ପୁଣି ଉପରମୁହାଁ କୋରୋନା ଗ୍ରାଫ, ରେଡ୍‌ ଜୋନକୁ ଫେରିଲା ରାଜଧାନୀ

author img

By

Published : Oct 13, 2021, 8:30 PM IST

ପୁଣି ଉପରମୁହାଁ କୋରୋନା ଗ୍ରାଫ, ରେଡ୍‌ ଜୋନକୁ ଫେରିଲା ରାଜଧାନୀ

ରେଡ୍‌ ଜୋନକୁ ଫେରିଛି ରାଜଧାନୀ ଭୁବନେଶ୍ବର । ଉପର ମୁହାଁ ହେଉଛି ସଂକ୍ରମଣ ଗ୍ରାଫ । ଅଧିକ ପଢନ୍ତୁ...

ଭୁବନେଶ୍ବର: ପୁଣି ଭୟ ବଢାଉଛି କୋରୋନା । ରେଡ୍‌ ଜୋନକୁ ଫେରିଛି ରାଜଧାନୀ ଭୁବନେଶ୍ବର । ଉପର ମୁହାଁ ହେଉଛି ସଂକ୍ରମଣ ଗ୍ରାଫ ।

ଖୋର୍ଦ୍ଧା ସମେତ ରାଜଧାନୀ ଭୁବନେଶ୍ବରରେ ସଂକ୍ରମଣ ବଢୁଥିବା ଦେଖିବାକୁ ମିଳିଛି । ଏହି କାରଣରୁ ଦୀର୍ଘ ଦିନ ପରେ ରେଡ୍‌ ଜୋନକୁ ଫେରିଛି ଖୋର୍ଦ୍ଧା ଜିଲ୍ଲା । ଭୁବନେଶ୍ବରରେ ପଜିଟିଭ ସଂଖ୍ୟା ବଢୁଛି । ବର୍ତ୍ତମାନ ରାଜଧାନୀରେ ସକ୍ରିୟ ମାମଲା 3 ହଜାର 636 ରହିଛି ।

ବର୍ତ୍ତମାନ ୪୦୦ରୁ ୬୦୦ ଭିତରେ ସଂକ୍ରମଣ ମାମଲା ରହୁଛି । ପାର୍ବଣ ଯୋଗୁଁ ଆଗକୁ ସଂକ୍ରମଣ ବଢିବାର ମଧ୍ୟ ଆଶଙ୍କା ରହିଛି । ଏନେଇ ଖୋର୍ଦ୍ଧାକୁ ରେଡ ଜୋନରେ ରଖାଯାଇଛି । ସେପଟେ ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ଡିଏମଇଟି ନିର୍ଦ୍ଦେଶକ ।

ସେପଟେ ପୂଜା ପାଇଁ ରାଜଧାନୀରେ ଜାରି ରହିଛି ନାଇଟ୍‌ କର୍ଫ୍ୟୁ । ଏଥିପାଇଁ ରାଜଧାନୀରେ ୨୦ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି । କର୍ଫ୍ୟୁ ବେଳେ ବୁଲାବୁଲି କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ କମିଶନରେଟ ପୋଲିସ ଚେତେଇ ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.