Niranjan Patnaik Audio viral: ନିର୍ବାଚନ ବେଳେ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଟଙ୍କାଟିଏ ବି ଦେଇନି AICC

author img

By

Published : Dec 7, 2021, 10:40 PM IST

Updated : Dec 7, 2021, 10:46 PM IST

Niranan Patnaik Audio viral

"ସାର ଆପଣଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆସିଛି । ଆପଣ ନିଜ ଇଛା ଅନୁସାରେ ଦଳ ପରିଚାଳନା କରୁଛନ୍ତି । ଦଳୀୟ କାର୍ଯ୍ୟାଳୟକୁ ଆପଣ ବ୍ୟକ୍ତିଗତ କାର୍ଯ୍ୟାଳୟରେ ରୂପାନ୍ତରିତ କରିଛନ୍ତି । ଆପଣ ସରକାରଙ୍କ ସହ ବୁଝାମଣା କରିଛନ୍ତି । ସରକାରଙ୍କୁ ନିରବ ସମର୍ଥନ ଦେଉଛନ୍ତି । ନିର୍ବାଚନ ବେଳେ ଆପଣ ନିଜ ଲୋକଙ୍କୁ ଟିକେଟ ଦେଉଛନ୍ତି ।" ଅଧିକ ପଢନ୍ତୁ

ଭୁବନେଶ୍ବର: "ସାର ଆପଣଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆସିଛି । ଆପଣ ନିଜ ଇଛା ଅନୁସାରେ ଦଳ ପରିଚାଳନା କରୁଛନ୍ତି । ଦଳୀୟ କାର୍ଯ୍ୟାଳୟକୁ ଆପଣ ବ୍ୟକ୍ତିଗତ କାର୍ଯ୍ୟାଳୟରେ ରୂପାନ୍ତରିତ କରିଛନ୍ତି । ଆପଣ ସରକାରଙ୍କ ସହ ବୁଝାମଣା କରିଛନ୍ତି । ସରକାରଙ୍କୁ ନିରବ ସମର୍ଥନ ଦେଉଛନ୍ତି । ନିର୍ବାଚନ ବେଳେ ଆପଣ ନିଜ ଲୋକଙ୍କୁ ଟିକେଟ ଦେଉଛନ୍ତି ।"

Niranjan Patnaik Audio viral

ଏମିତି ଏକାଧିକ ପ୍ରଶ୍ନ ସେପଟୁ କରୁଛନ୍ତି ସମ୍ବାଦଦାତା ଜଣଙ୍କ । ଆଉ ଏହି ସମସ୍ତ ପ୍ରଶ୍ନ ଶୁଣି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ (Odisha pradesh Congress President Niranan Patnaik) କହୁଛନ୍ତି, ଏହା ପିସିସି ସଭାପତି ହେବାକୁ ଚାହୁଁଥିବା ବିଧାୟକ ମହମ୍ମଦ ମୋକିମଙ୍କ ଷଡଯନ୍ତ୍ର । ମୋର କଣ ଘର ନାହିଁ ଯେ ମୁଁ ଦଳୀୟ କାର୍ଯ୍ୟାଳୟରେ ମୋ ବ୍ୟବସାୟ ବୈଠକ କରିବି ? ମୁଁ କାହାଠାରୁ ପଇସା ପତ୍ର ନିଏ ନାହିଁ । ମୋର କିଛି ଅସୁବିଧା ନାହିଁ ।

ସେହିପରି ଟିକେଟ ପ୍ରସଙ୍ଗରେ ନିରଞ୍ଜନ କହୁଛନ୍ତି, ଯାହାକୁ ଟିକେଟ ମିଳିଗଲା ତାଙ୍କୁ ପିସିସି ସଭାପତି ଟିକେଟ ଦେଇଦେଲେ ଆଉ ଯାହାକୁ ଟିକେଟ ମିଳିଲା ନାହିଁ ତାଙ୍କୁ ଟିକେଟ ଦେଲେ ନାହିଁ କଥା ଅଭିଯୋଗ ଉଠୁଛି । ଟିକେଟ ଏକାକି ପିସିସି ସଭାପତି ଦେଉନଥିଲେ । ଟିକେଟ ବଣ୍ଟନ AICC ପ୍ରଭାରୀ, ରାଜ୍ୟ ପ୍ରଭାରୀ, 2 ଜଣ କାର୍ଯ୍ୟକାରୀ ସଭାପତି ବିଧାୟକ ଦଳ ନେତାଙ୍କୁ ନେଇ ଗଠିତ କମିଟି ଟିକେଟ ଦେଇଥାଏ ବୋଲି କହିଛନ୍ତି ନିରଞ୍ଜନ ।

ସେହିଭିଳ ନିର୍ବାଚନ ପରିଚାଳନା ରେ ମନଇଚ୍ଛା ପରିଚାଳନା ପ୍ରଶ୍ନରେ ନିରଞ୍ଜନ କହୁଛନ୍ତି ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ପଚାରନ୍ତୁ ନିର୍ବାଚନ ବେଳେ ଓଡିଶାକୁ କେତେ ଟଙ୍କା ଦେଇଛନ୍ତି ? ଏକ ଟଙ୍କା ମଧ୍ୟ ଦେଇନାହାଁନ୍ତି । କେବଳ ସାଂସଦ ପ୍ରାର୍ଥୀଙ୍କ ପାଇଁ AICC ଟଙ୍କା ଦେଇଥିଲା । 147 ବିଧାୟକ ପ୍ରାର୍ଥୀଙ୍କ ପାଇଁ ଟଙ୍କାଟିଏ ମଧ୍ୟ ଦେଇନାହିଁ । ଆପଣ ଦିଲ୍ଲୀ କାର୍ଯ୍ୟାଳୟରେ ଯାଞ୍ଚ ମଧ୍ୟ କରିପାରିବେ ।

ସେହିଭଳି ରାଜ୍ୟ ନେତାଙ୍କ ଉପରେ ନିରଞ୍ଜନ ବର୍ଷିଛନ୍ତି। କହିଛନ୍ତି ନୂଆଦିଲ୍ଲୀ 24 ଆକବର ରୋଡରେ ବୁଲୁଥିବା ଓଡିଶା ନେତା ମାନେ ମୋ ବିରୋଧରେ ଷଡଯନ୍ତ୍ର କରୁଛନ୍ତି । ପିସିସି ସଭାପତି ହେବାକୁ ତାଙ୍କର ଇଛା । ହାଇକମାଣ୍ଡ ଯାହାକୁ ଦାୟିତ୍ବ ଦେବେ ଦିଅନ୍ତୁ ବୋଲି ନିରଞ୍ଜନ କହିଛନ୍ତି ।

ଏହି 10 ମିନିଟର ବାର୍ତ୍ତାଳପରେ ଅନେକ ପ୍ରସଙ୍ଗରେ ନିରଞ୍ଜନ କହିଥିବା ବେଳେ, ଏଥିରୁ ସ୍ପଷ୍ଟ ଯେ ରାଜ୍ୟ କଂଗ୍ରେସ ନେତୃତ୍ବ ଓ ବରିଷ୍ଠ ନେତାମାନଙ୍କ ମଧ୍ୟରେ ପ୍ରବଳ ଗୋଷ୍ଠୀ କନ୍ଦଳ ରହିଛି । ଏପରି ସ୍ଥିତିରେ ଦଳର ଭବିଷ୍ୟତକୁ ନେଇ ଏକାଧିକ ପ୍ରଶ୍ନ ଉଠୁଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated :Dec 7, 2021, 10:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.