ETV Bharat / city

Odisha Covid Cases: ରାଜ୍ୟରେ ନୂଆ ୧୯୯ ସଂକ୍ରମିତ ଚିହ୍ନଟ

author img

By

Published : Sep 21, 2022, 9:46 AM IST

Odisha Covid Cases: ରାଜ୍ୟରେ ନୂଆ ୧୯୯ ସଂକ୍ରମିତ ଚିହ୍ନଟ
Odisha Covid Cases: ରାଜ୍ୟରେ ନୂଆ ୧୯୯ ସଂକ୍ରମିତ ଚିହ୍ନଟ

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 199 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ । ଦିନେ ବଢିଲେ ଦିନେ କମୁଛି । ପୁଣି 2ଶହ ତଳକୁ ଖସିଲା ସଂକ୍ରମଣ । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 199 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି (Odisha Reports 199 new Covid Cases) । ନୂଆ ସଂକ୍ରମିତଙ୍କ ମଧ୍ୟରୁ 116 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 83 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 40ଜଣ କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଡେଙ୍ଗୁରେ ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା, IHM ସାମ୍ନାରେ ବିକ୍ଷୋଭ

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବରରୁ 7, ବରଗଡରୁ 8, ଭଦ୍ରକରୁ 2, ବଲାଙ୍ଗୀରରୁ 5, କଟକରୁ 16, ଦେବଗଡରୁ 2, ଗଜପତିରୁ 3, ଗଞ୍ଜାମରୁ 5, ଜଗତସିଂହପୁରରୁ 3, ଯାଜପୁରରୁ 4, କନ୍ଧମାଳରୁ 4, କେନ୍ଦ୍ରାପଡାରୁ 4, କେନ୍ଦୁଝରରୁ 8 ଏବଂ ଖୋର୍ଦ୍ଧାରୁ 39 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟରୁ 1, ମୟୂରଭଞ୍ଜରୁ 7, ନବରଙ୍ଗପୁରରୁ 4, ନୟାଗଡରୁ 9, ନୂଆପଡାରୁ 3, ପୁରୀରୁ 10, ସମ୍ବଲପୁରରୁ 4, ସୋନପୁରରୁ 2, ସୁନ୍ଦରଗଡରୁ 41 ଓ ଷ୍ଟେଟପୋଲରୁ 8 ଜଣ ସଂକ୍ରମିତ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 32 ହଜାର 281ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 1448 ସକ୍ରିୟ ମାମଲା ରହିଛି । ସଂକ୍ରମିତଙ୍କ ସଂଖ୍ୟା କମୁଥିଲା ବେଳେ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି । ନୂଆ 250 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସମୁଦାୟ 13 ଲକ୍ଷ 21 ହଜାର 594 ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 34,59,542 କୋରୋନା ପରୀକ୍ଷା କରାଯାଇଛି । ବର୍ତ୍ତମାନ ରାଜ୍ୟରେ ଆଗ ଅପେକ୍ଷା ସଂକ୍ରମଣ କମିଛି । ଯାହା ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଦେଇଛି । ହେଲେ ସତର୍କତା ଅବଲମ୍ବନ ନ କଲେ ପୁଣି ବିପଦ କଡ ଲେଉଟାଇପାରେ ।

ଅନ୍ୟପଟେ ପୁଣି ଚିନ୍ତା ବଢାଇଛି ଡେଙ୍ଗୁ । ରାଜ୍ୟରେ ନିୟମିତ ଭାବେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି(Khorda Reported Highest Dengue Positive Cases) । ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ଏନେଇ ସଚେତନ ହେବାର ଆବଶ୍ୟକତା ରହିଛି । ଡେଙ୍ଗୁ ରୋଗ (Dengue scare in odisha) ଦେଖାଗଲେ ଚିକିତ୍ସା କରିବା ସହ ପ୍ରଚୁର ପରିମାଣରେ ପାଣି ପିଇବା ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.