ETV Bharat / city

Odisha Corona Report: ଦିନକରେ 534 ସଂକ୍ରମିତ ଚିହ୍ନଟ

author img

By

Published : Feb 19, 2022, 9:49 AM IST

Odisha Corona Report: ଦିନକରେ 534 ସଂକ୍ରମିତ ଚିହ୍ନଟ
Odisha Corona Report: ଦିନକରେ 534 ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଗତ 24 ଘଣ୍ଟାରେ 534 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 81,989ରେ ପହଞ୍ଚିଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ କ୍ରମଶଃ ତଳମୁହାଁ ହୋଇଛି କୋରୋନାର ଦୈନିକ ସଂକ୍ରମଣ । ଗତ 24 ଘଣ୍ଟାରେ 534 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 147 କିଶୋର କିଶୋରୀ ରହିଥିବା ବେଳେ 310 କ୍ବାରେଣ୍ଟାଇନ ସେଣ୍ଟର ଓ 224 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 93ଟି ମାମଲା ରହିଥିବା ବେଳେ ଅନୁଗୋଳରୁ 11, ବାଲେଶ୍ବରରୁ 15, ବରଗଡରୁ 8, ଭଦ୍ରକରୁ 6, ବଲାଙ୍ଗୀରରୁ 5, ବୌଦ୍ଧରୁ 8, କଟକରୁ15, ଦେବଗଡରୁ 2, ଢେଙ୍କାନାଳରୁ 53, ଗଜପତିରୁ 24, ଗଞ୍ଜାମରୁ 3, ଜଗତସିଂହପୁରରୁ 5, ଯାଜପୁରରୁ 26, ଝାରସୁଗୁଡାରୁ 6, କଳାହାଣ୍ଡିରୁ 13, କନ୍ଧମାଳରୁ 4, କେନ୍ଦ୍ରାପଡାରୁ 5, କେନ୍ଦୁଝରରୁ 8, କୋରାପୁଟରୁ 17, ମାଲକାନଗିରିରୁ 1, ମୟୂରଭଞ୍ଜରୁ 14ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ନବରଙ୍ଗପୁରରୁ 5, ନୟାଗଡରୁ 21, ନୂଆପଡାରୁ 10, ପୁରୀରୁ 8, ରାୟଗଡାରୁ 32, ସମ୍ବଲପୁରରୁ 17, ସୋନପୁରରୁ 10, ସୁନ୍ଦରଗଡରୁ 121 ଓ ଷ୍ଟେଟପୁଲରୁ 18 ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12, 81,989ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.