେଡି ସଭାପତି ଈଶ୍ୱର ପାଣିଗ୍ରାହୀ, ବିଧାୟକ ପ୍ରଭୁ ଜାନୀ, ବିଧାୟକ ରଘୁରାମ ପାଡ଼ଲ, ପୂର୍ବତନ ସାଂସଦ ଝିନ୍ନ ହିକ୍କା ଓ ଜିଲ୍ଲାର ଅନେକ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ । ନବୀନଙ୍କ ସ୍ବଚ୍ଛ ନିର୍ମଳ ଭାବମୂର୍ତ୍ତି ଓ ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜେଡିରେ ଯୋଗ ଦେଇଥିବା ସାମିଲ ହୋଇଥିବା ନେତା ଓ କର୍ମୀ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.