ETV Bharat / city

ସ୍କୁଲ ଫି ନଦେବାରୁ କୁନି ଛାତ୍ରଛାତ୍ରୀଙ୍କୁ ପଣବନ୍ଦୀ କଲେ କର୍ତ୍ତୃପକ୍ଷ

author img

By

Published : Aug 23, 2022, 1:28 PM IST

Updated : Aug 23, 2022, 4:46 PM IST

ରାଜଧାନୀ ଭୁବନେଶ୍ବର ସ୍ଥିତ ଏକ ଘରୋଇ ସ୍କୁଲରେ କୁନି ଛାତ୍ରଛାତ୍ରୀଙ୍କୁ ୫ ଘଣ୍ଟା କ୍ଲାସରୁମରେ ବନ୍ଦ ରଖିଲେ କର୍ତ୍ତୃପକ୍ଷ । ଖାଦ୍ୟ, ପାଣି କିମ୍ବା ଟଏଲଟ ଯିବାକୁ ମଧ୍ୟ ତାଙ୍କୁ ଅନୁମତି ମିଳିନଥିବା ହୋଇଛି ଅଭିଯୋଗ । ଅଧିକ ପଢନ୍ତୁ

ସ୍କୁଲ ଫି ନଦେବାରୁ କୁନି ଛାତ୍ରଛାତ୍ରୀଙ୍କୁ ପଣବନ୍ଦୀ କଲେ କର୍ତ୍ତୃପକ୍ଷ
ସ୍କୁଲ ଫି ନଦେବାରୁ କୁନି ଛାତ୍ରଛାତ୍ରୀଙ୍କୁ ପଣବନ୍ଦୀ କଲେ କର୍ତ୍ତୃପକ୍ଷ

ଭୁବନେଶ୍ବର: ଦଣ୍ଡ ମୁକ୍ତ ଅଞ୍ଚଳରେ କ୍ଲାସ ରୁମରେ ବନ୍ଦ ହେଲେ କୁନି ଛାତ୍ରଛାତ୍ରୀ । ସ୍କୁଲ ଫି ନଦେବାରୁ ଏକ ଖାଲି ରୁମରେ ପ୍ରାୟ ୫ ଘଣ୍ଟା ସ୍କୁଲ ଛାତ୍ରଛାତ୍ରୀଙ୍କୁ ସ୍କୁଲ କର୍ତ୍ତୃପକ୍ଷ ବନ୍ଦ କରିଥିବା ଅଭିଯୋଗ ଆଣିଛନ୍ତି ଅଭିଭାବକ । ଘରୋଇ ସ୍କୁଲର ଏପରି କାର୍ଯ୍ୟକୁ ନିନ୍ଦା କରି ଅଭିଭାବକମାନେ ଗେଟ ସମ୍ମୁଖରେ ଧାରଣାରେ ବସିବା ପରେ ପହଞ୍ଚିଛି ପୋଲିସ । ଏଭଳି ଘଟଣା ରାଜଧାନୀରେ ଘଟିକିଆ ଅଞ୍ଚଳରେ ଥିବା ଏକ ସ୍କୁଲରେ ଦେଖିବାକୁ ମିଳିଛି ।

