ETV Bharat / city

Ukraine Crisis: ଭୁବନେଶ୍ବରରେ ପହଞ୍ଚିଲେ ୟୁକ୍ରେନ ଫେରନ୍ତା, କହିଲେ ପ୍ରତି ମୁହୂର୍ତ୍ତରେ ପଡୁଛି ବୋମା

author img

By

Published : Feb 27, 2022, 12:25 PM IST

ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ଫସିଥିବା ଭାରତୀୟ ନାଗରିକଙ୍କ ଉଦ୍ଧାର କାର୍ଯ୍ୟ ଜାରି । ଆଜି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ବହୁ ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

Ukraine Crisis: ଭୁବନେଶ୍ବରର ପହଞ୍ଚିଲେ ୟୁକ୍ରେନ ଫେରନ୍ତା
Ukraine Crisis: ଭୁବନେଶ୍ବରର ପହଞ୍ଚିଲେ ୟୁକ୍ରେନ ଫେରନ୍ତା

ଭୁବନେଶ୍ବର: ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ଫସିଥିବା ଭାରତୀୟ ନାଗରିକଙ୍କ ଉଦ୍ଧାର ଅଭିଯାନ ଜାରି ରହିଛି । ‘ଅପରେସନ ଗଙ୍ଗା’ ମାଧ୍ୟମରେ ନାଗରିକଙ୍କୁ ସ୍ବଦେଶ ଫେରାଉଛନ୍ତି ଭାରତ ସରକାର । ଶନିବାର ରାତିରେ ୟୁକ୍ରେନରୁ ଭାରତୀୟଙ୍କୁ ନେଇ ଦୁଇଟି ବିମାନ ଦିଲ୍ଲୀ ଓ ମୁମ୍ବାଇରେ ଅବତରଣ କରିଥିଲା । ମୁମ୍ବାଇରେ ପହଞ୍ଚିଥିବା ନାଗରିକଙ୍କ ମଧ୍ୟରେ କିଛି ଓଡିଆ ଛାତ୍ରଛାତ୍ରୀ ରହିଥିଲେ । ସେମାନେ ମୁମ୍ବାଇରୁ ଆଜି ସକାଳ ସାଢେ ୭ଟା ସମୟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ୟୁକ୍ରେନ ଫେରନ୍ତାମାନେ ଭୁବନେଶ୍ବରରେ ପହଞ୍ଚିବା ସେମାନେ ବେଶ୍ ଖୁସି ଥିବାର ଦେଖାଯାଇଛି ।

Ukraine Crisis: ଭୁବନେଶ୍ବରର ପହଞ୍ଚିଲା ୟୁକ୍ରେନ ଫେରନ୍ତା

ଋଷିଆ ୟୁକ୍ରେନର ଉତ୍ତର ପଟ ସମ୍ପୂର୍ଣ୍ଣ ଦଖଲ କରି ସାରିଥିବା କାରଣରୁ ଦକ୍ଷିଣପଟ ଦେଇ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଭୁବନେଶ୍ବରରେ ପହଞ୍ଚିବା ପରେ ୟୁକ୍ରେନ ଫେରାନ୍ତା ସେଠାକାର ସ୍ଥିତି ବଖାଣିଛନ୍ତି । ୟୁକ୍ରେନ ସ୍ଥିତି ଅତ୍ୟନ୍ତ ଖରାପ ରହିଛି । ପ୍ରତି ମୁହୂର୍ତ୍ତରେ ବୋମା ପଡୁଛି । ଲୋକେ ଆତଙ୍କରେ ଥରହର ହେଉଛନ୍ତି । ସେଠାରେ ଫସିଥିବା ନିଜ ବନ୍ଧୁମାନଙ୍କ ପାଇଁ ସେମାନେ ଚିନ୍ତାରେ ଥିବା କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଶନିବାର ଦିଲ୍ଲୀରେ ପହଞ୍ଚିଥିବା ୟୁକ୍ରେନ ଫେରନ୍ତା ଓଡିଆ ଛାତ୍ରଛାତ୍ରୀ ଆଜି ପୂର୍ବାହ୍ନ ୧ଟା ସମୟରେ ଭୁବନେଶ୍ବରରେ ପହଞ୍ଚିବେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.