ETV Bharat / city

ପଞ୍ଚାୟତ ପରୀକ୍ଷାରେ ବିଜେଡିର ଫାଷ୍ଟକ୍ଳାସ୍‌, ବିରୋଧୀ ନିରାଶ

author img

By

Published : Mar 1, 2022, 8:23 PM IST

Odisha Pachayat polls final results out
ପଞ୍ଚାୟତ ପରୀକ୍ଷାରେ ବିଜେଡିର ଫାଷ୍ଟକ୍ଳାସ୍‌, ବିରୋଧୀ ନିରାଶ

ପଞ୍ଚାୟତ ପରୀକ୍ଷାରେ ଶାସକ ବିଜୁ ଜନତା ଦଳ(BJD) ପ୍ରଥମ ଶ୍ରେଣୀରେ ପାସ୍‌ । ସଦ୍ୟ ସମାପ୍ତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ପୋଛି ନେଇଛି ଜିଲ୍ଲା ପରିଷଦ ସିଟ୍‌। ଏଥିସହନିଜର ପୁରୁଣା ରେକର୍ଡ ଭାଙ୍ଗି ଇତିହାସ ସୃଷ୍ଟି କରିଛି। ଚୁଡାନ୍ତ ଫଳାଫଳ ଆସିସାରିଥିବାବେଳେ, ବିଜେଡିକୁ 765 ଟି ସିଟ୍‌ ମିଳିଛି । ଏହାମଧ୍ୟ ପଢନ୍ତୁ

ଭୁବନେଶ୍ବର: ପଞ୍ଚାୟତ ପରୀକ୍ଷାରେ ଶାସକ ବିଜୁ ଜନତା ଦଳ(BJD) ପ୍ରଥମ ଶ୍ରେଣୀରେ ପାସ୍‌ । ସଦ୍ୟ ସମାପ୍ତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ପୋଛି ନେଇଛି ଜିଲ୍ଲା ପରିଷଦ ସିଟ୍‌। ଏଥିସହନିଜର ପୁରୁଣା ରେକର୍ଡ ଭାଙ୍ଗି ଇତିହାସ ସୃଷ୍ଟି କରିଛି। ଚୁଡାନ୍ତ ଫଳାଫଳ ଆସିସାରିଥିବାବେଳେ, ବିଜେଡିକୁ 765 ଟି ସିଟ୍‌ ମିଳିଛି ।

ପୂର୍ବରୁ ବରଗଡ଼ ଜିଲ୍ଲା ଅମ୍ବାବନାରେ ଜିଲ୍ଲା ପରିଷଦ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବାରୁ ଏହି ସିଟ୍‌ରେ ନିର୍ବାଚନ ହୋଇନଥିଲା। ଭାରତୀୟ ଜନତା ପାର୍ଟି(BJP) 42 ଟି ସିଟ୍‌ରେ ସନ୍ତୁଷ୍ଟ ହୋଇଥିବା ବେଳେ, କଂଗ୍ରେସ 37 ଟି ସିଟ୍‌ ହାତେଇବାକୁ ସମର୍ଥ ହୋଇଛି । ଅନ୍ୟାନ୍ୟ ଖାତାକୁ 7ଟି ସିଟ୍‌ ଯାଇଛି ।

ଏହାମଧ୍ୟ ପଢନ୍ତୁ: Poll Result: BJDର ବମ୍ପର ବିଜୟ, ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲେ ନବୀନ

ତେବେ ପ୍ରଥମ ଦିନରୁ ଗଣତିର ଫଳାଫଳ ବିଜେଡି ସପକ୍ଷରେ ଯାଇଥିଲା ଓ ଏହି ଟ୍ରେଣ୍ଡ ଗଣତିର ଶେଷ ପର୍ଯ୍ୟନ୍ତ ରହିଥିଲା । ଜିଲ୍ଲା ପରିଷଦରେ ବିଜେଡିର ଏହା ବିରାଟ ବିଜୟ । 314 ଟି ବ୍ଲକର 851 ଟି ଜୋନରେ ବିଜେଡି ସପକ୍ଷରେ ୧ କୋଟି ୧୦ ଲକ୍ଷ ୮୯ ହଜାର ୭୧୨ ଟି ଭୋଟ ଯାଇଥିବାବେଳେ, ବିଜେପିକୁ ୬୩,୨୩,୭୪୬ ଖଣ୍ଡ ଭୋଟ ମିଳିଛି । ସେହିପରି କଂଗ୍ରେସକୁ ୨୮,୫୪,୩୯୮ ଟି ଭୋଟ ମିଳିଛି ଏବଂ ସ୍ବାଧୀନ ପ୍ରାର୍ଥୀଙ୍କୁ ୨,୮୧,୨୧୩ ଟି ଭୋଟ ମିଳିଛି । ଅନ୍ୟାନ୍ୟ ମାନଙ୍କୁ ୪,୭୯,୩୩୪ ଟି ଭୋଟ ମିଳିଛି। 30 ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିବ ବିଜେଡି ।

ପ୍ରଥମ ଦିନରେ 315ଟି ଜିଲ୍ଲା ପରିଷଦ ଜୋନରେ ବିଜେଡି ସପକ୍ଷରେ 281 ଟି ସିଟ, ବିଜେପିକୁ 15ଟି ସିଟ, ଜାତୀୟ କଂଗ୍ରେସକୁ 14 ଟି ସିଟ୍‌, ସ୍ବାଧୀନ ଓ ଅନ୍ୟାନ୍ୟଙ୍କୁ 4ଟି ସିଟ ମିଳିଥିଲା । ସେହିପରି ଦ୍ବିତୀୟ ଦିନରେ 305 ଜିଲ୍ଲା ପରିଷଦ ସିଟ୍‌ ପାଇଁ ଗଣତି ହୋଇଥିଲା ସେଥିମଧ୍ୟରୁ ବିଜେଡିକୁ 270ଟି ସିଟ୍‌ ମିଳିଥିଲା, ବିଜେପିକୁ 16 ଟି, କଂଗ୍ରେସକୁ 16ଟି ଏବଂ ସ୍ଵାଧୀନ ଓ ଅନ୍ୟାନ୍ୟ ମାନଙ୍କୁ 3ଟି ସିଟ ଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ବିଜେଡି ଟ୍ରେଣ୍ଡ ଦେଖିବକୁ ମିଳିଥିଲା, ପ୍ରାୟ 18ଟି ଜିଲ୍ଲାରେ କଂଗ୍ରେସ ଖାତା ଖୋଲି ପାରିନାହିଁ, ବିଜେପି 10ଟି ଜିଲ୍ଲାରେ ଖାତା ଖୋଲି ପାରିନାହିଁ। ଭଦ୍ରକ, ଦେବଗଡ଼, ଯାଜପୁର,ମୟୁରଭଞ୍ଜ ଜିଲ୍ଲାରେ ବିଜେଡି କ୍ଲିନ ସୁଇପ କରିଛି । ବିରୋଧୀ ବିଜେପି ଏବଂ କଂଗ୍ରେସ ଏହି ଜିଲ୍ଲା ଗୁଡିକରେ ଖାତା ଖୋଲିବାରେ ସକ୍ଷମ ହୋଇପାରି ନାହାଁନ୍ତି। ସେହିପରି ଅନ୍ତିମ ତଥା ତୃତୀୟ ଦିବସର ଗଣତି 231ଟି ଜିଲ୍ଲା ପରିଷଦ ଜୋ୍‌ନ ପାଇଁ ହୋଇଥିଲା ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.