ETV Bharat / city

ୟୁକ୍ରେନ ସଙ୍କଟରେ ଫସିଛନ୍ତି ଅନୁଗୋଳ ଛାତ୍ରୀ, ଫେରିବାକୁ କଲେ ଗୁହାରୀ

author img

By

Published : Feb 27, 2022, 7:52 PM IST

Updated : Feb 27, 2022, 8:18 PM IST

ୟୁକ୍ରେନ ସୀମାରେ ଏବେ ମଧ୍ୟ ଅନେକ ଛାତ୍ର ଫସି ରହିଥିବା ଏକ ଭିଡିଓ ଜାରି କରି ଅନୁଗୋଳର ଦେବାଶିଷ ପାତ୍ରଙ୍କ ଝିଅ ଶାୟନ୍ତନୀ ପାତ୍ର କହିଛନ୍ତି । ଅଧିକ ପଢନ୍ତୁ

ଭାରତ ପ୍ରତ୍ୟାବର୍ତ୍ତନ କରାଇବାକୁ ଓଡ଼ିଆ ଛାତ୍ରୀଙ୍କ ନିବେଦନ
ଭାରତ ପ୍ରତ୍ୟାବର୍ତ୍ତନ କରାଇବାକୁ ଓଡ଼ିଆ ଛାତ୍ରୀଙ୍କ ନିବେଦନ

ଭୁବନେଶ୍ବର: ୟୁକ୍ରେନର ସ୍ଥିତି ଏବେ ଗମ୍ଭୀର । ଭାରତୀୟଙ୍କୁ ମଧ୍ୟ ଭାରତକୁ ଆଣିବାରେ ସରକାର ସହଯୋଗ କରୁଛନ୍ତି । କିନ୍ତୁ, ଅନେକ ଏବେ ମଧ୍ୟ ଫସିଛନ୍ତି ସେହି ବଙ୍କର ମଧ୍ୟରେ । ଗତକାଲି(ଶନିବାର) ରାତି 12ଟାରୁ ବର୍ଡରକୁ ଆସିଲେଣି କିଛି ଭାରତୀୟ କିନ୍ତୁ, ହେଲେ ସେମାନଙ୍କୁ କିଛି ବି ସହଯୋଗ ମିଳୁନଥିବା ୟୁକ୍ରେନରେ ରହୁଥିବା ଛାତ୍ରଛାତ୍ରୀ କହିଛନ୍ତି । ସେମାନେ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ -10 ଡିଗ୍ରୀ ତାପମାତ୍ରାରେ ରହୁଥିବା କହିଛନ୍ତି ।

ୟୁକ୍ରେନ ସଙ୍କଟରେ ଫସିଛନ୍ତି ଅନୁଗୋଳ ଛାତ୍ରୀ, ଫେରିବାକୁ କଲେ ଗୁହାରୀ

ସେମାନଙ୍କ ପାଖେ ଖାଇବା, ପିଇବା କିଛି ବି ନାହିଁ ଏବଂ ଭାରତୀୟ ଦୂତାବାସର କୌଣସି ସହଯୋଗ ମଧ୍ୟ ପହଞ୍ଚିନଥିବା କହିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଅନୁଗୋଳର ଦେବାଶିଷ ପାତ୍ରଙ୍କ ଝିଅ ଶାୟନ୍ତନୀ ପାତ୍ର । ଅନେକ ଛାତ୍ରଛାତ୍ରୀ 2ରୁ 3 ଦିନ ହେଲା ନଖାଇ ନପିଇ ରହିଛନ୍ତି, ବସିବା ପାଇଁ ସ୍ଥାନ ନାହିଁ । ଏଭଳି ସ୍ଥିତିରେ ଭାରତକୁ ପ୍ରତ୍ୟାବର୍ତ୍ତନ କରାଇବା ପାଇଁ ଅନୁରୋଧ କରିଛନ୍ତି ଛାତ୍ରୀ ଜଣକ ।

ଏପଟେ ଅନେକ ପିଲାଙ୍କର ମଧ୍ୟ ଦେହ ଅସୁସ୍ଥ ହେବାରେ ଲାଗିଛି । ଯାହାର ଚିକିତ୍ସା ପାଇଁ ମଧ୍ୟ କୌଣସି କିଛି ନାହିଁ ବୋଲି ଅଭିଯୋଗ ହୋଇଛି । ଅନେକ ଓଡ଼ିଆ ଛାତ୍ରଛାତ୍ରୀ ମାନେ ସୁବିଧା କୌଣସି ପାଇପାରୁନଥିବାରୁ ଅନେକ ସମୟରେ ଭାରତୀୟ ଦୂତାବାସ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କୁ ଯୋଗାଯୋଗ ମଧ୍ୟ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Feb 27, 2022, 8:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.