ETV Bharat / city

Vigilance Trap: ଖୋର୍ଦ୍ଧା ଅତିରିକ୍ତ ଯୋଗାଣ ଅଧିକାରୀ ଗିରଫ

author img

By

Published : Sep 30, 2022, 9:22 PM IST

ଖୋର୍ଦ୍ଧା ଅତିରିକ୍ତ ଯୋଗାଣ ଅଧିକାରୀ (Assistant Civil Supplies Officer of Khorda) ବିଷ୍ଣୁ ଚରଣ ପରିଡା ଗିରଫ । 50ହଜାର ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ମାଡି ବସିଥିଲା ଭିଜିଲାନ୍ସ । ଅଧିକ ପଢନ୍ତୁ

ଖୋର୍ଦ୍ଧା ଅତିରିକ୍ତ ଯୋଗାଣ ଅଧିକାରୀ ଗିରଫ
ଖୋର୍ଦ୍ଧା ଅତିରିକ୍ତ ଯୋଗାଣ ଅଧିକାରୀ ଗିରଫ

ଭୁବନେଶ୍ବର: ମହଙ୍ଗା ପଡିଲା ଲାଞ୍ଚ କାରବାର । 50ହଜାର ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ଖୋର୍ଦ୍ଧା ଅତିରିକ୍ତ ଯୋଗାଣ ଅଧିକାରୀ (Assistant Civil Supplies Officer of Khorda) ବିଷ୍ଣୁ ଚରଣ ପରିଡାଙ୍କୁ ମାଡି ବସିଥିଲା ଭିଜିଲାନ୍ସ ଟିମ । ଗିରଫ ପରେ ପିସିଆକ୍ଟରେ ବିଷ୍ଣୁ ଚରଣ ପରିଡାଙ୍କୁ କୋର୍ଟ ଚାଲାଣ କରିଛି ଭିଜିଲାନ୍ସ ।

ସୂଚନାଅନୁସାରେ, ଗତ 29ତାରିଖରେ ଜଣେ ରାଇସ ମିଲ ମାଲିକଠୁ ଇନସ୍ପେକ୍ସନ ସାର୍ଟିଫିକେଟ ଦେବାକୁ 50 ହଜାର ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ । ପରେ ତାଙ୍କର ସରକାରି ବାସଭବନ ସମେତ ବିଭିନ୍ନ ସ୍ଥାନରେ‌ ରେଡ କରି 7ଲକ୍ଷ 4୮ହଜାର‌ ନଗଦ ସମେତ 250ଗ୍ରାମର ସୁନା ଓ ଦୁଇଟି ଆକାଉଣ୍ଟରେ 34ଲକ୍ଷ ଡିପୋଜିଟ ସମତେ ଗୋଟିଏ କାର‌ ଜବତ କରାଯାଇଥିଲା । ଏନେଇ ପିସିଆକ୍ଟ ଆଧରରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ ରାଯାଇଛି । କୋର୍ଟରେ ବେଲ ନାମାଞ୍ଜୁର ପରେ ବିଚାର ବିଭାଗୀୟ ହାଜତକୁ 14ଦିନ ପାଇଁ ପଠାଯାଇଛି ।

ଖୋର୍ଦ୍ଧା ଅତିରିକ୍ତ ଯୋଗାଣ ଅଧିକାରୀ ଗିରଫ

ଏହା ମଧ୍ୟ ପଢନ୍ତୁ: Vigilance Trap: ଭିଜିଲାନ୍ସ ପଞ୍ଝାରେ ଖୋର୍ଦ୍ଧା ଅତିରିକ୍ତ ଯୋଗାଣ ଅଧିକାରୀ

ଏନେଇ ଭିଜିଲାନ୍ସ ସେଲର ଏସପି କହିଛନ୍ତି ଯେ, "ଶୁକ୍ରବାର ଖୋର୍ଦ୍ଧା ଅତିରିକ୍ତ ଯୋଗାଣ ଅଧିକାରୀ (Assistant Civil Supplies Officer of Khorda) ବିଷ୍ଣୁ ଚରଣ ପରିଡା ଜଣେ ରାଇସ ମିଲ ମାଲିକ ଠାରୁ 50ହଜାର ଲାଞ୍ଚ ନେଉଥିବା ବେଳେ ତାଙ୍କ ନାମରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା । ଏହି କେସ ଆଧାରରେ ସରକାରୀ ବାସଭବନ ସମେତ ବିଭିନ୍ନ ସ୍ଥାନରେ ରେଡ କରାଯାଇଥିଲା । ଜବତ ସମୟରେ 7ଲକ୍ଷ 4୮ହଜାର‌ ନଗଦ ସମେତ 250ଗ୍ରାମର ସୁନା ଓ ଦୁଇଟି ଆକାଉଣ୍ଟରେ 34ଲକ୍ଷ ଡିପୋଜିଟ ସମତେ ଗୋଟିଏ କାର‌ ଜବତ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ବ୍ୟାଙ୍କ ଆକାଉଣ୍ଟର ତଲାସି କରାଯାଉଛି । ଏବଂ ତାଙ୍କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ବର୍ତ୍ତମାନ ସୁଦ୍ଧା ତଦନ୍ତ ଜାରି ରହିଛି । ଏହା ପରେ ପ୍ରକୃତ ସମ୍ପତ୍ତି ସ୍ପଷ୍ଟ ହେବ ।"

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଗୋଟିଏ ଦିନରେ ତିନିଜଣ ସରକରୀ କର୍ମଚାରୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଭଦ୍ରକ ସାଳନ୍ଦୀ କେନାଲ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ(Salandi Canal Division Superintendent engineer) ଶ୍ରୀମନ୍ତ କୁମାର ସେଠୀଙ୍କ ସହ ତାଙ୍କ ଭିଣୋଇ କରୁଣାକର ସେଠୀଙ୍କୁ ଅଟକ ରଖିଛି ଭିଜିଲାନ୍ସ ଟିମ । ଏନେଇ ସୂଚନା ଦେଇଛନ୍ତି ବାଲେଶ୍ଵର ଭିଜିଲାନ୍ସ ବିଭାଗ ଅଧୀକ୍ଷକ ନରହରି ନାୟକ । ପ୍ରତି ସପ୍ତାହରେ ଥରେ ଠିକାଦାରଙ୍କ ଠାରୁ ବେଆଇନ ଭାବେ ଟଙ୍କା ନେଇ ଭିଣୋଇଙ୍କ ଦ୍ବାରା ଘରକୁ ପଠାଉଥିବା ନେଇ ସୂଚନା ରହିଛି ।

ଏହାସହ ଭିଜିଲାନ୍ସ ଜାଲରେ ଏକ ଫରେଷ୍ଟ ଗାର୍ଡ ମଧ୍ୟ ପଡିଛନ୍ତି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଫରେଷ୍ଟ ରେଞ୍ଜର ଫୋରେଷ୍ଟ ଗାର୍ଡ ଲକ୍ଷ୍ମୀ ନାରାୟଣ ସ୍ବାଇଁ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି(Forest Guard in Patnagarh Forest Range in Vigilance Trap) । ଜଣେ ହିତାଧିକାରୀଙ୍କ ଲେବର କାର୍ଡରେ କରିଥିବା କାମ ଟଙ୍କା ଦେବା ପାଇଁ 16 ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.