ETV Bharat / city

ଓଡିଶା ଫେରୁଛନ୍ତି ଶତାଧିକ ୟୁକ୍ରେନ ଫେରନ୍ତା, ଅପରାହ୍ନରେ ସ୍ବାଗତ କରିବେ ମୁଖ୍ୟମନ୍ତ୍ରୀ

author img

By

Published : Mar 7, 2022, 11:24 AM IST

Updated : Mar 7, 2022, 12:11 PM IST

ଶତାଧିକ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ ଆଜି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବ ଏୟାର ଏସିଆ ବିମାନ । ସ୍ବାଗତ କରିବେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଓଡିଶା ଫେରୁଛନ୍ତି ଶତାଧିକ ୟୁକ୍ରେନ ଫେରନ୍ତା, ଅପରାହ୍ନରେ ବିମାନ ବନ୍ଦରରେ  ସ୍ବାଗତ କରିବେ ମୁଖ୍ୟମନ୍ତ୍ରୀ
ଓଡିଶା ଫେରୁଛନ୍ତି ଶତାଧିକ ୟୁକ୍ରେନ ଫେରନ୍ତା, ଅପରାହ୍ନରେ ବିମାନ ବନ୍ଦରରେ ସ୍ବାଗତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ୟୁକ୍ରେନରୁ ଓଡିଶା ଫେରୁଛନ୍ତି ଶତାଧିକ ଡାକ୍ତରୀ ଛାତ୍ରଛାତ୍ରୀ । ଭୁବନେଶ୍ବରରେ ପହଞ୍ଚିବା ପରେ ବିମାନ ବନ୍ଦରରେ ସ୍ବାଗତ କରିବେ ମୁଖ୍ୟମନ୍ତ୍ରୀ । ୟୁକ୍ରେନରୁ ଦିଲ୍ଲୀ ଓ ଦିଲ୍ଲୀରୁ ଓଡିଶା ଆସୁଛନ୍ତି ୟୁକ୍ରେନରେ ଫସିରହିଥିବା ଛାତ୍ରଛାତ୍ରୀ । ଅପରାହ୍ନରେ ପହଞ୍ଚିବା ପରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସ୍ବାଗତ ଜଣାଇବା ସହ ସେମାନଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀରୁ ଏୟାର ଏସିଆ ବିମାନରେ ଫେରୁଛନ୍ତି ଛାତ୍ରଛାତ୍ରୀ ।

ତେବେ ଗତକାଲି ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । ୟୁକ୍ରେନରେ ଯୁଦ୍ଧ ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ପାଠପଢ଼ାର ସମସ୍ତ ବ୍ୟବସ୍ଥା କରିବା ପାଇଁ ଚିଠି ଲେଖି ଅନୁରୋଧ କରିଥିଲେ ନବୀନ । ତେବେ ଓଡିଶା ଛାତ୍ରଛାତ୍ରୀଙ୍କୁ ୟୁକ୍ରେନରୁ ଫେରାଇ ଆଣିବା ନେଇ ରାଜ୍ୟ ସରକାର ୪ ଜଣ ପ୍ରତିନିଧି ନିଯୁକ୍ତି କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated :Mar 7, 2022, 12:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.