ETV Bharat / city

Air show in Bhubaneswar: ଯନ୍ତ୍ରାଂଶ ନେଇ ପହଞ୍ଚିଲା C-17 ଗ୍ଲୋବ୍ ମାଷ୍ଟର

author img

By

Published : Sep 13, 2022, 10:31 PM IST

C ୧୭ globe master reached in Bhubaneswar for Surya Kiran air show to be held in Bhubaneswar and puri
Air show in Bhubaneswar: ଯନ୍ତ୍ରାଂଶ ନେଇ ପହଞ୍ଚିଲା C-୧୭ ଗ୍ଲୋବ୍ ମାଷ୍ଟର

ସେପ୍ଟେମ୍ବର ୧୬ ତାରିଖ ଭୁବନେଶ୍ବରରେ ଏୟାର ସୋ' । ୟୁସେନାର ଇଣ୍ଡସ୍କନ୍‌ ଟିମ୍‌ ନେଇ ଆସିଥିବା AN୩୨ ବିମାନ ଭୁବନେଶ୍ବର ବିମାନବନ୍ଦରରେ ଅବତରଣ କରିଛି । ଏହାପରେ C-୧୭ ଗ୍ଲୋବ୍ ମାଷ୍ଟର ଅପରାହ୍ନରେ ଭୁବନେଶ୍ବରରେ ଅବତରଣ କରିଛି(C ୧୭ globe master reached in Bhubaneswar ) । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ସେପ୍ଟେମ୍ବର ୧୬ ତାରିଖ ଭୁବନେଶ୍ବରରେ ହେବ ଏୟାର ସୋ' (Air show in Bhubaneswar)। ଏହି ସୋ' ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଏଥିପାଇଁ ବାୟୁସେନାର ଇଣ୍ଡସ୍କନ୍‌ ଟିମ୍‌ ନେଇ ଆସିଥିବା AN୩୨ ବିମାନ ଭୁବନେଶ୍ବର ବିମାନବନ୍ଦରରେ ଅବତରଣ କରିଛି । ଏହାପରେ C-୧୭ ଗ୍ଲୋବ୍ ମାଷ୍ଟର ଅପରାହ୍ନରେ ଭୁବନେଶ୍ବରରେ ଅବତରଣ କରିଛି(C ୧୭ globe master reached in Bhubaneswar) ।

Air show in Bhubaneswar: ଯନ୍ତ୍ରାଂଶ ନେଇ ପହଞ୍ଚିଲା C-୧୭ ଗ୍ଲୋବ୍ ମାଷ୍ଟର

ଭୁବନେଶ୍ବର ପରେ ସେପ୍ଟେମ୍ବର 18 ତାରିଖରେ ପୁରୀରେ ଏୟାର ସୋ’ ଆୟୋଜନ ହେବ । ପୁରୀରେ ସୂର୍ଯ୍ୟକିରଣ ସୋ’ରେ ଭାଗ ନେବାକୁ ଥିବା 11ଟି ହକ୍ ବିମାନ କର୍ଣ୍ଣାଟକର ବିଦାରରୁ ଆସିଛି । ତେବେ ଆଜି(ମଙ୍ଗଳବାର) ପାଗ ଖରାପ ଥିବାରୁ ସମସ୍ତ ବିମାନ ପହଞ୍ଚି ପାରିନାହିଁ । ଆସନ୍ତାକାଲି(ବୁଧବାର) ସୋ’ ହେବାକୁ ଥିବା ସ୍ଥାନରେ ମ୍ୟାପିଂ କରିବ ବାୟୁସେନା( Surya Kiran air show to be held in Bhubaneswar) । ଏହାକୁ ନେଇ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ପ୍ରଦାନ କରିଛନ୍ତି ।

ଏୟାର ସୋ' ପାଇଁ ସେପ୍ଟେମ୍ବର ୧୫ ତାରିଖରେ ରାଜଧାନୀରେ ଫୁଲ ଡ୍ରେସ ରିହରସେଲ କରାଯିବ । ଏହା ପରେ 17 ତାରିଖରେ ପୁରୀ ହେବ ଫୁଲ୍‌ ଡ୍ରେସ୍‌ ରିହରସେଲ । ତେବେ ଭୁବନେଶ୍ବର ଏୟାର ସୋ' ପାଇଁ ବର୍ତ୍ତମାନ ସୁଦ୍ଧା ଅନୁମତି ମିଳିନି । ପୁରୀରେ ଏୟାର ସୋ' ପାଇଁ ଅନୁମତି ପ୍ରଦାନ କରାଯାଇଛି ।

ପୁରୀ ରାଜଭବନ ନିକଟରେ ସପ୍ଟେମ୍ବର ୧୮ ତାରିଖରେ ଏୟାର ସୋ’ରେ କଳାବାଜି ଦେଖାଇବ ବାୟୁସେନା ବିମାନ । ବାୟୁସେନାର ପାଇଲଟ ଆକାଶରେ ସେଦିନ ବହୁ ଦୁର୍ଦ୍ଧଷ କଳା କୌଶଳ ପ୍ରଦର୍ଶନ କରିବେ । ଏୟାର ସୋ' ପାଇଁ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ଟ୍ରାଫିକ ନିୟନ୍ତ୍ରଣ କରାଯିବ । ଦର୍ଶକଙ୍କ ପାଇଁ ସୋ’ ଦେଖିବା ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ପ୍ରଚାର ପ୍ରସାର ବ୍ୟବସ୍ଥା ରହିଛି । ସେହିଭଳି ସୁରକ୍ଷା ଦୃଷ୍ଟିରୁ ଅଗ୍ନିଶମ ବ୍ୟବସ୍ଥା, ପାନୀୟଜଳ ବ୍ୟବସ୍ଥା କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.