ETV Bharat / city

ଦଗାଦିଆ ପ୍ରେମିକ: ଅନ୍ତରଙ୍ଗ ମୁହୂର୍ତ୍ତ ଭିଡିଓ ଭାଇରାଲ କରି ଯୁବକ ଗିରଫ

author img

By

Published : Sep 28, 2022, 12:35 PM IST

Updated : Sep 28, 2022, 2:36 PM IST

jewelry shop sales man arrested for viral intimate video of her friend in bhubaneswar
ଦଗାଦିଆ ପ୍ରେମିକ: ଅନ୍ତରଙ୍ଗ ମୁହୂର୍ତ୍ତ ଭିଡିଓ ଭାଇରାଲ କରି ଯୁବକ ଗିରଫ

ଭାଇରାଲ ହେଉଛି ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ । ଯୁବତୀଙ୍କ ଅଭିଯୋଗ ପରେ ଅଭିଯୁକ୍ତ ପ୍ରେମିକକୁ ଗିରଫ କଲା କମିଶନରେଟ ପୋଲିସ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ପ୍ରେମରେ ପ୍ରତାରଣା । ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କଲା ଧୋକେବାଜ ପ୍ରେମିକ । ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହେଲେ ଯୁବତୀ । ରାଜଧାନୀରେ ସାମ୍ନାକୁ ଆସିଛି ପ୍ରେମ ପ୍ରତାରଣା ପରେ ଅନ୍ତରଙ୍ଗ ଭିଡିଓ ଭାଇରାଲ କାହାଣୀ । ପ୍ରେମିକାକୁ ଧୋକା ଦେବା ପରେ ଏବେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିଛି ପ୍ରେମିକ । ଭୁବନେଶ୍ବର ସ୍ଥିତ ଏକ ଜୁଏଲାରୀ ଦୋକାନର ସେଲ୍ସ ଲେଡିଙ୍କ ଭିଡିଓ ଭାଇରାଲ ନେଇ ଖାରବେଳ ଥାନାରେ ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଉଛି ଲୋକନାଥ ମହାରଣା ।

ଜୁଏଲାରୀ ଦୋକାନରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ:

ଖବର ମୁତାବକ, ଏକ ଜୁଏଲାରୀ ଦୋକାନରେ ଉକ୍ତ ଯୁବତୀ ଓ ଲୋକନାଥ ମହାରଣା ଏକାଠି କାମ କରୁଥିଲେ । ସେଠାରୁ ଉଭୟଙ୍କ ପ୍ରେମ ସମ୍ପର୍କ ନିବିଡତା ପରେ ଅନ୍ତରଙ୍ଗ ବଢିଥିଲା । ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୁଟ କରିଥିଲା ଧୋକେବାଜ ପ୍ରେମିକ । ଅଭିଯୁକ୍ତ ଜଣକ ଅନ୍ୟ କିଛି ଯୁବତୀଙ୍କ ସହ ସମ୍ପର୍କ ଥିବା ଯୁବତୀ ଜଣକ ଜାଣିବାକୁ ପାଇଥିଲେ । ଏହାପରେ ସେ ଲୋକନାଥ ଠାରୁ ଦୂରେଇ ଯାଇଥିଲେ । ହେଲେ ଲୋକନାଥ‌ ଯୁବତୀଙ୍କୁ ତାଙ୍କ ପାଖକୁ ଆସିବାକୁ କହୁଥିଲେ। କିନ୍ତୁ ଯୁବତୀ ଜଣକ ତାଙ୍କ ଠାରୁ ଦୂରେଇ ରହୁଥିଲେ । ଏପରିକି ଦୁହେଁ ଏକାଠି କାମ କରୁଥିବା ଜୁଏଲାରୀ ଦୋକାନ ଛାଡ଼ି ଯୁବତୀ ଅନ୍ୟତ୍ର କାମ କରିଥିଲେ।

ଏହା ମଧ୍ୟ ପଢ଼ନ୍ତୁ: Odisha Investors Meet: ଶିଳ୍ପପତିମାନଙ୍କୁ ଭେଟିଲେ ନବୀନ

ବାରମ୍ବାର ଦେଉଥିଲା ଭିଡିଓ ଭାଇରାଲ ଧମକ:

ଯୁବତୀ ଜଣକ ଅନ୍ୟତ୍ର କାମ କରୁଥିଲେ ବି ପିଛା ଛାଡିନଥିଲା ପ୍ରେମିକ । ତାଙ୍କ ପାଖକୁ ଆସିବାକୁ ବାଧ୍ୟ କରୁଥିଲା । ନଚେତ୍‌ ନିଜ ପାଖରେ ରଖିଥିବା ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ଭାଇରାଲ କରିବାର ଧମକ ଦେଉଥିଲେ । ଶେଷରେ ସେ ନଶୁଣିବାରୁ ଅଭିଯୁକ୍ତ ଜଣକ ଯୁବତୀଙ୍କ ଭିଣୋଇକୁ ଭିଡିଓ ପଠାଇଥିଲେ‌। ଏହାପରେ ସେ ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ‌। ଯୁବତୀଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଲୋକନାଥ ମହାରଣାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହ ତାର ମୋବାଇଲ ଜବତ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Sep 28, 2022, 2:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.