ETV Bharat / city

Odisha Weather: ୨୭ ସେପ୍ଟେମ୍ବରରୁ ରାଜ୍ୟରେ ପୁଣି ବଢିବ ବର୍ଷା

author img

By

Published : Sep 23, 2022, 3:49 PM IST

Updated : Sep 23, 2022, 5:16 PM IST

Odisha Weather: ୨୭ ସେପ୍ଟେମ୍ବରରୁ ରାଜ୍ୟରେ ପୁଣି ବଢିବ ବର୍ଷା
Odisha Weather: ୨୭ ସେପ୍ଟେମ୍ବରରୁ ରାଜ୍ୟରେ ପୁଣି ବଢିବ ବର୍ଷା

ଚଳିତ ବର୍ଷ ପୂଜା ବଜାର ଭିଜିବା ନେଇ ଆଶଙ୍କା କରାଯାଉଛି । କାରଣ ଆସନ୍ତା ସେପ୍ଟେମ୍ବର ୨୭ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ ନେଇ ସୂଚନା ମିଳିଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ଆସନ୍ତା ୨୭ ସେପ୍ଟେମ୍ବରରୁ ରାଜ୍ୟରେ ପୁଣି ବଢିବ ବର୍ଷା । ଏଥିଲାଗି ୪ଜିଲ୍ଲା ଗଞ୍ଜାମ, ଗଜପତି, ପୁରୀ ଏବଂ କନ୍ଧମାଳକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାବେଳେ, ଚଳିତ ବର୍ଷ ପୂଜା ବଜାର ଭିଜିବା ଆଶଙ୍କା ରହିଛି । ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

୨୭ ସେପ୍ଟେମ୍ବରରୁ ରାଜ୍ୟରେ ପୁଣି ବଢିବ ବର୍ଷା

ଗତ ୨୪ ଘଣ୍ଟା ମଧରେ ବା ବର୍ତ୍ତମାନ ପାଣିପାଗ ନିୟାମକ ଅନୁସାରେ, ବାୟୁମଣ୍ଡଳରେ ଏକ ନିମ୍ନଚାପ ରେଖା ସମୁଦ୍ର ପତ୍ତନଠାରୁ ୧.୫ ରୁ ୪.୫ କିମି ଉଚ୍ଚତା ମଧ୍ୟରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରୁ ବାହାରି ଉତ୍ତର-ଓଡିଶା, ଉତ୍ତର-ଛତିଶଗଡ ଏବଂ ପୂର୍ବ-ମଧ୍ୟପ୍ରଦେଶ ଦେଇ ଉତ୍ତରପଶ୍ଚିମ-ମଧ୍ୟପ୍ରଦେଶ ଯାଏଁ ଲମ୍ବିଛି । ଏହାର ପ୍ରଭାବରେ ଉପକୂଳ ଓଡିଶା ସମେତ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ମେଘୁଆ ପାଗ ଲାଗି ରହିବା ସହ କିଛି କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଏହା ବି ପଢନ୍ତୁ- ସାର୍ବଜନୀନ ହେଲା ମୁଖ୍ୟମନ୍ତ୍ରୀ-ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା, ଜାଣନ୍ତୁ କାହାର କେତେ?

ଆସନ୍ତା ୨୪ ଘଣ୍ଟା ପାଇଁ ମଧ୍ୟ କିଛି ଜିଲ୍ଲାରେ ବର୍ଷା ହେବା ନେଇ ୧୬ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହିପରି ଗତ ୨୪ ଘଣ୍ଟାରେ ଗଞ୍ଜାମର ବେଲଗୁଣ୍ଠାଠାରେ ସର୍ବାଧିକ ବର୍ଷା ୫୮.୦ ମିମି ରେକର୍ଡ଼ କରାଯାଇଛି । ସେପଟେ ମୌସୁମୀ ରାଜ୍ୟରୁ ଅପସାରଣ କରୁଥିବାବେଳେ, ଏଯାବତ ମୌସୁମୀ ଋତୁରେ ୧୧୬୪.୫ ମିମି ବର୍ଷା ରେକର୍ଡ ହୋଇଛି । ଏଯାବତ ରାଜ୍ୟରେ ୫ ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ ଏବଂ ୨୫ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ କରାଯାଇଛି ।

ଅନ୍ୟପଟେ ଆଗକୁ ଏକ ଆଉ ଏକ ଘୂର୍ଣ୍ଣିବଳୟ ଆସୁଛି । ଏହାର ପ୍ରଭାବରେ ମଧ୍ୟ ରାଜ୍ୟରେ ବର୍ଷା ହେବ । ତେବେ ମୌସୁମୀର ପ୍ରଭାବ ସେତେଟା ନଥିବାରୁ ଏହା ଲଘୁଚାପର ରୂପ ନେବ କି ନାହିଁ ତାହା ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ହିଁ ସ୍ପଷ୍ଟ ହେବ ବୋଲି କହିଛନ୍ତି ପାଣିପାଗ ବୈଜ୍ଞାନିକ ଉମା ଶଙ୍କର ଦାଶ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Sep 23, 2022, 5:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.