ETV Bharat / city

ୱେବ ପୋର୍ଟାଲରେ ମନ୍ଦିର ଦର୍ଶନ, ଅନଲାଇନରେ ହେବ ଟିକେଟ୍

author img

By

Published : Sep 9, 2022, 7:59 AM IST

ଖୁବଶୀଘ୍ର ଓଡିଶାରେ ଆରମ୍ଭ ହେଲେ ଇଣ୍ଟିଗ୍ରେଟେଡ ଟେମ୍ପଲ ମ୍ୟାନେଜମେଣ୍ଟ ସିଷ୍ଟମ । ଅନଲାଇନରେ ଦିଅଁ ଦର୍ଶନ କରିବେ ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ

ୱେବ ପୋର୍ଟାଲରେ ମନ୍ଦିର ଦର୍ଶନ, ଅନଲାଇନରେ ହେବ ଟିକେଟ୍
ୱେବ ପୋର୍ଟାଲରେ ମନ୍ଦିର ଦର୍ଶନ, ଅନଲାଇନରେ ହେବ ଟିକେଟ୍

ଭୁବନେଶ୍ବର: ରାଜ୍ୟରେ ୱେବ ପୋର୍ଟାଲରେ ଶ୍ରଦ୍ଧାଳୁ ପାଇବେ ଦିଅଁ ଦର୍ଶନ । ଖୁବଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ୱେବ ପୋର୍ଟାଲ(web portal) ଆରମ୍ଭ ହେବ । ଏଥିରେ ଓଡିଶାର ପ୍ରସିଦ୍ଧ ମନ୍ଦିର ଗୁଡ଼ିକ ପାଇଁ ଅନଲାଇନରେ ଟିକେଟ୍ ବ୍ୟବସ୍ଥା ସହ ଦେବାଦେବୀଙ୍କ ଦର୍ଶନ ବ୍ୟବସ୍ଥା କରାଯିବ । ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ସ୍ବତନ୍ତ୍ର ସୁବିଧା ମିଳିବ । ତାମିଲନାଡୁ ଓ କର୍ଣ୍ଣାଟକ ଢାଞ୍ଚାରେ ଓଡ଼ିଶାରେ ଖୁବଶୀଘ୍ର ଇଣ୍ଟିଗ୍ରେଟେଡ ଟେମ୍ପଲ ମ୍ୟାନେଜମେଣ୍ଟ ସିଷ୍ଟମ(Integrated Temple Management System) ବିକଶିତ କରାଯାଇ ଓ୍ବେବ ପୋର୍ଟାଲ ଆରମ୍ଭ ହେବ । ଏହାଦ୍ବାରା ଅନଲାଇନ ଜରିଆରେ ଶ୍ରଦ୍ଧାଳୁମାନେ ଦେବାଳୟ ଦର୍ଶନ ସୁବିଧା ପାଇପାରିବେ । ପ୍ରଥମେ କିଛି ମନ୍ଦିରକୁ ପାଇଲଟ ପ୍ରକଳ୍ପ ଭାବରେ ପୋର୍ଟାଲରେ ସ୍ଥାନ ଦେବାକୁ ଦେବତ୍ତୋର କମିଶନଙ୍କୁ ଚିଠି ଲେଖିଛି ଆଇନ ବିଭାଗ । ଦର୍ଶନ, ପୂଜା, ପ୍ରସାଦ ସେବନ ପାଇଁ ଏହି ପୋର୍ଟାଲ ଜରିଆରେ ଦେଶ ବିଦେଶର ଭକ୍ତ ଟିକେଟ୍ କରିପାରିବେ ।

ପୋର୍ଟାଲରେ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷା ରହିବ । ଦେବତ୍ତୋର କମିସନ, ସଂସ୍କୃତି ବିଭାଗ, ଭାରତୀୟ ପ୍ରତ୍ନତତ୍ବ ବିଭାଗ ଏବଂ ଆଇନ ବିଭାଗକୁ ନେଇ ବୈଠକ ଅନୁଷ୍ଠିତ ହୋଇଛି । ହିନ୍ଦୁ ଧର୍ମାବଲମ୍ବୀଙ୍କ ଭାବାବେଗକୁ ଆଘାତ ନ ହେବା ଭଳି ଓ୍ବେବ ପୋର୍ଟାଲ ପ୍ରସ୍ତୁତ ହେବା ନେଇ ନିଷ୍ପତ୍ତି ହୋଇଛି । ପୋର୍ଟାଲ ମାଧ୍ୟମରେ ବିଭିନ୍ନ ମନ୍ଦିରରେ ହେଉଥିବା କାର୍ଯ୍ୟକ୍ରମ, ବିଭିନ୍ନ ରୀତିନୀତି ଏବଂ ସମୟ ସାରଣୀ ସମ୍ପର୍କରେ ତଥ୍ୟ ମିଳିପାରିବ । ଏହାସହ ଦାତା ଯେଉଁ ମନ୍ଦିରକୁ ଚାହିଁବେ ଦାନ କରିପାରିବେ । ମନ୍ଦିର ଗୁଡିକର ଜମାଖାତା ସରକାରୀ ବ୍ୟାଙ୍କରେ ରହିବ । କିନ୍ତୁ ଅନଲାଇନ ପେମେଣ୍ଟ ଗେଟ୍ ଓ୍ବେ ଏଚଡିଏଫସି ବ୍ୟାଙ୍କର ରହିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ପର୍ଯ୍ୟାୟ କ୍ରମେ ରାଜ୍ୟର ୧୫୦ଟି ମନ୍ଦିର ଏହି ପୋର୍ଟାଲରେ ସ୍ଥାନ ପାଇବ ବୋଲି ଜଣାପଡିଛି । ପୋର୍ଟାଲରେ କେଉଁ ମନ୍ଦିର ସ୍ଥାନ ପାଇବ ତା'ର ତାଲିକା ପ୍ରସ୍ତୁତ କରିବ ଦେବତ୍ତୋର କମିଶନ ।

ଏହାମଧ୍ୟ ପଢନ୍ତୁ: ବ୍ଲାକ୍‌ ପାଗୋଡ଼ା ପ୍ରତି ବିପଦ, କୋଣାର୍କ ଗର୍ଭଗୃହରୁ ବାଲି ବାହାର କରିବ ASI

ଏନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା( Law Minister Jagannath Saraka) କହିଛନ୍ତି, ''ଏହି ପୋର୍ଟାଲ ଦ୍ବାରା ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁମାନେ ଉପକୃତ ହେବେ । ପୋର୍ଟାଲ ମାଧ୍ୟମରେ ଟିକେଟ ବ୍ୟବସ୍ଥା କରାଗଲେ ଶ୍ରଦ୍ଧାଳୁଙ୍କ ପାଇଁ ଅଧିକ ସୁବିଧା ହେବ । ଆଟିଏମସ ସିଷ୍ଟମରେ ପର୍ଯ୍ୟାୟକ୍ରମେ ପୁରୀ ଶ୍ରୀମନ୍ଦିର ମଧ୍ୟ ସାମିଲ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.