ETV Bharat / city

ଭିଜିଲାନ୍ସ ପଞ୍ଝାରେ ମାଲକାନଗିରି ମୋଟୁ ଥାନା IIC

author img

By

Published : Sep 22, 2021, 7:13 PM IST

Updated : Sep 22, 2021, 10:51 PM IST

ଭିଜିଲାନ୍ସ ପଞ୍ଝାରେ ମାଲକାନଗିରି ମୋଟୁ ଥାନା IIC
ଭିଜିଲାନ୍ସ ପଞ୍ଝାରେ ମାଲକାନଗିରି ମୋଟୁ ଥାନା IIC

ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ ଥାନାଧିକାରୀ । ୨ଲକ୍ଷ ୮୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଗିରଫ କରିଛି ଭିଜିଲାନ୍ସ ଟିମ । ଅଧିକ ପଢନ୍ତୁ...

ଭୁବନେଶ୍ବର: ଲାଞ୍ଚ ନେଇ ବନ୍ଧାହେଲେ ଥାନାବାବୁ । ଏଭଳି ଘଟଣା ସାମ୍ନାକୁ ଆସିଛି ମାଲକାନଗିରି ଜିଲ୍ଲା ମୋଟୁ ଥାନାଧିକାରୀଙ୍କ ନାଁରେ । ସୂଚନାନୁସାରେ ମାଲକାନଗିରି ଜିଲ୍ଲା ମୋଟୁ ଥାନାଧିକାରୀ ଖୋର୍ଦ୍ଧାରେ ୨ଲକ୍ଷ ୮୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ତେବେ ଗିରଫ ଥାନାଧିକାରୀ ଜଣକ ହେଉଛନ୍ତି ସନ୍ତୋଷ କୁମାର ସାହୁ ।

ଭିଜିଲାନ୍ସ ପଞ୍ଝାରେ ମାଲକାନଗିରି ମୋଟୁ ଥାନା IIC

ବେଆଇନ ସମ୍ପତ୍ତି ଠୁଳ ମାମଲାରେ ଆଜି (ବୁଧବାର) ଖୋର୍ଦ୍ଧା ନିକଟରୁ ମାଲକାନଗିରି ଜିଲ୍ଲାର ମୋଟୁ ଥାନା ଅଧିକାରୀଙ୍କୁ ଗିରଫ କରିଛି ଖୋର୍ଦ୍ଧା ଭିଜିଲାନ୍ସ । ସୂଚନାନୁଯାୟୀ ମୋଟୁ ଥାନା ଅଧିକାରୀ ବୁଧବାର ମୋଟୁରୁ ତାଙ୍କ ଫୁଲନଖରା ସ୍ଥିତ ବାସଭବନକୁ ଏକ ଏସୟୁଭି କାରରେ ଯାଉଥିବାବେଳେ ଖୋର୍ଦ୍ଧା ନିକଟରେ ଧରିଛି ଭିଜିଲାନ୍ସ ।

ସେହିପରି ଭିଜିଲାନ୍ସ ତାଙ୍କ ଗାଡିରୁ ନଗଦ ଦୁଇ ଲକ୍ଷ 80 ହଜାର ଟଙ୍କା ଜବତ କରିବା ସହ ଗାଡିକୁ ଜବତ ଅଭିଯୁକ୍ତକୁ ଗିରଫ କରାଯାଇଛି । ସେହିପରି ତାଙ୍କ ଫୁଲନଖରା ସ୍ଥିତ ନିଜ ଘର ଓ କଟକ ଶଶୁର ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି ।



ଭୁବନେଶ୍ବରରୁ ତାପସ ପରିଡା ଓ ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated :Sep 22, 2021, 10:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.