ସର୍ଭିସ ସେଣ୍ଟର ଯାଉଛନ୍ତି କି ସାବଧାନ ! ଗ୍ରାହକଙ୍କୁ ଚୂନ ଲଗାଇ ଧରାପଡିଲେ 4

author img

By

Published : Jan 15, 2022, 10:12 AM IST

କାର ଶୋ' ରୁମ ଓ ସର୍ଭିସ ସେଣ୍ଟରରେ ବଡ ଜାଲିଆତି, ଶିକାର ହେଉଛନ୍ତି ଗ୍ରାହକ ଧରାପଡିଲେ ୪ କର୍ମଚାରୀ

ରାଜଧାନୀର ନାରାୟଣୀ ମୋଟର୍ସ କର୍ମଚାରୀଙ୍କ ଟଙ୍କା ଜାଲିଆତି । ମିଛ କହି ଗ୍ରାହକଙ୍କ ଠାରୁ ଲୁଟିବା ବା ସହ କମ୍ପାନୀଙ୍କୁ ମଧ୍ୟ ଦେଉନଥିଲେ ଟଙ୍କା । ଅଧିକ ପଢନ୍ତୁ

ଭୁବନେଶ୍ବର: କାର ଶୋ' ରୁମ ଓ ସର୍ଭିସ ସେଣ୍ଟର ଯାଉଛନ୍ତି କି ? ତେବେ ହୋଇ ଯାଆନ୍ତୁ ହୁସିଆର । ନଚେତ ଆପଣକୁ ଚୂନ ଲଗାଇପାରନ୍ତି ସର୍ଭିସ ସେଣ୍ଟର ବା କାର ଶୋ' ରୁମର କର୍ମଚାରୀ । ଇନସୁରାନ୍ସ କ୍ଲେମ କରିବା ଆଳରେ ଆପଣଙ୍କ ଠାରୁ ଆଦାୟ କରିପାରନ୍ତି ଆଡିସିନାଲ ଫି। ଏପରିକି ଗାଡି ଡ୍ୟାମେଜ ହୋଇଥିଲେ ଇନସୁରାନସ ପାଇଁ ବିଭିନ୍ନ ପ୍ରୋସେସ କହି ପ୍ରୋସେସି ଫି ଆଦାୟ ମଧ୍ୟ କରୁଛନ୍ତି । ଗାଡିର ପାର୍ଟସ ଅଦଳବଦଳ କରାଇ ଗ୍ରାହକଙ୍କ ଠାରୁ ଟଙ୍କା ଲୁଟିବା ପାଇଁ ଯୋଜନା କରୁଛନ୍ତି କର୍ମଚାରୀ । ରସିଦ କାଟି ଗ୍ରାହକଙ୍କଠୁ ଟଙ୍କା ନେଉଥିଲେ ମଧ୍ୟ ସୋରୁମକୁ ସେହି ଟଙ୍କା ନଦେଇ କିଛି ଟଙ୍କା ନିଜ ଭିତରେ ବାଣ୍ଟି ନିଜ ପକେଟ ଗରମ କରୁଛନ୍ତି । ରାଜଧାନୀର ନାରାୟଣୀ ମୋଟର୍ସର କର୍ମଚାରୀ ମାନେ ଏଭଳି ଜାଲିଆତି କରି ଟଙ୍କା ଲୁଟିଥିବା ଘଟଣା ସାମ୍ନାକୁ ଆସିଛି । ଏନେଇ ଅଭିଯୋଗ ପରେ ପୋଲିସ ୪ଜଣଙ୍କୁ ଗିରଫ କରିଛି । ୪ ଅଭିଯୁକ୍ତ ହେଉଛନ୍ତି ଦିପକ ରାଉତ ,ଗଣେଶର ପ୍ରଧାନ,ଜଗଦିଶ ଆଚାର୍ଯ୍ୟ ଓ ସନ୍ତୋଷ କୁମାର‌ ବେହେରା ।

