ETV Bharat / city

Air show in Bhubaneswar: ଏୟାର ସୋ ପାଇଁ କାଲି ଫାଇନାଲ ରିହଲସଲ

author img

By

Published : Sep 14, 2022, 3:48 PM IST

mapping of fighter aircraft for Air show in Bhubaneswar
Air show in Bhubaneswar: ଆସନ୍ତାକାଲି ଫାଇନାସ ରିହଲସଲ

ସେପ୍ଟେମ୍ବର ୧୬ ତାରିଖ ଭୁବନେଶ୍ବରରେ ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ’ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ବର କୁଆଖାଇ ନଦୀପଠା ସ୍ଥିତ ବାଲିଯାତ୍ରା ପଡ଼ିଆରେ ମ୍ୟାପିଂ କରାଯାଉଛି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ଆସନ୍ତା 16 ତାରିଖରେ ଭୁବନେଶ୍ବରରେ ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ ଅନୁଷ୍ଠିତ ହେବ । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ବାୟୁସେନାର ଇଣ୍ଡସ୍କନ୍‌ ଟିମ୍‌ ନେଇ ଆସିଥିବା AN୩୨ ବିମାନ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ C-୧୭ ଗ୍ଲୋବ୍ ମାଷ୍ଟର (C ୧୭ globemaster reached in Bhubaneswar) ପରିବହନ ବିମାନ ମଧ୍ୟ ପହଞ୍ଚିଛି।

ଏୟାର ସୋ ପାଇଁ କାଲି ଫାଇନାଲ ରିହଲସଲ

ଭୁବନେଶ୍ବର କୁଆଖାଇ ନଦୀପଠା ସ୍ଥିତ ବାଲିଯାତ୍ରା ପଡ଼ିଆରେ ବାୟୁସେନାର ଏୟାର ସୋ ଅନୁଷ୍ଠିତ ହେବ (Surya Kiran air show to be held in Bhubaneswar)। ଶୁକ୍ରବାର ଥିବା ସୋକୁ ନେଇ ଆଜି ମ୍ୟାପିଂ କରାଯାଉଛି। 2 ଟି ହକ ବିମାନ ମ୍ୟାପିଂ କରୁଛି। ଏନେଇ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କହିଛନ୍ତି, "ଆସନ୍ତା 16 ତାରିଖ ସକାଳ 10ରୁ 11ଟା ସମୟରେ ସୂର୍ଯ୍ୟକିରଣ ଏୟାର ସୋ ହେବ । 12ଶହରୁ ଉର୍ଦ୍ଧ୍ବ ଲୋକଙ୍କ ପାଇଁ ସିଟିଂ ବ୍ୟବସ୍ଥା ହେଉଛି। ସେହପରି 50 ହଜାରରୁ ଏକ ଲକ୍ଷ ଲୋକଙ୍କ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି ।" ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଯୋଗ ଦେବାର ସୂଚନା ରହିଛି। ଏଥିସହ ଅନ୍ୟ ଅଧିକାରୀମାନେ ସାମିଲ ହେବେ । ଏୟାର ସୋ ସମୟରେ ବିମାନ ନିକଟରେ ଯେପରି ପକ୍ଷୀ ନଉଡ଼େ ସେନେଇ ବ୍ୟବସ୍ଥା କରାଯିବ। ଆକାଶର 500 ଫୁଟ ଉଚ୍ଚରେ ଏହି ବିମାନଗୁଡ଼ିକ ସୋ’ ପ୍ରଦର୍ଶନ କରିବେ । ଆଜି ମ୍ୟାପିଂ କରାଯିବା ପରେ କାଲି ଫାଇନାଲ ରିହଲସଲ ହେବ । ସମୁଦାୟ 9ଟି ଏୟାର କ୍ରାଫ୍ଟ ପ୍ରଦର୍ଶନ କରିବେ । 18 ରୁ 20 ମିନିଟର କାର୍ଯ୍ୟକ୍ରମ ରହିବ ।

ଏହା ମଧ୍ୟ ପଢ଼ନ୍ତୁ: Air show in Bhubaneswar: ଯନ୍ତ୍ରାଂଶ ନେଇ ପହଞ୍ଚିଲା C-17 ଗ୍ଲୋବ୍ ମାଷ୍ଟର

ସେହିପରି ଆସନ୍ତା 18 ତାରିଖରେ ପୁରୀ ରାଜଭବନ ସ୍ଥିତ ବେଳାଭୂମିରେ ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ଅପରାହ୍ନରେ ବେଳାଭୂମିରେ ମ୍ୟାପିଂ କରାଯିବ। ବାୟୁସେନାର ପାଇଲଟ ଆକାଶରେ ସେଦିନ ବହୁ କଳା କୌଶଳ ପ୍ରଦର୍ଶନ କରିବେ । ଏୟାର ସୋ' ପାଇଁ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ଟ୍ରାଫିକ ନିୟନ୍ତ୍ରଣ କରାଯିବ । ଦର୍ଶକଙ୍କ ପାଇଁ ସୋ’ ଦେଖିବା ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ପ୍ରଚାର ପ୍ରସାର ବ୍ୟବସ୍ଥା ରହିଛି । ସେହିଭଳି ସୁରକ୍ଷା ଦୃଷ୍ଟିରୁ ଅଗ୍ନିଶମ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା କରାଯାଇଛି ।

ଇଟିିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.