ETV Bharat / city

ସ୍କୁଲ ଫି ପାଇଁ ପିଲା ଅଟକ ଘଟଣା, ରିପୋର୍ଟ ମାଗିଲା NHRC

author img

By

Published : Aug 27, 2022, 1:32 PM IST

ଛାତ୍ରଛାତ୍ରୀଙ୍କୁ ଲାଇବ୍ରେରୀରେ ୫ ଘଣ୍ଟା ବନ୍ଦ ରଖିବା ପ୍ରସଙ୍ଗ ,ରିପୋର୍ଟ ମାଗିଲା ଜାତୀୟ ମାନବାଧିକାର କମିଶନ
ଛାତ୍ରଛାତ୍ରୀଙ୍କୁ ଲାଇବ୍ରେରୀରେ ୫ ଘଣ୍ଟା ବନ୍ଦ ରଖିବା ପ୍ରସଙ୍ଗ ,ରିପୋର୍ଟ ମାଗିଲା ଜାତୀୟ ମାନବାଧିକାର କମିଶନ

ରାଜଧାନୀର ଏକ ଘରୋଇ ସ୍କୁଲ ଲାଇବ୍ରେରୀରେ ଛାତ୍ରଛାତ୍ରୀଙ୍କୁ ବନ୍ଦ ରଖିବା ପ୍ରସଙ୍ଗ । ଜାତୀୟ ମାନବାଧିକାର କମିଶନ ଖୋର୍ଦ୍ଧା ଜିଲ୍ଲାପାଳ, ସ୍କୁଲ ଓ ଗଣଶିକ୍ଷାର ପ୍ରମୁଖ ସଚିବ ଏବଂ କମିଶନରେଟ ପୋଲିସକୁ ରିପୋର୍ଟ ତଲବ କରିଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜଧାନୀର ଏକ ଘରୋଇ ସ୍କୁଲ ଲାଇବ୍ରେରୀରେ ଛାତ୍ରଛାତ୍ରୀଙ୍କୁ ବନ୍ଦ ରଖିବା ପ୍ରସଙ୍ଗ । ଜାତୀୟ ମାନବାଧିକାର କମିଶନ ଖୋର୍ଦ୍ଧା ଜିଲ୍ଲାପାଳ, ସ୍କୁଲ ଓ ଗଣଶିକ୍ଷାର ପ୍ରମୁଖ ସଚିବ ଏବଂ କମିଶନରେଟ ପୋଲିସକୁ ରିପୋର୍ଟ ତଲବ କରିଛନ୍ତି । ସମ୍ପୃକ୍ତ ଘଟଣାରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଚାରି ସପ୍ତାହ ଭିତରେ କମିଶନକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏନଏଚଆରସି ।

ଏହାବି ପଢନ୍ତୁ: ସ୍କୁଲ ଫି ନଦେବାରୁ କୁନି ଛାତ୍ରଛାତ୍ରୀଙ୍କୁ ପଣବନ୍ଦୀ କଲେ କର୍ତ୍ତୃପକ୍ଷ

ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଦିନର ଏ ଘଟଣା । ଭୁବନେଶ୍ବର ଉପକଣ୍ଠ ଅଞ୍ଚଳରେ ରହିଛି ଆଜିଜେ ସ୍କୁଲ (APEEJAY SCHOOL) । ପିଲାମାନେ ସ୍କୁଲ ଫି ନ ଦେବାରୁ ସ୍କୁଲ କର୍ତ୍ତୃପକ୍ଷ କୁନିକୁନି ପିଲାଙ୍କୁ ଏକ କୋଠରୀରେ ଦୀର୍ଘ ୫ ଘଣ୍ଟା ଧରି ବନ୍ଦ କରି ରଖିଥିବା ଅଭିଯୋଗ ହୋଇଥିଲା । ଏହାର ପ୍ରତିବାଦ କରି ଅଭିଭାବକମାନେ ସ୍କୁଲ ଆଗରେ ଧାରଣା ଦେଇଥିଲେ । ପରେ ଏ ଘଟଣା ଥାନାରେ ପହଞ୍ଚିଥିଲା । ପୋଲିସ ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିବା ସହ ସ୍କୁଲ ଆଡମିନଙ୍କୁ ରଖି ପଚରାଉଚରା ମଧ୍ୟ କରିଥିଲା ।

ଛାତ୍ରଛାତ୍ରୀଙ୍କୁ ଲାଇବ୍ରେରୀରେ ୫ ଘଣ୍ଟା ବନ୍ଦ ରଖିବା ପ୍ରସଙ୍ଗ ,ରିପୋର୍ଟ ମାଗିଲା ଜାତୀୟ ମାନବାଧିକାର କମିଶନ
ଛାତ୍ରଛାତ୍ରୀଙ୍କୁ ଲାଇବ୍ରେରୀରେ ୫ ଘଣ୍ଟା ବନ୍ଦ ରଖିବା ପ୍ରସଙ୍ଗ ,ରିପୋର୍ଟ ମାଗିଲା ଜାତୀୟ ମାନବାଧିକାର କମିଶନ

ଏହାବି ପଢନ୍ତୁ: ସ୍କୁଲରେ ଛାତ୍ର ବନ୍ଦୀ ଘଟଣା, ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ଅଭିଯୋଗ

ସେପଟେ, ସ୍କୁଲ କର୍ତ୍ତୃପକ୍ଷଙ୍କ ଏପରି କାର୍ଯ୍ୟକଳାପକୁ ନିନ୍ଦା କରିଛି ସର୍ବଭାରତୀୟ ଅଭିଭାବକ ସଂଘ । ପରେ ଏ ଘଟଣା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନିକଟରେ ପହଞ୍ଚିଥିଲା । ଅଭିଭାବକ ସଂଘ ପକ୍ଷରୁ ରାଜ୍ୟ ସଭାପତି ପ୍ରଦୀପ୍ତ ନାୟକ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କୁ ଭେଟି ଏନେଇ ଅଭିଯୋଗ କରିଥିଲେ । ଏହି ଘଟଣାରେ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ସୂରୁପ ସ୍କୁଲର ଅନୁବନ୍ଧନକୁ ବରଖାସ୍ତ କରିବାକୁ ସେମାନେ ଦାବି କରିଥିଲେ । ଏହି ଛାତ୍ର ବନ୍ଦୀ ଘଟଣାରେ ବୁଧବାର ଦିନ ସ୍କୁଲ ଓ ଗଣଶିକ୍ଷା ବିଭାଗ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲା । ତୁରନ୍ତ ଏହାର ତଦନ୍ତ କରି ଗଣଶିକ୍ଷା ବିଭାଗକୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଦଣ୍ଡ ମୁକ୍ତ ଅଞ୍ଚଳର କ୍ଲାସରୁମରେ କୁନି କୁନି ପିଲାଙ୍କ ପ୍ରତି ସ୍କୁଲ କର୍ତ୍ତୃପକ୍ଷଙ୍କ ଏ ଦାଦାଗିରିକୁ ବିଭିନ୍ନ ମହଲରେ ମଧ୍ୟ ନିନ୍ଦା କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.