ETV Bharat / city

Bride Dharana: NHRCର ଦ୍ବାରସ୍ଥ ହେଲା ଭାରତୀୟ ବିକାଶ ପରିଷଦ

author img

By

Published : Nov 27, 2021, 12:28 PM IST

Bride Dharana: NHRC ରେ ଭାରତୀୟ ବିକାଶ ପରିଷଦର ଦ୍ବାରସ୍ତ
Bride Dharana: NHRC ରେ ଭାରତୀୟ ବିକାଶ ପରିଷଦର ଦ୍ବାରସ୍ତ

ଶାଶୁ ଘର ଆଗରେ ଧାରଣା Bride Dharana)ରେ ବସିଥିବା ଯୁବତୀ ତପସ୍ୱିନୀଙ୍କୁ ନ୍ୟାୟ ଦାବିରେ NHRCରେ ଦ୍ବାରସ୍ଥ ହେଲା ଭାରତୀୟ ବିକାଶ ପରିଷଦ । ଅଧିକ ପଢନ୍ତୁ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଶାଶୂ ଘର ଆଗରେ ଧାରଣା(Bride Dharana In Berhampur)ରେ ବସିଥିବା ଯୁବତୀ ତପସ୍ୱିନୀଙ୍କ ସପକ୍ଷରେ ବାହାରିଲା ବିଭିନ୍ନ ସଂଗଠନ । ଗତକାଲି ଯୁବତୀଙ୍କୁ ମହିଳା ସଂଗଠନ ଭେଟିବା ସହ ତାଙ୍କୁ ତୁରନ୍ତ ନ୍ୟାୟ ଦାବିରେ ଜାତୀୟ ମାନବ ଅଧିକାର କମିଶନ(NHRC)ଙ୍କ ଦ୍ଵାରସ୍ଥ ହୋଇଛନ୍ତି ଭାରତୀୟ ବିକାଶ ପରିଷଦର ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ ଦାଶ ।

Bride Dharana: NHRCର ଦ୍ବାରସ୍ଥ ହେଲା ଭାରତୀୟ ବିକାଶ ପରିଷଦ

ଅଭିଯୋଗ ଅନୁଯାୟୀ ବ୍ରହ୍ମପୁର ବ୍ରହ୍ମନଗରର ଡାକ୍ତର ସୁମିତ ସାହୁ ତପସ୍ବିନୀ ଦାଶ ନାମକ ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ତପସ୍ବିନୀ ମାଆ ହେବାର ଜାଣିବାକୁ ପାଇବା ପରେ ସୁମିତ ତାଙ୍କୁ ୨୦୨୦ରେ କୋର୍ଟରେ ରେଜିଷ୍ଟ୍ରି ମ୍ୟାରେଜ କରି ଘରକୁ ନେଇଥିଲେ । କିନ୍ତୁ ସେଠାରେ କିଛିଦିନ ପରେ ଶାଶୁଘର ଲୋକେ ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିବା ନେଇ ତପସ୍ବିନୀ ମହିଳା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ପୋଲିସ ସୁମିତଙ୍କ ସମେତ ତାଙ୍କ ପରିବାରର ୪ ଜଣଙ୍କୁ ଗିରଫ କରି ପରବର୍ତ୍ତୀ ସମୟରେ ଜାମିନ ଦେଇଥିଲା । ତେବେ ସୁମିତଙ୍କ ଶାସକ ଦଳର ସ୍ଥାନୀୟ ବିଧାୟକଙ୍କ ସହ ଘନିଷ୍ଠ ସମ୍ପର୍କ ଥିବାରୁ ବ୍ରହ୍ମପୁର ଏସପି ବିଧାୟକଙ୍କ ଚାପରେ ଏକତରଫା ବିଚାର କରିଥିବା ଭାରତୀୟ ବିକାଶ ପରିଷଦର ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ ଦାଶ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-Bride Dharana: ଶାଶୂଘର ଆଗରେ ଧାରଣାରେ ବସିଥିବା ଯୁବତୀଙ୍କୁ ଭେଟିଲା ସାମାଜିକ ସଂଗଠନ

ପରବର୍ତ୍ତୀ ସମୟରେ ସୁମିତଙ୍କ ପରିବାର ଲୋକେ ତପସ୍ବିନୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବାପଘରକୁ ପଠାଇ ଦେଇଥିଲେ । ଚଳିତ ମାସ ନଭେମ୍ବର ୨୦ରେ ବିବାହ ଥିବାବେଳେ ସୁମିତଙ୍କ ସମେତ ତାଙ୍କ ପରିବାରର କୌଣସି ବ୍ୟକ୍ତି ତପସ୍ବିନୀଙ୍କ ଘରେ ପହଞ୍ଚି ନ ଥିଲେ । ଫଳରେ ୫ ଦିନ ହେବ ଶାଶୁଘର ସମ୍ମୁଖରେ ଧାରଣାରେ ବସିଛନ୍ତି ତପସ୍ବିନୀ । ଏନେଇ ତୁରନ୍ତ ସମାଧାନ ଦାବିରେ ଜାତୀୟ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ଭାରତୀୟ ବିକାଶ ପରିଷଦର ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ ଦାଶ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.