ETV Bharat / city

ଜୁନ 30 ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ

author img

By

Published : May 7, 2021, 6:22 PM IST

Updated : May 7, 2021, 7:40 PM IST

ଜୁନ 30 ସୁଦ୍ଧା ବାହାରିବ ମ୍ୟାଟ୍ରିକ ପରୀକ୍ଷା ଫଳ
ଜୁନ 30 ସୁଦ୍ଧା ବାହାରିବ ମ୍ୟାଟ୍ରିକ ପରୀକ୍ଷା ଫଳ

18:07 May 07

ଜୁନ 30 ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ବର: ଜୁନ 30 ସୁଦ୍ଧା ବାହାରିବ ମାଟ୍ରିକ ପରୀକ୍ଷା ଫଳ । ନିଷ୍ପତ୍ତି ନେଲା ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ । ଏନେଇ ବିସ୍ତୃତ ଗାଇଡଲାଇନ ଜାରି କଲା ବୋର୍ଡ । ଏଥର କୋରନା ମହାମାରୀ ପାଇଁ ବାତିଲ ହୋଇଥିଲା ମାଟ୍ରିକ ପରୀକ୍ଷା । 

ଦଶମ ଶ୍ରେଣୀ ପରୀକ୍ଷା ମୂଲ୍ୟାଙ୍କନ ପଦ୍ଧତି ଚୂଡ଼ାନ୍ତ । ନବମ ଓ ଦଶମ ଶ୍ରେଣୀ ପରୀକ୍ଷାର ମୂଲ୍ୟାଙ୍କନକୁ ନେଇ ପରୀକ୍ଷା ଫଳ ପ୍ରକାଶ ପାଇବ। ନବମ ଶ୍ରେଣୀର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ଫଳକୁ ବିଚାର କରାଯିବ । ସେହିପରି ଦଶମ ଶ୍ରେଣୀର ୨ୟ, ୩ୟ ଓ ୪ର୍ଥ ଅଭ୍ୟାସ ପରୀକ୍ଷାର ଫଳକୁ ବିଚାରକୁ ନିଆଯିବ । ଦଶମ ଶ୍ରେଣୀର ୩ଟି ଅଭ୍ୟାସ ପରୀକ୍ଷା ୨ଟି ସର୍ବୋଚ୍ଚ ମାର୍କକୁ ବିଚାରକୁ ନିଆଯିବ । ନବମ ଶ୍ରେଣୀର ସର୍ବୋଚ୍ଚ ମାର୍କର ୪୦ ପ୍ରତିଶତ ଗୁରୁତ୍ୱ ଦିଆଯିବ ।

ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ/ ମଧ୍ୟମା/ ମୁକ୍ତ ବିଦ୍ୟାଳୟ- 2021, ଗତ 03.05.2021 ତାରିଖ ଠାରୁ ଆରମ୍ଭ ହେବାର ଥିଲା । କେରୋନା ସଂକ୍ରମଣ ବଢିବା ଦ୍ବାରା ପରୀକ୍ଷା ସରକାରଙ୍କ ଦ୍ବାରା ବାତିଲ କରାଯାଇଥିଲା ଏବଂ ମାଧ୍ୟମିକ ଶିକ୍ଷା ପରିଷଦକୁ ମୂଲ୍ୟ ନିର୍ଦ୍ଧାରଣ କରିବାର ବିକଳ୍ପ ପଦ୍ଧତି ବାହାର କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା । ମହାମାରୀର ଏପରି ଅବସ୍ଥାରେ ନ୍ୟାୟ ସଙ୍ଗତ ଓ ବିନା କୌଣସି ପକ୍ଷପାତିତାରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରିବା ବୋର୍ଡ ପାଇଁ ଏକ ଆହ୍ବାନ । ଏହା ପୂର୍ବରୁ ବୋର୍ଡ କେବେହେଲେ ଏପରି ନିଷ୍ପତ୍ତି ନେଇ ନଥିଲେ । 

ମୂଲ୍ୟ ନିର୍ଦ୍ଧାରଣ ପ୍ରଣାଳୀ ନିର୍ଦ୍ଦିଷ୍ଟ ପରୀକ୍ଷା ପାଇଁ ଭିନ୍ନ ହେବ । ବିଭିନ୍ନ ପ୍ରକାରର ପରୀକ୍ଷାର୍ଥୀଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ପ୍ରଣାଳୀ ନିୟୋଜିତ କରାଯିବ । 

ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା, ସମସ୍ତ ଶିକ୍ଷା ଜିଲ୍ଲା ଅଧିକାରୀ, ମଣ୍ଡଳ ଶିକ୍ଷା ଅଧିକାରୀ, ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଏବଂ ମେଣ୍ଟର ସ୍କୁଲର ପ୍ରଧାନ ଶିକ୍ଷକଙ୍କ ସାହାଯ୍ୟ ଓ ସହଯୋଗରେ ମାର୍କ ଅପଲୋଡିଂ ପ୍ରକ୍ରିୟାକୁ ମେ ମାସ 31 ତାରିଖ ସୁଦ୍ଧା ସାରିବା ପାଇଁ ଧାର୍ଯ୍ୟ କରିଛି । ଏହା ପରେ ନୂତନ ଭାବେ ମାର୍କ ଗୁଡିକର ମୂଲ୍ୟାୟନ ପରିଷଦ ଦ୍ବାରା କରାଯିବ ଓ ଫଳାଫଳ ପ୍ରକ୍ରିୟା ଆରମ୍ଭ ହେବ । ସମସ୍ତ ଦିଗକୁ ଅନୁଧ୍ୟାନ କରି ପ୍ରକ୍ରିୟା କାର୍ଯ୍ୟ ଶେଷ ହେଲା ପରେ ବୋର୍ଡ ବିଧିବଧ ଭାବେ ଫଳ ପ୍ରକାଶ କରିବ ।

ଜୁନ 30 ତାରିଖ ସୁଦ୍ଧା ଫଳ ପ୍ରକାଶନ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଲକ୍ଷ ଧାର୍ଯ୍ୟ କରିଛନ୍ତି । ଏହି ବିକଳ୍ପ ପଦ୍ଧତି ପରିଷଦର ପରୀକ୍ଷା କମିଟି ଦ୍ବାରା ଅନୁମୋଦିତ ହୋଇଛି ।  

ପ୍ରକାଶ ଯେ, ଜାନୁଆରି ପ୍ରଥମ ସପ୍ତାହ ପରେ ପ୍ରାୟ ୩ ମାସ ଯାଏଁ ନବମ ଓ ଦଶମ ଶ୍ରେଣୀର କ୍ଲାସ ଅଫଲାଇନ୍‌ରେ ହୋଇଥିଲା । ୧୦୦ ଦିନର କ୍ଲାସ ପରେ ମାଟ୍ରିକ ପରୀକ୍ଷା ଲକ୍ଷ୍ୟ ରଖାଯାଇଥିଲା ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : May 7, 2021, 7:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.