ETV Bharat / city

Flood Fury In Odisha: ଆସନ୍ତା 19ରେ ଆସୁଛି ଆଉ ଏକ ଲଘୁଚାପ, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

author img

By

Published : Aug 15, 2022, 5:22 PM IST

mansoon in Odisha: ସୃଷ୍ଟି ହୋଇପାରେ ଆଉ ଏକ ଘୁର୍ଣ୍ଣିବଳୟ, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
mansoon in Odisha: ସୃଷ୍ଟି ହୋଇପାରେ ଆଉ ଏକ ଘୁର୍ଣ୍ଣିବଳୟ, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ(monsoon in Odisha) । ସୃଷ୍ଟି ହୋଇପାରେ ଆଉ ଏକ ଘୁର୍ଣ୍ଣିବଳୟ । ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ (yellow warning alert ) ଜାରି କରାଯାଇଛି l ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ରାଜ୍ୟରେ ସକ୍ରିୟ ମୌସୁମୀ (monsoon in Odisha) ଯୋଗୁଁ ସୃଷ୍ଟି ହୋଇପାରେ ଆଉ ଏକ ଘୁର୍ଣ୍ଣିବଳୟ । ଗତ ୬ଘଣ୍ଟାରେ ଅବପାତ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ପାଖାପାଖି ଘଣ୍ଟା ପ୍ରତି ୨୫କିମି ବେଗରେ ଗତି କରିଛି । ଏହି ଅବପାତ ଉତ୍ତର ଛତିଶଗଡ ପାର୍ଶ୍ୱବର୍ତ୍ତୀ ପୂର୍ବ ମଧ୍ୟପ୍ରଦେଶ ଅଞ୍ଚଳରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ମଧ୍ୟମ ଧରଣର ବର୍ଷା ଓ କିଛି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ତେବେ ଶୁକ୍ରବାର ଅର୍ଥାତ 19 ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ସମ୍ଭାବନା ରହିଥିବା ସୂଚନା ଦେଇଛି ସ୍ଥାନୀୟ ପାଣିପାଗ ବିଭାଗ ।

ଆସନ୍ତା 19ରେ ଆସୁଛି ଆଉ ଏକ ଲଘୁଚାପ


୪୩ ସ୍ଥାନରେ ଅତି ପ୍ରବଳ ୫୬ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । କଳାହାଣ୍ଡି ଜିଲ୍ଲାରେ ଥି.ରାମପୁରାରେ ୩୬୮ ମିମି ବର୍ଷା ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । କୋରାପୁଟ କୋଟପାଡ଼ ୨୯୩ମିମି ବର୍ଷା ରେକର୍ଡ କରାଯାଇଛି l ଗତ ୨୪ଘଣ୍ଟା ମଧ୍ୟରେ ସ୍ୱାଭାବିକ ବର୍ଷା ୧୨.୩ମିମି ତୁଳନାରେ ରାଜ୍ୟରେ ୬୮.୫ମିମି ବର୍ଷା ରେକର୍ଡ କରାଯାଇଛି । ଏହା ସ୍ୱାଭାବିକ ବର୍ଷା ତୁଳନାରେ ପାଖାପାଖି ୪୫୫ ପ୍ରତିଶତ ଅଧିକ ରହିଛି l ବର୍ଷା ପ୍ରଭାବରେ କିଛି ଅଞ୍ଚଳରେ ପ୍ରାୟ ନଦୀର ଜଳସ୍ତର ଦୃଷ୍ଟାନ୍ତମୂଳକ ଭାବେ ବୃଦ୍ଧି ହେଉଛି l

  • ଆସୁଛି ଆଉ ଏକ ଲଘୁଚାପ....

    19 ଅଗଷ୍ଟ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି |

    — Meteorological Centre, Bhubaneswar (@mcbbsr) August 15, 2022 " class="align-text-top noRightClick twitterSection" data=" ">

ଏହାକୁ ନେଇ ପାଣିପାଗ ବୈଜ୍ଞାନିକ ଉମା ଶଙ୍କର ଦାଶ କହିଛନ୍ତି, "ବର୍ତ୍ତମାନ ମଧ୍ୟ ଅବପାତ ପ୍ରଭାବରେ ସମୁଦ୍ରରେ ୪୦-୫୦କିମି ଓ ସର୍ବାଧିକ 60କିମି ପର୍ଯ୍ୟନ୍ତ ପବନ ରହୁଛି l ଆଗାମୀ ୨୪ଘଣ୍ଟା ପାଇଁ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସଜୀବିଙ୍କୁ ବାରଣ କରାଯାଇଛି l ତାସହିତ ବନ୍ଦର ଗୁଡିକ ପାଇଁ ଜାରି ରହିଥିବା ୩ନମ୍ବର ବିପଦ ସଂକେତ ଜାରି ରହିଛି l ନବରଙ୍ଗପୁର, ନୂଆପଡା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡା ପ୍ରବଳ ବର୍ଷା ନେଇ ଏହି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ (yellow warning alert )ଜାରି କରାଯାଇଛି l"

ସେପଟେ ଆସନ୍ତାକାଲି(ମଙ୍ଗଳବାର) ବର୍ଷାର ପରିମାଣ କମିବା ସହ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୧୭ ତାରିଖ ବେଳକୁ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ବଢିବ ଓ ୧୮ତାରିଖରେ ୧୯ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି l ଉପକୂଳ ଓଡିଶା ସମେତ ଖୋର୍ଦ୍ଧା, ପୁରୀ, ଅନୁଗୋଳ, ଢେଙ୍କାନାଳ, ନବରଙ୍ଗପୁର, କୋରାପୁଟ, ବଲାଙ୍ଗୀର, କନ୍ଧମାଳ, ବରଗଡ଼, ସମ୍ବଲପୁର, କଳାହାଣ୍ଡି, ସୋନପୁର, ବୌଦ୍ଧ ଆଦି ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି l ୧୯ତାରିଖ ବେଳକୁ ଅଭ୍ୟନ୍ତରୀଣ ଓଡିଶାର କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର,ସମ୍ବଲପୁର, ବରଗଡ଼, ଝାରସୁଗୁଡା ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବିଶେଷ କରି ୧୮ ଏବଂ ୧୯ ତାରିଖରେ ଅଧିକ ବର୍ଷା ହୋଇପାରେ । ସେପଟେ ଆଗକୁ ଆହୁରି ମୌସୁମୀ ସକ୍ରିୟ ରହିବାର ସମ୍ଭାବନା ରହିଛି ଫଳରେ ଗୋଟେ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ଅନୁମାନ କରାଯାଉଛି l ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.