Odisha Covid Cases: ରାଜ୍ୟରେ ନୂଆ 125 ସଂକ୍ରମିତ ଚିହ୍ନଟ

author img

By

Published : Sep 19, 2022, 9:44 AM IST

Odisha Covid Cases

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 125 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନା ଦୈନିକ ସଂକ୍ରମଣ । ପୁଣି 2ଶହ ତଳକୁ ଖସିଲା ସଂକ୍ରମଣ । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 125 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି (Odisha Reports 125 new Covid Cases) । ନୂଆ ସଂକ୍ରମିତଙ୍କ ମଧ୍ୟରୁ 74 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 51 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 20କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବରରୁ 1, ବରଗଡରୁ 6, ଭଦ୍ରକରୁ 1, ବଲାଙ୍ଗୀରରୁ 2, କଟକରୁ 6, ଦେବଗଡରୁ 3, ଗଜପତିରୁ 2, ଜଗତସିଂହପୁରରୁ 1, ଯାଜପୁରରୁ 1, ଝାରସୁଗୁଡାରୁ 2, କଳାହାଣ୍ଡିରୁ 3, କନ୍ଧମାଳରୁ 2, କେନ୍ଦ୍ରାପଡାରୁ 2, ଖୋର୍ଦ୍ଧାରୁ 23 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟରୁ 2,ମୟୂରଭଞ୍ଜରୁ 2, ନବରଙ୍ଗପୁରରୁ 4,ନୟାଗଡରୁ 7, ନୂଆପଡାରୁ 3, ପୁରୀରୁ 9, ରାୟଗଡାରୁ 2, ସମ୍ବଲପୁରରୁ 19, ସୋନପୁରରୁ 3, ସୁନ୍ଦରଗଡରୁ 14 ଓ ଷ୍ଟେଟପୋଲରୁ 6 ଜଣ ସଂକ୍ରମିତ ହୋଇଛନ୍ତି ।

ଏହା ବି ପଢନ୍ତୁ... କଟକରେ ୫T ସଚିବ, SCB ସମ୍ପ୍ରସାରଣ ଓ ତାଳଦଣ୍ଡା କେନାଲ ପୁନଃରୁଦ୍ଧାର କାର୍ଯ୍ୟର କଲେ ସମୀକ୍ଷା

ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 31 ହଜାର 918ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 1553 ସକ୍ରିୟ ମାମଲା ରହିଛି । ନୂଆ 181 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସମୁଦାୟ 13 ଲକ୍ଷ 21 ହଜାର 126 ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 3,33,34, 460 କୋରୋନା ପରୀକ୍ଷା କରାଯାଇଛି । ବର୍ତ୍ତମାନ ରାଜ୍ୟରେ ଆଗ ଅପେକ୍ଷା ସଂକ୍ରମଣ କମିଛି । ଯାହା ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଦେଇଛି । ହେଲେ ସତର୍କତା ଅବଲମ୍ବନ ନ କଲେ ପୁଣି ବିପଦ କଡ ଲେଉଟାଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.