ETV Bharat / city

ନ୍ୟାୟ ନମିଳିବା ଯାଏଁ ଲଢେଇ ଜାରି ରହିବ: ଗୋଲକ ମହାପାତ୍ର

author img

By

Published : Nov 11, 2021, 9:44 PM IST

ଗୋଲକ ମହାପାତ୍ର
ଗୋଲକ ମହାପାତ୍ର

ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ ଶୁକ୍ରବାର କଂଗ୍ରେସର ବନ୍ଦ ପାଳନ ପ୍ରସଙ୍ଗରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି ବିଜେପି । ଅଧିକ ପଢନ୍ତୁ...

ଭୁବନେଶ୍ବର: ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ ଆସନ୍ତାକାଲି (ଶୁକ୍ରବାର) କଂଗ୍ରେସର ବନ୍ଦ ପାଳନ ପ୍ରସଙ୍ଗରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି ବିଜେପି ।

ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ମମିତା ମେହେରଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ବିଜେପି ପ୍ରଥମ ଦିନରୁ ଲଢେଇ କରିଆସୁଛି । ଖାଲି ଏତିକି ନୁହେଁ ଦଳ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ କରୁଛି । କୋକେଇ ଶୋଭାଯାତ୍ରା, କ୍ୟାଣ୍ଡେଲ ରାଲି, ଏସପି ଅଫିସ ଘେରାଉ ଜାରି ରହିଛି । ଏଥିସହ ସମସ୍ତ ଥାନା ମଧ୍ୟ ଘେରାଉ କରାଯାଇଛି । ଯେ ପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି କହିଛନ୍ତି ଗୋଲକ ।

ନ୍ୟାୟ ନମିଳିବା ଯାଏଁ ଲଢେଇ ଜାରି ରହିବ: ଗୋଲକ ମହାପାତ୍ର

ଏହାସହ ପୀଡିତାଙ୍କ ପରିବାରକୁ ନ୍ୟାୟ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିଭିନ୍ନ ରାଜନୈତିକ ଦଳ ମଧ୍ୟ ଆନ୍ଦୋଳନ କରୁଛନ୍ତି । ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ମମିତାଙ୍କୁ ନ୍ୟାୟ ଦେବା । ଏଥିପାଇଁ ଲଢେଇ ଚାଲିଛି । ଲଢେଇରେ ରାଜ୍ୟବାସୀ ମଧ୍ୟ ସାମିଲ ହୋଇଛନ୍ତି ବୋଲି ଗୋଲକ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.