ସୂଚନା ଅନୁଯାୟୀ, ରାଜଧାନୀର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ନାରାୟଣୀ ମୋଟର୍ସରେ ଜାଲିଆତି କରି ଟଙ୍କା ଠକୁଥିଲେ କିଛି କର୍ମଚାରୀ । ଯାହାର ଅଭିଯୋଗ ଆସିବା ପରେ କମ୍ପାନୀର ରିସିଦ ନେଇଥିବା ଗ୍ରାହକଙ୍କ ତଥ୍ୟ ଆଧାରରେ କମ୍ପାନୀର ନେଣ ଦେଣ କେଳେଙ୍କାରୀ ହୋଇଥିବା କମ୍ପାନୀ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ‌ । ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ଏବଂ ତଦନ୍ତ ସମୟରେ ଜାଣିବାକୁ ପାଇଥିଲେ ୩ ବର୍ଷ ହେବ କ୍ୟାସିଅର ଏବଂ ଆକାଉଣ୍ଟାଣ୍ଟ ଭାବେ କାମ କରିଆସୁଥିବା କର୍ମଚାରୀ ମିଳିତ ଭାବେ ଏକ ଠକେଇର‌ ଚକ୍ରାନ୍ତ କରିଥିଲେ‌ ।

୨୦୨୦ -୨୦୨୧ ର ଅଡିଟ ସମୟରେ ଆର୍ଥିକ ଅନିୟମିତତା ସାମ୍ନାକୁ ଆସିଥିଲା ଯେଉଁଥିରେକି ୩୧,୬୮,୧୦୪ ଟଙ୍କାର ହେରାଫେରା ହୋଇଥିବା ସାମ୍ନାକୁ ଆସିଛି । ଜାନୁଆରୀ ୧୦ରେ କ୍ୟାସ ଓ କ୍ୟାସ ବୁକରଯାଞ୍ଚ ସମୟରେ ନାରାୟଣୀ ମୋଟର୍ସର ଆୟ ମୋଟ ୬,୮୧,୮୮୧ ଟଙ୍କା ଥିବାବେଳେ, ନଗଦ ଯାଞ୍ଚ ସମୟରେ ଟଙ୍କାର ପରିମାଣ ୨,୩୩,୩୭୦ ଟଙ୍କା ରହିଥିଲା । ଫଳରେ ୪,୪୮,୫୧୧ଟଙ୍କା ହେରଫେର ହୋଇଥିବାର ଜଣାପଡିଥିଲା । ଆକାଉଣ୍ଟାଣ୍ଟ ମ୍ୟାନେଜର ଏହାର ଯାଞ୍ଚ କରିବା ପରେ ଘଟଣା ପଦାକୁ ଆସିଥିଲା ।

ଏଥିରେ ୪ଜଣ କର୍ମଚାରୀ ଏପରି ଠକେଇ କରି କମ୍ପାନୀ ସହ ଗ୍ରାହକଙ୍କୁ ଚୁନ ଲଗାଉଥିବା ଜଣାପଡିବା ପରେ ଜେନେରାଲ ମ୍ୟାନେଜର ମହମ୍ମଦ ସାଦିକ ଅଖତରଙ୍କର ଅଭିଯୋଗରେ ମାମଲା ରୁଜୁ ହୋଇଥିଲା । ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କ୍ୟାସ ବୁକକୁ ସିଜର କରିଛି । ଏଥି ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ତେବେ କାର‌ ନେଇ ସର୍ଭିସ ସେଣ୍ଟର ଯାଉଥିଲେ କର୍ମଚାରୀଙ୍କ କଥାରେ ଭାସି ନଯାଇ ଭଲଭାବେ କମ୍ପାନୀର ବେନିଫିଟ ଓ ଓ୍ବେବସାଇଟରୁ ଅବଗତ ହୁଅନ୍ତୁ । ନଚେତ ଆପଣଙ୍କ ଠାରୁ ମଧ୍ୟ ମିଛ କହି ଟଙ୍କା ନେଇ ଚୁନ ଲଗାଇ ପାରନ୍ତି କର୍ମଚାରୀ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.