ଦେଶରେ ପ୍ରଥମ, ନବଦମ୍ପତିଙ୍କୁ ମ୍ୟାରେଜ ଗିଫ୍ଟ ଦେବେ ରାଜ୍ୟ ସରକାର

author img

By

Published : Aug 12, 2022, 7:46 PM IST

Updated : Aug 12, 2022, 8:00 PM IST

ଦେଶରେ ପ୍ରଥମ, ନବଦମ୍ପତିଙ୍କୁ ମ୍ୟାରେଜ ଗିଫ୍ଟ ଦେବେ ରାଜ୍ୟ ସରକାର

ରାଜ୍ୟରେ ନବଦମ୍ପତିଙ୍କୁ ଗିଫ୍ଟ ଦେବେ ସରକାର । ଏହି କିଟ୍‌ରେ ଗର୍ଭନିରୋଧକ ଭାବେ କଣ୍ଡୋମ ସମେତ ଅନ୍ୟାନ୍ୟ ଉପାଦାନ ରହିବ । ସୂଚନା ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ନୂଆ ବିବାହ କରିବାକୁ ଯାଉଥିବା ନବଦମ୍ପତିଙ୍କୁ ସ୍ବତନ୍ତ୍ର ଉପହାର ପ୍ରଦାନ କରିବେ ରାଜ୍ୟ ସରକାର । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର NRHM ପକ୍ଷରୁ ଦିଆଯିବ 'ନବଦମ୍ପତି ଗିଫ୍ଟ' । ଏହି କିଟ୍‌ରେ ଗର୍ଭନିରୋଧକ ଭାବେ କଣ୍ଡୋମ ସମେତ ଅନ୍ୟାନ୍ୟ ଉପାଦାନ ରହିବ । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଦେଶରେ ପ୍ରଥମ, ନବଦମ୍ପତିଙ୍କୁ ମ୍ୟାରେଜ ଗିଫ୍ଟ ଦେବେ ରାଜ୍ୟ ସରକାର

ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, "ନବଦମ୍ପତିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିବାହ ଉପହାର ଯୋଜନା ଆରମ୍ଭ କରାଯାଉଛି । ନବଦମ୍ପତିମାନେ ବିଳମ୍ବରେ ପ୍ରଥମ ସନ୍ତାନ ଓ ଦ୍ବିତୀୟ ସନ୍ତାନ ଲାଗି ଅତିକମରେ ୨ ବର୍ଷର ବ୍ୟବଧାନ ରଖନ୍ତୁ । ଏହାକୁ ଦୃଷ୍ଟିରେ ରଖି ଏହି ଗିଫ୍ଟରେ କିଛି ପରିବାର କଲ୍ୟାଣ ପୁସ୍ତିକା, ନେଲ କଟର, ଆଇନା, ପାନିଆ, ଟିକିଲି, ରୁମାଲ, ତଉଲିଆ, କଣ୍ଡୋମ ଓରାଲ କଣ୍ଟ୍ରାସେପଟିକ ପିଲସ, ପ୍ରେଗନେନ୍ସି ଟେଷ୍ଟିଂ କିଟ, ଏମରଜେନ୍ସି କଣ୍ଟ୍ରାସେପ୍ଟିକ ପିଲ୍ସ ଓ ବିବାହ ପଞ୍ଜିକରଣ ଫର୍ମ ଆଦି ନବଦମ୍ପତିମାନଙ୍କୁ ପ୍ରଦାନ କରାଯିବ ।"

ସେ ଆହୁରି କହିଛନ୍ତି ଯେ, "ଏହି ଯୋଜନା ଉଭୟ ସହର ଓ ଗ୍ରାମାଞ୍ଚଳରେ କାର୍ଯ୍ୟକାରୀ ହେବ । ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ନବଦମ୍ପତିଙ୍କୁ ବିବାହ ଉପହାର ଯୋଜନା ଆରମ୍ଭ ହେଉଛି । ନବ ଦମ୍ପତିଙ୍କ ପାଇଁ ଏହି ଯୋଜନା ଚଳିତ ବର୍ଷ ସେପ୍ଟେମ୍ବର ମାସରୁ ଲାଗୁ କରାଯିବ । ବିଶେଷ ଭାବରେ ପ୍ରଥମ ସନ୍ତାନ ଜନ୍ମର ବିଳମ୍ବ ଓ ପରିବାର ନିୟୋଜନକୁ ଆହୁରି ସୁଦୃଢ କରିବା ଲକ୍ଷ୍ୟରେ ସରକାର ଏହି ଯୋଜନା ଆରମ୍ଭ କରିଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Aug 12, 2022, 8:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.