ETV Bharat / city

ଶ୍ରୀମନ୍ଦିର ଅରୁଣ ସ୍ତମ୍ଭରେ ଫାଟ ପ୍ରସଙ୍ଗ, ଭକ୍ତ ମହଲରେ ଅସନ୍ତୋଷ

author img

By

Published : Aug 30, 2022, 8:40 AM IST

ଶ୍ରୀମନ୍ଦିର ଅରୁଣ ସ୍ତମ୍ଭରେ ଫାଟ ପ୍ରସଙ୍ଗ । ASI ସହ ଆଲୋଚନା କରାଯାଇ ମରାମତି କରାଯିବା ନେଇ କହିଲେ ପରିଚାଳନା କମିଟି ସଦସ୍ୟ । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ଅରୁଣ ସ୍ତମ୍ଭରେ ଫାଟ, ଭକ୍ତ ମହଲରେ ଅସନ୍ତୋଷ
ଶ୍ରୀମନ୍ଦିର ଅରୁଣ ସ୍ତମ୍ଭରେ ଫାଟ, ଭକ୍ତ ମହଲରେ ଅସନ୍ତୋଷଶ୍ରୀମନ୍ଦିର ଅରୁଣ ସ୍ତମ୍ଭରେ ଫାଟ, ଭକ୍ତ ମହଲରେ ଅସନ୍ତୋଷ

ପୁରୀ: ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଥିବା ଅରୁଣ ସ୍ତମ୍ଭରେ ଫାଟଥିବା (Crack Spotted on Aruna Stambha)ନେଇ ଚର୍ଚ୍ଚା ଜୋର ଧରିଛି । ଗୋଟିଏ କଳା ମୁଗୁନି ପଥରରେ ନିର୍ମିତ ଏହି ସ୍ତମ୍ଭରେ ଫାଠ ଦେଖାଦେଇଥିବା ନେଇ କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଭକ୍ତ ଓ ସେବାୟତଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । କିଭଳି ଭାବେ ଏହି ସ୍ତମ୍ଭରେ ଫାଟ ସୃଷ୍ଟି ହୋଇଛି ତାହା କିନ୍ତୁ ସ୍ପଷ୍ଟ ହୋଇନାହିଁ ।

ଅରୁଣ ସ୍ତମ୍ଭଟି ଗୋଟିଏ କଳା ମୁଗୁନି ପଥରରେ ନିର୍ମିତ ହୋଇଥିବାବେଳେ, ଏଥିରେ ଉତ୍କଳୀୟ ପ୍ରସ୍ତର କାରୁକାର୍ଯ୍ୟକୁ ପ୍ରଦର୍ଶିତ କରୁଛି। । ଏହି ସ୍ତମ୍ଭଟି ଭୂମି ଠାରୁ ପ୍ରାୟ ୧୭ ଫୁଟ ଉଚ୍ଚରେ ଫାଟ ସୃଷ୍ଟି ହୋଇଛି । ପ୍ରତ୍ୟେକ ଦିନ ଶ୍ରୀମନ୍ଦିରକୁ ମ‌ହାପ୍ରଭୁଙ୍କ ଦର୍ଶନରେ ଆସୁଥିବା ଭକ୍ତମାନେ ପ୍ରଥମେ ଅରୁଣ ସ୍ତମ୍ଭକୁ ଦର୍ଶନ କରିବା ପରେ ସିଂହଦ୍ଵାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିଥାନ୍ତି । ତେବେ ଅରୁଣ ସ୍ତମ୍ଭରେ ଫାଟ ସୃଷ୍ଟି ପରେ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଫଳରେ ଏଏସଆଇ(ASI) ଦ୍ଵାରା ମରାମତି ନେଇ ଦାବି ହୋଇଛି ।

ଶ୍ରୀମନ୍ଦିର ଅରୁଣ ସ୍ତମ୍ଭରେ ଫାଟ ପ୍ରସଙ୍ଗ, ଭକ୍ତ ମହଲରେ ଅସନ୍ତୋଷ


ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି(Sri Mandir managing committee) ସଦସ୍ୟ ଦୁର୍ଗାପ୍ରସାଦ ଦାସ ମହାପାତ୍ର କହିଛନ୍ତି ଯେ, ''ଅରୁଣ ସ୍ତମ୍ଭରେ ଫାଟନେଇ ଆମପାଖରେ କିଛି ସୂଚନା ନାହିଁ, ଏନେଇ ଗଣମାଧ୍ୟମରୁ ଆମେ ସୂଚନା ପାଇଲୁ, ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଏନେଇ ଆଲୋଚନା କରାଯିବ । ତେବେ ଅରୁଣ ସ୍ତମ୍ଭରେ ଫାଟ ଥିବା ଯଦି ଜଣାପଡେ ତେବେ ତୁରନ୍ତ ଏନେଇ ଏଏସଆଇ ସହ ଆଲୋଚନା କରାଯାଇ ମରାମତି କରାଯିବା ବୋଲି କହିଛନ୍ତି ପରିଚାଳନା କମିଟି ସଦସ୍ୟ ।"

ଏହା ମଧ୍ୟ ପଢନ୍ତୁ-Ratna Bhandar Row: ଚାରିବର୍ଷ ହେଲା ଚୁପ ବସିଛି ଆଇନ ବିଭାଗ, ମରାମତି ପାଇଁ ନାହିଁ ତତ୍ପରତା
ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଥିବା ଅରୁଣ ସ୍ତମ୍ଭର ଅଷ୍ଟାଦଶ ଶତାବ୍ଦୀର ପ୍ରଥମ ଭାଗରେ ମରାଠାମାନେ ଏ ସ୍ତମ୍ଭକୁ କୋଣାର୍କ ଠାରୁ ଅପସାରଣ କରି ପୁରୀ ମନ୍ଦିର ସମ୍ମୁଖରେ ସ୍ଥାପନ କରିଥିଲେ । ଅହାର ଉଚ୍ଚତା ୩୩ ଫୁଟ ୮ ଇଞ୍ଚ, ଏହି ସ୍ତମ୍ଭ ଉପରେ ସୂର୍ଯ୍ୟଙ୍କ ସାରଥୀ ଅରୁଣ ବିରାଜମାନ କରିଛନ୍ତି । ସିଂହ ସମେତ ନାନା ସୂକ୍ଷ୍ମ କାରୁକାର୍ଯ୍ୟ ଖୋଦିତ ହୋଇଛି । ପ୍ରତ୍ୟେକ ଦିନ ଶ୍ରିମନ୍ଦିରକୁ ଆସୁଥିବା ଭକ୍ତ ଅରୁଣ ଦର୍ଶନ କରି ଶ୍ରିମନ୍ଦିରରେ ପ୍ରବେଶ କରିଥାନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.