ETV Bharat / city

ମୁକୁଳା ଡ୍ରେନରେ ପଡ଼ି ଛାତ୍ରଙ୍କ ମୃତ୍ୟୁ, ୪ଲକ୍ଷ କ୍ଷତିପୂରଣ ପାଇଁ NHRCଙ୍କ ନିର୍ଦ୍ଦେଶ

author img

By

Published : Aug 25, 2022, 7:15 PM IST

Updated : Aug 25, 2022, 7:24 PM IST

ମୁକୁଳା ଡ୍ରେନରେ ପଡ଼ି ଛାତ୍ରଙ୍କ ମୃତ୍ୟୁ, ୪ଲକ୍ଷ କ୍ଷତିପୂରଣ ପାଇଁ NHRCଙ୍କ ନିର୍ଦ୍ଦେଶ
ମୁକୁଳା ଡ୍ରେନରେ ପଡ଼ି ଛାତ୍ରଙ୍କ ମୃତ୍ୟୁ, ୪ଲକ୍ଷ କ୍ଷତିପୂରଣ ପାଇଁ NHRCଙ୍କ ନିର୍ଦ୍ଦେଶ

ଗତବର୍ଷ ମୁକୁଳା ଡ୍ରେନରେ ପଡ଼ି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟଣା । ଏଥିଲାଗି ବିଏମସିକୁ ଦାୟୀ କରି ମାନବାଧିକାରୀ କମିଶନ ଦଣ୍ଡସ୍ବରୂପ ପରିବାରକୁ ୪ଲକ୍ଷ କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ଗତବର୍ଷ ପ୍ରବଳ ବର୍ଷା ସମୟରେ ଡ୍ରେନରେ ପଡ଼ି ଦଶମ ଶ୍ରେଣୀ ଜ୍ୟୋତି ପ୍ରକାଶ ବେହେରାଙ୍କ ମୃତ୍ୟୁ ଘଟିଥିଲା । ଉକ୍ତ ଘଟଣାରେ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ଜାତୀୟ ମାନବାଧିକାର କମିଶନ (NHRC) ତାଙ୍କ ରାୟ ସହ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୧ ସେପ୍ଟେମ୍ବର ୧୯ ତାରିଖ ଦିନ ଜ୍ୟୋତି ରଞ୍ଜନ ବେହେରା ଟ୍ୟୁସନକୁ ସାଇକେଲ ନେଇ ଯାଉଥିବା ସମୟରେ ଘଟିଥିଲା ଏହି ଅଘଟଣ ।

୪ଲକ୍ଷ କ୍ଷତିପୂରଣ ପାଇଁ NHRCଙ୍କ ନିର୍ଦ୍ଦେଶ
୪ଲକ୍ଷ କ୍ଷତିପୂରଣ ପାଇଁ NHRCଙ୍କ ନିର୍ଦ୍ଦେଶ

ସେ ଭୁବନେଶ୍ବର ବରମୁଣ୍ଡା ଅଞ୍ଚଳରେ ଥିବା ମୁକୁଳା ଡ୍ରେନରେ ପଡି ଭୀଷଣ ବର୍ଷl ଜନିତ ପ୍ରବଳ ପାଣିର ସ୍ରୋତରେ ଭାସି ଯାଇଥିଲେ । ଏହାପରେ ତାଙ୍କ ମୃତଦେହକୁ ଖୋଜାଖୋଜି କରାଯାଇଥିବାବେଳେ, ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଏହା ବି ପଢନ୍ତୁ- ଆଉ କେତେ ଜୀବନ ନେବ ସରକାର? ଜବାବ ମାଗୁଛନ୍ତି ଜନତା

ଏହି ମାମଲାକୁ ଜାତୀୟ ମାନବାଧିକାର କମିଶନଙ୍କ କୋର ଗ୍ରୁପ ସଦସ୍ୟ ମନୋଜ ଜେନା କମିଶନଙ୍କ ଦୃଷ୍ଟି ଆକର୍ଷଣ କରି ନ୍ୟାୟ ପାଇଁ ଆବେଦନ କରାଯାଇଥିଲା । କମିଶନ ଏହି ମାମଲାର ସବିଶେଷ ତଥ୍ୟ ଦୁଇ ସପ୍ତାହରେ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । NGTର ଗାଇଡ଼ ଲାଇନ ଅନୁଯାୟୀ ଡ୍ରେନ ଗୁଡିକ ଖୋଲା ରଖାଯାଇ ପାରିବ ନାହିଁ । ଯେହେତୁ ଭୁବନେଶ୍ବର ମହାନଗର ନିଗମ ତାଙ୍କର ଦାୟିତ୍ବ ଠିକ ଭାବରେ ତୁଲାଇ ନାହାନ୍ତି ତେଣୁ ତାଙ୍କୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ତୁରନ୍ତ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

୪ଲକ୍ଷ କ୍ଷତିପୂରଣ ପାଇଁ NHRCଙ୍କ ନିର୍ଦ୍ଦେଶ
୪ଲକ୍ଷ କ୍ଷତିପୂରଣ ପାଇଁ NHRCଙ୍କ ନିର୍ଦ୍ଦେଶ

ଏହାସହିତ ଆଗକୁ ଏପରି ଘଟଣା ନ ଘଟିବା ପାଇଁ ସବୁ ମୁକୁଳା ଡ୍ରେନକୁ ସ୍ଲାବ ପକାଇ ତୁରନ୍ତ ଘୋଡାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କମିଶନ । ସୂଚନା ଥାଉ କି, ଜ୍ୟୋତି ଘରର ବଡ଼ ପୁଅ ଥିଲେ । ଭବିଷ୍ୟତକୁ ନେଇ ସ୍ବପ୍ନ ଥିଲା ଅନେକ । ସେଥି ପାଇଁତ ଛୋଟ ବେଳୁ କରୁଥିଲେ କଠିନ ପରିଶ୍ରମ । ସ୍ଥାନୀୟ ଶିଶୁ ବିଦ୍ୟା ମନ୍ଦିରର ଥିଲେ ଦଶମ ଶ୍ରେଣୀର ଛାତ୍ର । ମାତ୍ର ସରକାରଙ୍କ ଅବ୍ୟବସ୍ଥା ତାଙ୍କ ପ୍ରାଣ ନେଇଥିଲା ।

ଛାତ୍ର ଜଣକ ସବୁଦିନ ପରି ଦ୍ବିପ୍ରହରରେ ଟ୍ୟୁସନ ପାଇଁ ସାଇକଲେ ଧରି ବାହାରିଥିଲେ । ମାତ୍ର ବାଟରେ ଜଗି ବସିଥିଲା ଯମ । ଶତାଦ୍ଦୀ ନଗର ଲେନ ୭ ର ବିପଦପୂର୍ଣ୍ଣ ରାସ୍ତାରେ ଯାଉଥିବା ବେଳେ ସେ ମୁକୁଳା ଡ୍ରେନରେ ଖସିପଡିଥିଲେ । ପ୍ରାୟ ୧୮ ଘଣ୍ଟା ପରେ ତାଙ୍କର ମୃତଦେହ ମିଳିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Aug 25, 2022, 7:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.