ETV Bharat / city

Odisha Corona Cases, ଦିନକରେ 232 ସଂକ୍ରମିତ

author img

By

Published : Aug 30, 2022, 10:24 AM IST

Odisha Corona Cases, ଦିନକରେ 232  ସଂକ୍ରମିତ
Odisha Corona Cases, ଦିନକରେ 232 ସଂକ୍ରମିତ

24 ଘଣ୍ଟାରେ ରାଜ୍ୟରେ ଆଉ 221ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନା ଦୈନିକ ସଂକ୍ରମଣ । 24 ଘଣ୍ଟାରେ ରାଜ୍ୟରେ ଆଉ 232 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 136 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 96 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 31 କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ 1, ଭଦ୍ରକରୁ 1,ବଲାଙ୍ଗୀରରୁ 8, ବୌଦ୍ଧରୁ 1, କଟକରୁ 30, ଦେଓଗଡରୁ 1, ଗଞ୍ଜାମରୁ 3, ଜଗତସିଂହପୁରରୁ 4, ଯାଜପୁରରୁ 8, କଳାହାଣ୍ଡିରୁ 10, କନ୍ଧମାଳରୁ 1, କେନ୍ଦୁଝରରୁ2, ଖୋର୍ଦ୍ଧାରୁ 61 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଶ୍ରୀମନ୍ଦିର ଅରୁଣ ସ୍ତମ୍ଭରେ ଫାଟ ପ୍ରସଙ୍ଗ, ଭକ୍ତ ମହଲରେ ଅସନ୍ତୋଷ

ସେହିପରି ମାଲକାନଗିରିରୁ1, ମୟୂରଭଞଜ୍ରୁ 3, ନବରଙ୍ଗପୁରରୁ 9,ନୟାଗଡରୁ 5, ନୂଆପଡାରୁ 6, ପୁରୀରୁ 3, ରାୟଗଡାରୁ 5, ସମ୍ବଲପୁରରୁ 12, ସୁନ୍ଦରଗଡରୁ 40 ଓ ଷ୍ଟେଟପୋଲରୁ 15 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 27 ହଜାର 382ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 1982 ସକ୍ରିୟ ମାମଲା ରହିଛି । ନୂଆ 243ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସମୁଦାୟ 13 ଲକ୍ଷ 16 ହଜାର 172ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 3,31,63,585 କୋରୋନା ପରୀକ୍ଷା କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.