ETV Bharat / city

କେନ୍ଦ୍ର କୃଷି ଆଇନକୁ ନବନିର୍ମାଣ କୃଷକ ସଙ୍ଗଠନର ବିରୋଧ

author img

By

Published : Nov 5, 2020, 4:30 PM IST

ନୂତନ କୃଷିଆଇନକୁ ବିରୋଧ କରି ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଙ୍ଗଠନ ପକ୍ଷରୁ ରାଜଧାନୀର ପ୍ରବେଶ ପଥକୁ ବନ୍ଦ କରିଦିଆଯାଇଛି । ଅଧିକ ପଢନ୍ତୁ...

କେନ୍ଦ୍ର କୃଷିବିଲକୁ ନବନିର୍ମାଣ କୃଷକ ସଂଗଠନର ବିରୋଧ
କେନ୍ଦ୍ର କୃଷିବିଲକୁ ନବନିର୍ମାଣ କୃଷକ ସଂଗଠନର ବିରୋଧ

ଭୁବନେଶ୍ବର: ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ନୂତନ କୃଷି ଆଇନକୁ ବିରୋଧ । କେନ୍ଦ୍ର କୃଷି ଆଇନକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛି ଏହି ସଙ୍ଗଠନ । ତେବେ ଆଇନକୁ ବିରୋଧ କରି ଏହି ସଙ୍ଗଠନ ପକ୍ଷରୁ ଭୁବନେଶ୍ବର ପ୍ରବେଶ ପଥକୁ ଅବରୋଧ କରାଯାଇଛି ।

କେନ୍ଦ୍ର କୃଷିବିଲକୁ ନବନିର୍ମାଣ କୃଷକ ସଙ୍ଗଠନର ବିରୋଧ

ନୂତନ କୃଷି ଆଇନ ଦ୍ବାରା ଚାଷୀ ହାତରୁ ଜମି ଓ ଏମଏସପିର ଆଧାରକୁ ଛଡାଇ ନିଆଯାଉଥିବା ଅଭିଯୋଗ କରିଛି ନବନିର୍ମାଣ କୃଷକ ସଙ୍ଗଠନ । ଏଥିସହ ଏସେନସିଆଲ କମୁଡିଟି ଆକ୍ଟକୁ ଉଠାଇଦେବା ଦ୍ବାରା 10 ଟଙ୍କାର ପିଆଜକୁ 90 ଟଙ୍କାରେ କିଣାଯାଉଥିବା ଅଭିଯୋଗ କରିଛି ଏହି ସଙ୍ଗଠନ ।

ଅନ୍ୟପଟେ ରିଲିଫ୍ କାର୍ଡ ସଂଶୋଧନ ସହ ବନ୍ୟା ଓ ବାତ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ 15 ହଜାର ଟଙ୍କା କ୍ଷତିପୂରଣ ଦେବାକୁ ସଙ୍ଗଠନର ଆବାହକ ଅକ୍ଷୟ କୁମାର ଦାବି କରିଛନ୍ତି । ଯଦି ଆସନ୍ତା 3 ମାସ ମଧ୍ୟରେ ଏହି ଦାବି ପୂରଣ ନହୁଏ ତେବେ 10 ଲକ୍ଷ ଚାଷୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସେ ଚେତାବନୀ ଦେଇଛନ୍ତି । ଏହାକୁ ଏଇ ହାଇକୋର୍ଟ ନିକଟରେ ରାସ୍ତା ଅବରୋଧ କରିବା ସହ ପୋଲିସ ନବନିର୍ମାଣ ସଙ୍ଗଠନ କର୍ମୀଙ୍କ ସହ ଧସ୍ତାଧସ୍ତି ହୋଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.