ETV Bharat / city

ଶରଧାବାଲିରେ ଚତୁର୍ଦ୍ଧାମୂର୍ତ୍ତି, ଆଜି ଆଡପ ମଣ୍ଡପ ବିଜେ

author img

By

Published : Jul 2, 2022, 9:50 AM IST

Updated : Jul 2, 2022, 11:44 AM IST

ରଥଯାତ୍ରାରେ ତିନିରଥ ଶରଧା ବାଲିରେ ପହଞ୍ଚିବା ପରେ ଆଜି ମଣ୍ଡପ ବିଜେ କରିବେ ମହାବାହୁ । ଅଧିକ ପଢନ୍ତୁ

ଆଜି ଆଡ଼ପ ବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
ଆଜି ଆଡ଼ପ ବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ରତ୍ନ ସିଂହାସନ ଛାଡି ଜନ୍ମ ବେଦୀକୁ ଆସିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ମହାପ୍ରଭୁ ଶ୍ରୀ ଜଗନ୍ନାଥ ମାଉସୀ ଘରକୁ ଆସିଛନ୍ତି । ଗତକାଲି ଶରଧାବାଲିରେ ୩ରଥ ପହଞ୍ଚିବା ପରେ ଆଜି ଆଡପ ମଣ୍ଡପ ବିଜେ କରିବେ ମହାବାହୁ ।

ଶରଧାବାଲିରେ ଚତୁର୍ଦ୍ଧାମୂର୍ତ୍ତି, ଆଜି ଆଡପ ମଣ୍ଡପ ବିଜେ

ଅପରାହ୍ନ 4ଟା ବେଳେ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିବେ । ତେବେ ଏହା ପୂର୍ବରୁ ରଥ ଉପରେ ସମସ୍ତ ନୀତି ସହ ରଥ ଉପରେ ଶ୍ରୀଜିଉ ମଙ୍ଗଳ ଆଳତୀ ସମ୍ପର୍ଣ୍ଣ ହୋଇଛି । ମହାପ୍ରଭୁଙ୍କର ସମସ୍ତ ନୀତି କାନ୍ତି ହେବା ସହ ଆଡ଼ପ ଅବଢ଼ା ବାହାରିବ । ଗତକାଲି ଚୂଡାନ୍ତ ନୀତି ନିର୍ଘଣ୍ଟ ପୂର୍ବରୁ ଆସି ଶରଧା ବାଲିରେ ପହଞ୍ଚିଥିଲେ ତିନି ଠାକୁର । ସେହିପରି ଛେରାପହଁରା ପରେ ଆରମ୍ଭ ହୋଇଥିଲା ରଥଟଣା ।

Last Updated :Jul 2, 2022, 11:44 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.