15ରୁ ରାଜ୍ୟରେ ପ୍ରବଳ ବର୍ଷା !

author img

By

Published : Oct 13, 2021, 9:03 AM IST

Updated : Oct 13, 2021, 10:49 AM IST

15ରୁ ରାଜ୍ୟରେ ପ୍ରବଳ ବର୍ଷା !

ଆସନ୍ତା ୧୫ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ପୂର୍ବାନୁମାନ କଲା ପାଣିପାଗ ବିଭାଗ । ଅଧିକ ପଢନ୍ତୁ...

ଭୁବନେଶ୍ବର: ଆସନ୍ତା ୪୮ ଘଣ୍ଟାରେ କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗର ଓ ଉତ୍ତର ସାଗର ସଂଲଗ୍ନ ଅଞ୍ଚଳରେ ଲଘୁଚାପ ଅଞ୍ଚଳ ସୃଷ୍ଟି ହେବ । ଏହାର ପ୍ରଭାବରେ ଆସନ୍ତା ୧୫ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବ । ବିଜୁଳି ଘଡଘଡି ସହ ରାଜ୍ୟରେ ପ୍ରବଳ ବର୍ଷା ହେବ । ୧୬ ଓ ୧୭ ତାରିଖରେ ମଧ୍ୟ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏନେଇ ପୁରୀ, ଗଞ୍ଜାମ, ଜଗତସିଂହପୁର ଏବଂ କନ୍ଧମାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ଅଛି, ଯାହା ସମୁଦ୍ର ପତ୍ତନଠାରୁ ୪.୫ କିମି ପର୍ଯ୍ୟନ୍ତ ବ୍ୟାପି ରହିଛି । ଏହାର ପ୍ରଭାବରେ ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ତତସଂଲଗ୍ନ ଆଣ୍ଡାମାନ ସାଗାର ଅଞ୍ଚଳରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ସୃଷ୍ଟି ହେବାର ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡିଶା ଉତ୍ତର ଆନ୍ଧ୍ର ଉପକୂଳ ମୁଁହା ହେବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ଯାହାର ପ୍ରଭାବରେ ରାଜ୍ୟରେ ୧୫ ତାରିଖରୁ ବର୍ଷା ହେବ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated :Oct 13, 2021, 10:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.