ETV Bharat / city

ବଦଳିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଭ୍ରମଣ ସମୟ

author img

By

Published : Oct 1, 2022, 10:17 PM IST

ବଦଳିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଭ୍ରମଣ ସମୟ
ବଦଳିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଭ୍ରମଣ ସମୟ

ଆଜିଠାରୁ ବଦଳିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଭ୍ରମଣ ସମୟ । ଭ୍ରମଣ ସମୟ ସକାଳ 8 ଟାରୁ ସଂଧ୍ୟା 5 ଟା ପର୍ଯ୍ୟନ୍ତ ସମୟ ସୀମା ଧାର୍ଯ୍ୟ କରାଯାଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ଆଗକୁ ଆସୁଛି ପର୍ଯ୍ୟଟନ ଋତୁ । ଏହାକୁ ଦୃଷ୍ଟିରେ ରଖି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସମୟ ପରିବର୍ତ୍ତନ ହୋଇଛି । ଏହାର ଭ୍ରମଣ ସମୟ ସକାଳ 8 ଟାରୁ ସଂଧ୍ୟା 5 ଟା ପର୍ଯ୍ୟନ୍ତ ସମୟ ସୀମା ଧାର୍ଯ୍ୟ କରାଯାଇଛି । ଆଜିଠାରୁ ( ଶନିବାର ) ଆରମ୍ଭ କରି 2023 ମାର୍ଚ୍ଚ 31 ପର୍ଯ୍ୟନ୍ତ ଏହି ନିର୍ଦ୍ଧାରିତ ସମୟ ଅନୁସାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକ ବୁଲି ପାରିବେ ।

ବଦଳିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଭ୍ରମଣ ସମୟ
ବଦଳିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଭ୍ରମଣ ସମୟ
ଆଉ କିଛି ଦିନ ପରେ ଆରମ୍ଭ ହୋଇଯିବ ଶୀତ ଋତୁ । ଶୀତ ଋତୁରେ ପର୍ଯ୍ୟଟକଙ୍କ ଭିଡ ସବୁ ଜାଗାରେ ବେଶ ଜମିଥାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ରାଜ୍ୟ ବଟାନିକାଲ୍ ଗାର୍ଡେନର ସମୟ ପରିବର୍ତ୍ତନ ହୋଇଛି । ଏହାର ଭ୍ରମଣ ସମୟ ସକାଳ 8 ଟାରୁ ସଂଧ୍ୟା 5 ଟା ପର୍ଯ୍ୟନ୍ତ ସମୟ ସୀମା ଧାର୍ଯ୍ୟ କରାଯାଇଛି । ଆଜିଠାରୁ ( ଶନିବାର ) ଆରମ୍ଭ କରି 2023 ମାର୍ଚ୍ଚ 31 ପର୍ଯ୍ୟନ୍ତ ଏହି ନିର୍ଦ୍ଧାରିତ ସମୟ ଅନୁସାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକ ବୁଲି ପାରିବେ । ସପ୍ତାହର ପ୍ରତି ସୋମବାର ଦିନ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ ବନ୍ଦ ରହିବ। ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଦ୍ବାରା ସୂଚନା ଦିଆଯାଇଛି । ଏହି ସମୟ ମଧ୍ୟରେ ଦିଆଯାଇଥିବା ନିର୍ଦ୍ଦେଶାବଳୀ ଗୁଡିକ ପାଳନ କରିବାକୁ ଅନୁରୋଧ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.