ETV Bharat / city

BJPର ଅଭିଯୋଗ, ଶାସକ ଦଳର ହାତ ବାରିସୀ ସାଜିଛି ପୋଲିସ

author img

By

Published : Dec 10, 2021, 7:23 AM IST

Mamita Murder Case: state BJP chief visits capital hospital to meet injured BJYM workers after Face Off  with Police
BJPର ଅଭିଯୋଗ, ପୋଲିସ ଶାସକ ଦଳର ହାତ ବାରିସୀ ସାଜିଛି

କ୍ୟାପିଟାଲ ହସ୍ପିଟାଲରେ ଆହତ ବିଜେପି କର୍ମକର୍ତ୍ତାଙ୍କୁ ଭେଟିଲେ ରାଜ୍ୟ BJP ସଭାପତି ସମୀର ମହାନ୍ତି । ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ବିଜେପି ଯୁବ ମୋର୍ଚ୍ଚାର ଶୋଭାଯାତ୍ରା ବେଳେ ଲଙ୍କାକାଣ୍ଡ । ଅଧିକ ପଢନ୍ତୁ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଆହତ ବିଜେପି କର୍ମକର୍ତ୍ତାଙ୍କୁ ଭେଟିଲେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ଗୋଲକ ମହାପାତ୍ର, ଠାକୂର ରଞ୍ଜିତ ଦାସ । ଶିକ୍ଷୟତ୍ରୀ ମମିତା ମେହେର (Mamita Murder Case) ହତ୍ୟାକାଣ୍ଡ ପ୍ରସଙ୍ଗରେ ଗୁରୁବାର ବିଜେପି ଯୁବ ମୋର୍ଚ୍ଚା(BJYM) ପକ୍ଷରୁ ଏକ ଶୋଭାଯାତ୍ରା ହୋଇଥିଲା। ଏହି ଶୋଭାଯାତ୍ରାରେ ରାଜ୍ୟରେ ବହୁ ସଂଖ୍ୟାରେ କର୍ମୀ ଯୋଗ ଦେଇଥିଲେ।

BJPର ଅଭିଯୋଗ, ପୋଲିସ ଶାସକ ଦଳର ହାତ ବାରିସୀ ସାଜିଛି

ଲୋୟର PMG ଏକ ପ୍ରକାର ଜନସମୁଦ୍ର ହୋଇଥିଲା । ପୋଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ପରେ ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲାଠିମାଡ କରିବାକୁ ବାଧ୍ୟ ହୋଇଥିଲା। ଏଥିରେ କିଛି ବିଜେପୀ କର୍ମୀ ଆହତ ହେବା ସହ କିଛି ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଆହତ ହୋଇଥିବା ଜଣାପଡିଛି ।

ତେବେ ପୋଲିସ ଜାଣିଶୁଣି BJP କର୍ମୀ ମାନଙ୍କୁ ମାରି ଲହୁଲୁହାଣ କରିଛିବୋଲ ଦଳ ଅଭିଯୋଗ କରିଛି । ରାଜ୍ୟ ସଭାପତି ସମୀର ମହାନ୍ତି ଏହାକୁ ନିନ୍ଦା କରିଛନ୍ତି। ପୋଲିସ ଶାସକ ଦଳର ହାତ ବାରିସୀ ସାଜି ସେମାନଙ୍କ ଉପରେ ପଥରରେ ଆକ୍ରମଣ କରିଥିବାର ଆହତ ହୋଇଥିବା କର୍ମୀମାନେ କହିଛନ୍ତି । ଏହା ସହ ଏହି ଆକ୍ରମଣର ଜବାବ ଆଗାମୀ ଦିନରେ ଦିଆଯିବ ବୋଲି ମଧ୍ୟ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: BJP Rally on Mamita Murder Case: ଧସ୍ତାଧସ୍ତି ପରେ ପୋଲିସର ଲାଠିଚାର୍ଜ

ଆହତ ବିଜେପି କର୍ମୀଙ୍କୁ କ୍ୟାପିଟାଲ ହସ୍ପିଟାଲ ଯାଇ ଭେଟିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ମୁଖପାତ୍ର ଗୋଲକ ମହାପାତ୍ର, ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସଭାପତି ଇରାଶିଷ ଆଚାର୍ଯ୍ୟ ଏବଂ ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂ ମଧ୍ୟ ହସ୍ପିଟାଲରେ ପହଞ୍ଚି କର୍ମୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ।

ଗଣତନ୍ତ୍ରରେ ବିରୋଧ କରିବାର ଅଧିକାର ସମସ୍ତଙ୍କର ରହିଛି ମାତ୍ର ପୋଲିସ ଯେଉଁ ଭଳି ଭାବେ ବଳ ପ୍ରୟୋଗ କରି ଏହାକୁ ଭଣ୍ଡୁର କରିବାକୁ ଚେଷ୍ଟା କରିଛି ଏବଂ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ କରିଛି ତାହା ନିନ୍ଦନୀୟ ଘଟଣା ବୋଲି ରାଜ୍ୟ ବିଜେପି ସଭାପତି କହିଛନ୍ତି । ଏହି ଆକ୍ରମଣରେ ଶତାଧିକ ବିଜେପି ଯୁବ ମୋର୍ଚ୍ଚାର କର୍ମୀ ଆହତ ହୋଇ ଥିବାଜଣାପଡିଛି । ଏଥିସହ 8 ଜଣ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବୋଲି ରାଜ୍ୟ BJP ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.