ETV Bharat / city

ପୌର ଫାଇଟ: ବିନା କୋଭିଡ କଟକଣାରେ ଏଥର ପୌର ନିର୍ବାଚନ

author img

By

Published : Mar 7, 2022, 3:09 PM IST

Updated : Mar 7, 2022, 3:27 PM IST

ପୌର ନିର୍ବାଚନରେ ରହିବନି କୋରୋନା କଟକଣା : ନିର୍ବାଚନ ଆୟୋଗ
ପୌର ନିର୍ବାଚନରେ ରହିବନି କୋରୋନା କଟକଣା : ନିର୍ବାଚନ ଆୟୋଗ

ପୌର ନିର୍ବାଚନ ନେଇ ପ୍ରସ୍ତୁତି ଶେଷ । କୋଭିଡ କଟକଣା ମୁକ୍ତ ହେବ ନିର୍ବାଚନ । ଏନେଇ ସୂଚନା ଦେଲେ ନିର୍ବାଚନ ଆୟୋଗ । ଅଧିକ ପଢନ୍ତୁ

ଭୁବନେଶ୍ବର: ପୌର ନିର୍ବାଚନ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । 42 ଲକ୍ଷ ଭୋଟର ମତଦାନ ସାବ୍ୟସ୍ତ କରିବାକୁ ଥିବାବେଳେ କୋଭିଡ଼ କଟକଣା ମୁକ୍ତ ପ୍ରଚାର ହେବ । ଏନେଇ ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ, ପୌର ନିର୍ବାଚନରେ 1899 ଟି ୱାର୍ଡରେ ହେବ ନିର୍ବାଚନ । ନିର୍ବାଚନ ଲାଗି 4475 ବୁଥ ରହିଛି । ପୌର ନିର୍ବାଚନ ଲାଗି ଭୋଟର ସଂଖ୍ୟା 42 ଲକ୍ଷ ରହିଛି । ଆଜି(ସୋମବାର) 3ଟା ସୁଦ୍ଧା ସମସ୍ତ ନାମାଙ୍କନ ଦାଖଲ କାର୍ଯ୍ୟକ୍ରମ ଶେଷ ହେବ ।

ପୌର ଫାଇଟ: ବିନା କୋଭିଡ କଟକଣାରେ ଏଥର ପୌର ନିର୍ବାଚନ

ନାମାଙ୍କନ ପତ୍ର 9 ମାର୍ଚ୍ଚରେ ଯାଞ୍ଚ ହେବ । 14 ମାର୍ଚ୍ଚ 3ଟା ସୁଦ୍ଧା ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ତାରିଖ ଧାର୍ଯ୍ୟ କରାଯାଇଛି । ପ୍ରତି ବୁଥରେ ଦୁଇଟି ଲେଖାଏଁ EVM ବ୍ୟବସ୍ଥା କରାଯାଇଛି । ଗୋଟିଏ କାଉନସିଲର/କର୍ପୋରେଟର ପାଇଁ ଆଉ ଗୋଟିଏ ମେୟର/ପୌରାଧକ୍ଷ ପାଇଁ ଏହି ଇଭିଏମ ବ୍ୟବହାର ହେବ । ଇଭିଏମ ରହିବା ପାଇଁ 3ଟି ଷ୍ଟ୍ରଙ୍ଗରୁମ ବ୍ୟବସ୍ଥା କରାଯାଇଛି । ଇଭିଏମ ସିସିଟିଭି ସର୍ଭିଲାନ୍ସ ରହିବ । ପ୍ରତି ବୁଥରେ ଜଣେ ଲେଖାଏଁ ପ୍ରିଜାଇଡିଙ୍ଗ ଅଫିସରଙ୍କୁ ଦାଇତ୍ୱ ଦିଆଯାଇଛି ।

ଏହାବି ପଢନ୍ତୁ : ଓଡିଶା ଫେରୁଛନ୍ତି ଶତାଧିକ ୟୁକ୍ରେନ ଫେରନ୍ତା, ଅପରାହ୍ନରେ ସ୍ବାଗତ କରିବେ ମୁଖ୍ୟମନ୍ତ୍ରୀ

ଏହାସହ ଆଉ 4 ଜଣ ପୁଲିଙ୍ଗ ଅଫିସର ରହିବେ । ପୌର ନିର୍ବାଚନରେ କୌଣସି ପ୍ରକାର କୋଭିଡ ସଂକ୍ରାନ୍ତୀୟ କଟକଣା ରହିବ ନାହିଁ । ରାଜ୍ୟରେ କୋଭିଡ ସ୍ଥିତିକୁ ଦୃଷ୍ଟିରେ ଏପରି ପଦକ୍ଷେପ ନେଇଛନ୍ତି ନିର୍ବାଚନ ଆୟୋଗ । ଯଦି କୋଭିଡ ସ୍ଥିତିରେ କୌଣସି ବ୍ୟତିକ୍ରମ ଆସେ ତେବେ ଏହାକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବ । ଆବଶ୍ୟକ ପଡ଼ିଲେ ନିୟମ ପରିବର୍ତ୍ତନ ହୋଇପାରେ ବୋଲି ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି । ଏହାସହ ପୌର ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ପ୍ରିଜାଇଡିଂ ଅଫିସର ଓ ପୁଲିଙ୍ଗ ଅଫିସର ବାଲାଟ ପେପରରେ ଭୋଟ ଦେଇପାରିବେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated :Mar 7, 2022, 3:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.