Odisha Corona Report: ଦିନକରେ ୧୦୨୭୩ ପଜିଟିଭ, 4 ମୃତ

author img

By

Published : Jan 14, 2022, 9:32 AM IST

Odisha Corona Report: ଭୟଙ୍କର ହେଉଛି କୋରୋନା, ଦିନକରେ ୧୦,୨୭୩ ପଜିଟିଭ ଚିହ୍ନଟ

ପୁଣି ୧୦ ହଜାର ପାର କଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ପୁଣି ୧୦ ହଜାର ୨୭୩ କୋରୋନା ପଜିଟିଭ ଚିହ୍ନଟ ହେଇଛନ୍ତି । ସେହିପରି 4ଜଣଙ୍କ ଜୀବନ ନେଇଛି ମହାମାରୀ । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ବେକାବୁ କୋରୋନା ସଂକ୍ରମଣ । ପୁଣି ୧୦ ହଜାର ପାର କଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ପୁଣି ୧୦ ହଜାର ୨୭୩ କୋରୋନା ପଜିଟିଭ ଚିହ୍ନଟ ହେଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୧୦୬୫ କିଶୋର କିଶୋରୀ ରହିଥିବା ବେଳେ ୫୯୬୨ କ୍ବାରେଣ୍ଟାଇନ ସେଣ୍ଟର ଓ ୪୩୧୧ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଆଜି 4 ଜଣଙ୍କ ଜୀବନ ନେଇଛି କୋରୋନା ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୪୯୬ଟି ମାମଲା ରହିଥିବା ବେଳେ ଅନୁଗୋଳରୁ ୮୫, ବାଲେଶ୍ବରରୁ ୪୫୭, ବରଗଡରୁ ୧୦୨, ଭଦ୍ରକରୁ ୧୦୨, ବଲାଙ୍ଗୀରରୁ ୧୯୧, ବୌଦ୍ଧରୁ ୨୪, କଟକରୁ ୮୪୪, ଦେବଗଡରୁ ୨୩, ଢେଙ୍କାନାଳରୁ ୬୯, ଗଜପତିରୁ ୧୨୬, ଗଞ୍ଜାମରୁ ୫୫, ଜଗତସିଂହପୁରରୁ ୧୩୨, ଯାଜପୁରରୁ ୧୪୩, ଝାରସୁଗୁଡାରୁ ୨୦୨, କଳାହାଣ୍ଡିରୁ ୨୦୩, କନ୍ଧମାଳରୁ ୨୬, କେନ୍ଦ୍ରାପଡାରୁ ୭୪, କେନ୍ଦୁଝରରୁ ୧୧୪, କୋରାପୁଟରୁ ୧୮୬, ମାଲକାନଗିରିରୁ ୩୦, ମୟୂରଭଞ୍ଜରୁ ୩୪୦, ନବରଙ୍ଗପୁରରୁ ୧୨୫, ନୟାଗଡରୁ ୧୨୧, ନୂଆପଡାରୁ୪୫, ପୁରୀରୁ ୨୬୯, ରାୟଗଡାରୁ ୧୮୩, ସମ୍ବଲପୁରରୁ ୫୨୯, ସୋନପୁରରୁ ୧୩୨, ସୁନ୍ଦରଗଡରୁ ୧୦୪୯ ଓ ଷ୍ଟେଟପୁଲରୁ ୭୯୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୧,୧୧,୮୭୯ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.