ETV Bharat / city

Bride Dharana: ଶାଶୂଘର ଆଗରେ ଧାରଣାରେ ବସିଥିବା ଯୁବତୀଙ୍କୁ ଭେଟିଲା ସାମାଜିକ ସଂଗଠନ

author img

By

Published : Nov 26, 2021, 1:16 PM IST

ଶ୍ବଶୁର ଘର ଆଗରେ ଧାରଣାରେ ବସିଥିବା ଯୁବତୀ(Bride Dharana) ତପସ୍ବିନୀଙ୍କୁ ଭେଟିଛନ୍ତି ବିଭିନ୍ନ ସାମାଜିକ ସଙ୍ଗଠନର (Voluntary association) କର୍ମକର୍ତ୍ତା । ଅଧିକ ପଢନ୍ତୁ

Bride On Dharana: ଶାଶୁ ଘର ଆଗରେ ଧାରଣାରେ ବସିଥିବା ଯୁବତୀଙ୍କୁ ଭେଟିଲା ସାମାଜିକ ସଂଗଠନ
Bride On Dharana: ଶାଶୁ ଘର ଆଗରେ ଧାରଣାରେ ବସିଥିବା ଯୁବତୀଙ୍କୁ ଭେଟିଲା ସାମାଜିକ ସଂଗଠନ

ବ୍ରହ୍ମପୁର: 5 ଦିନରେ ପହଞ୍ଚିଛି ବ୍ରହ୍ମପୁର ସହର ବ୍ରହ୍ମାନଗର ଦ୍ୱିତୀୟ ଲାଇନରେ ଶ୍ବଶୁର ଘର ଆଗରେ ବସିଥିବା ତପସ୍ବିନୀଙ୍କ ଧାରଣା(Bride On Dharana) । ଗତକାଲି(ଗୁରୁବାର) ତପସ୍ବିନୀ ଶାଶୁ ଘର ଆଗରେ ମାଣ ବସାଇ ଥିବାବେଳେ ସନ୍ଧ୍ୟାରେ ତାଙ୍କୁ ସମର୍ଥନ ଜଣାଇଛନ୍ତି ବିଭିନ୍ନ ସାମାଜିକ ସଙ୍ଗଠନର (Voluntary association) କର୍ମକର୍ତ୍ତା ।

Bride On Dharana: ଶାଶୁ ଘର ଆଗରେ ଧାରଣାରେ ବସିଥିବା ଯୁବତୀଙ୍କୁ ଭେଟିଲା ସାମାଜିକ ସଂଗଠନ

ରାଜଧାନୀ ଭୁବନେଶ୍ୱରରୁ ଆସିଥିବା ସମାଜସେବୀ ସିପ୍ରା ହିରାଙ୍କ ସମେତ ପାଞ୍ଚ ଜଣିଆ ପ୍ରତିନିଧି ଦଳ ଧାରଣାରେ ବସିଥିବା ଯୁବତୀ ତପସ୍ୱିନୀଙ୍କୁ ସାକ୍ଷାତ କରିଛନ୍ତି । ତାଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କହିଛନ୍ତି । ଏଥିସହ ତପସ୍ବିନୀଙ୍କ ଶାଶୁ ଘର ଲୋକଙ୍କ ଆଚରଣକୁ ତୀବ୍ର ନିନ୍ଦା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Bride On Dharana Day 4: ଶାଶୁ ଘର ଆଗରେ ମାଣ ବସାଇଲେ ବୋହୁ

ତପସ୍ବିନୀ ଏବଂ ତାଙ୍କ ସ୍ୱାମୀଙ୍କୁ ନେଇ ଉଭୟ ପରିବାରର କାଉନସିଲିଂ କରିବାର ଆବଶ୍ୟକତା ରହିଛି ବୋଲି ମତ ଦେଇଛନ୍ତି ଏହି ପ୍ରତିନିଧି ଦଳ । ଏପରିକି ଯଦି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଶାଶୁ ଘରେ ରହିପାରିବ ତେବେ ତପସ୍ୱୀନି କ୍ଷେତ୍ରରେ ଏହା କାହିଁକି ହେବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସମାଜସେବୀ ସିପ୍ରା ହିରା । ସେପଟେ ସ୍ଥାନୀୟ ଲୋକେ ମଧ୍ୟ ଦିନକୁ ଦିନ ଯୁବତୀଙ୍କ ନ୍ୟାୟ ଦେବାକୁ ଦାବି କରୁଥିବା ଦେଖାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭିଲ ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.