ସ୍କୁଲ ଫି ନଦେବାରୁ କୁନି ଛାତ୍ରଛାତ୍ରୀଙ୍କୁ ପଣବନ୍ଦୀ କଲେ କର୍ତ୍ତୃପକ୍ଷ

ଏହି ଘଟଣାରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍କୁଲ ଆଡ଼ମିନକୁ ଅଟକ ରଖିଛି । ଅଭିଯୋଗ ଅନୁସାରେ, "ସ୍କୁଲ ଫି ଦେଇଛନ୍ତି ତଥାପି ପିଲାଙ୍କୁ କ୍ଲାସରୁମରେ ବନ୍ଦ କରି ରଖାଯାଇଛି । ଆମେ ସ୍କୁଲ ଫି ଦେଇଦେଇଛୁ । ଆମ ନିକଟରେ ଟ୍ରାନଜାକ୍ସନର ପେପର ମଧ୍ୟ ରହିଛି । ସ୍କୁଲ ଆଡ଼ମିନ ଅମିୟ ପଣ୍ଡା ଏପରି କରିଛନ୍ତି । ସ୍କୁଲ ସିଇଓ କହିଛନ୍ତି ଏଠାରେ ମୁଁ ବ୍ୟବସାୟ ପାଇଁ ସ୍କୁଲ ଖୋଲିଛି । ଏଜୁକେସନ ପାଇଁ ନୁହେଁ । ସେ ପଶ୍ଚିମବଙ୍ଗରୁ ଆସି ଏଠାରେ ବିଜନେସ ପାଇଁ ସ୍କୁଲ ଖୋଲିଛନ୍ତି । ଆମ ପିଲା ପୂର୍ବରୁ ୯୯ ମାର୍କ ରଖୁଥିବାବେଳେ ଏବେ ୫୯ ରଖୁଛନ୍ତି ।" ଏଭଳି ଅଭିଯୋଗ କରିଛନ୍ତି ଜଣେ ଅଭିଭାବକ ।

ସ୍କୁଲ ଫି ନଦେବାରୁ କୁନି ଛାତ୍ରଛାତ୍ରୀଙ୍କୁ ପଣବନ୍ଦୀ କଲେ କର୍ତ୍ତୃପକ୍ଷ
ସ୍କୁଲ ଫି ନଦେବାରୁ କୁନି ଛାତ୍ରଛାତ୍ରୀଙ୍କୁ ପଣବନ୍ଦୀ କଲେ କର୍ତ୍ତୃପକ୍ଷ

ଏହା ବି ପଢନ୍ତୁ- ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଦିନକ ପାଇଁ 6ଟି ଯାତ୍ରୀବାହୀ ଟ୍ରେନ ବାତିଲ କଲା ପୂର୍ବତଟ ରେଳପଥ

ଆଉ ଜଣେ ଅଭିଭାବକ କହିଛନ୍ତି, "ପ୍ରାୟ ୪୦ରୁ ୫୦ଟି ପିଲାଙ୍କୁ କ୍ଲାସରୁମରେ ବନ୍ଦ ରଖିଛନ୍ତି । ସକାଳ ୯ଟା ୩୦ରୁ ୨ଟା ୩୦ ପର୍ଯ୍ୟନ୍ତ ତାଙ୍କୁ ବନ୍ଦ କରି ରଖାଯାଇଛି । ଖାଇବାକୁ ଦିଆଯାଇନାହିଁ କି ବାଥରୁମ ମଧ୍ୟ ଛଡ଼ାଯାଇନାହିଁ । ପିଲାମାନେ ପଚାରିଲେ କହୁଛନ୍ତି ତୁମ ପିତାମାତା ସ୍କୁଲ ଫି ପେମେଣ୍ଟ କରିନାହାନ୍ତି । ମାତ୍ର ଆମେ ସ୍କୁଲ ଫି ଦେଇଦେଇଛୁ । ସ୍କୁଲର ପ୍ରାୟ ସବୁ ଶ୍ରେଣୀର ପିଲାଙ୍କ ସହିତ ଏପରି କରାଯାଇଛି ।"

ଅଭିଭାବକମାନେ ସ୍କୁଲ ଫି ବୃଦ୍ଧି ହେବା ପରେ ମଧ୍ୟ ପେମେଣ୍ଟ କରିଛନ୍ତି । ମାତ୍ର ସ୍କୁଲ କର୍ତ୍ତୃପକ୍ଷ ଏ ନେଇ ସୂଚନା ନ ରଖି ପ୍ରାୟ ୪୦ଟି ପିଲାଙ୍କୁ ଜେଲରେ ବନ୍ଦୀ କଲା ପରି ସ୍କୁଲରେ ବନ୍ଦ କରି ରଖିଛନ୍ତି । ଯାହାକି ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି । ସ୍କୁଲ ଆଡମିନ ଏହାକୁ ସ୍ବୀକାର କରିବା ସହିତ ସ୍କୁଲ ଫି ନ ଦେଲେ ଏପରି କରିବେ ବୋଲି ମଧ୍ୟ କହିଥିବା ଜଣେ ଅଭିଭାବକ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Aug 23, 2022, 4:46 PM IST

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.