ETV Bharat / city

ରାଜ୍ୟରେ ନାହିଁ କୋଭାକ୍ସିନ, ଆହୁରି ୫୦ ହଜାର ନେଇ ନାହାନ୍ତି ପ୍ରଥମ ଡୋଜ

author img

By

Published : Feb 19, 2022, 5:52 PM IST

ରାଜ୍ୟରେ ଅଭାବ କୋଭାକ୍ସିନ ଟିକା :ପରିବାର କଲ୍ୟାଣ ନିର୍ଦ୍ଦେଶକ
ରାଜ୍ୟରେ ଅଭାବ କୋଭାକ୍ସିନ ଟିକା :ପରିବାର କଲ୍ୟାଣ ନିର୍ଦ୍ଦେଶକ

ଗତବର୍ଷ ଜାନୁଆରୀ ୧୬ ତାରିଖରେ ରାଜ୍ୟରେ ଟୀକାକରଣ ଆରମ୍ଭ ହୋଇଥିଲା। ଏବେ ରାଜ୍ୟର ୯୫ ପ୍ରତିଶତ ଯୋଗ୍ୟ ହିତାଧିକାରୀ ନିଜର ପ୍ରଥମ ଡୋଜ୍ ଟିକା ନେଇ ସାରିଛନ୍ତି। ଆଉ ୫୦ ହଜାର ଲୋକ ନିଜର ପ୍ରଥମ ଡୋଜ୍ ଟିକା ନେଇ ନ ଥିବା କୁହାଯାଉଛି। କିନ୍ତୁ ଏପଟେ କୋଭାକ୍ସିନର ଅଭାବ ଦେଖିବାକୁ ମିଳିଛି। ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ କୋଭିଡ ଟୀକାକରଣ ୬ କୋଟି ଟପିଛି। ଗତବର୍ଷ ଜାନୁଆରୀ ୧୬ ତାରିଖରେ ରାଜ୍ୟରେ ଟୀକାକରଣ ଆରମ୍ଭ ହୋଇଥିଲା। ଏବେ ରାଜ୍ୟର ୯୫ ପ୍ରତିଶତ ହିତାଧିକାରୀ ନିଜର ପ୍ରଥମ ଡୋଜ ଟିକା ନେଇ ସାରିଛନ୍ତି।

ରାଜ୍ୟରେ ଅଭାବ କୋଭାକ୍ସିନ ଟିକା :ପରିବାର କଲ୍ୟାଣ ନିର୍ଦ୍ଦେଶକ

ଆଉ ୫୦ହଜାର ଲୋକ ନିଜର ପ୍ରଥମ ଡୋଜ ଟିକା ନେଇ ନ ଥିବା କୁହାଯାଉଛି। କିନ୍ତୁ ଏପଟେ କୋଭାକ୍ସିନର ଅଭାବ ଦେଖିବାକୁ ମିଳିଛି। ଏନେଇ ପ୍ରଭାବିତ ହେବ ପିଲାଙ୍କ ଟିକାକରଣ ।

ତେବେ ଦୀର୍ଘମାସର ବ୍ୟବଧାନ ପରେ ରାଜ୍ୟରେ ପୁଣିଥରେ କୋଭାକ୍ସିନ ଟିକାର ଅଭାବ ସୃଷ୍ଟି ହୋଇଛି। ରାଜ୍ୟବ୍ୟାପୀ ୧୫-୧୮ବର୍ଷର ପିଲାଙ୍କୁ ଏହି ଟିକା ଦିଆଯାଉଥିବାରୁ ରାଜ୍ୟ ସରକାର ଠିକ ସମୟରେ ଏହି ଟିକା ଯୋଗାଇ ଦେବାକୁ ଚିଠି ଲେଖାଯାଇଛି।

ଏ ନେଇ ରାଜ୍ୟରେ କୋରୋନା ଟୀକାକରଣ ନୋଡାଲ ଅଧିକାରୀ ଡ.ବିଜୟ ପାଣିଗ୍ରାହୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ରାଜ୍ୟରେ ଏବେ ୫ ଲକ୍ଷ କୋଭାକ୍ସିନ ଡୋଜ୍ ରହିଛି। ମାତ୍ର ଦିନକୁ ପ୍ରାୟ ୧ଲକ୍ଷ ଡୋଜ ଟିକା ଦିଆଯାଉ ଥିବାରୁ ଆସନ୍ତା ୪/୫ଦିନ ଭିତରେ ଏହା ଶେଷ ହୋଇଯିବ।

ତେଣୁ ଚଳିତମାସ ପାଇଁ ଆହୁରି ୧୦ ଲକ୍ଷ ଡୋଜ୍ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। ଠିକ ସମୟରେ ଟିକା ନ ଆସିଲେ ପିଲାଙ୍କ ଟିକାକରଣରେ ସମସ୍ୟା ଉପୁଜିପାରେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟରେ ମୁଣ୍ଡ ଗଣନା ଅନୁସାରେ ଯୋଗ୍ୟ ହିତାଧିକାରଙ୍କ ମଧ୍ୟରୁ ୯୯ ପ୍ରତିଶତ ପ୍ରଥମ ଡୋଜ ନେଇ ସାରିଲେଣି।

ପ୍ରିକସନ ଡୋଜ ନେବା ପାଇଁ ୯ମାସର ଅବଧି ଥିବା ବେଳେ ସେମାନଙ୍କ ମଧ୍ୟରୁ ଶତ ପ୍ରତିଶତ ଓ ମୋଟ ୬୦ ବର୍ଷରୁ ଅଧିକ ଲୋକଙ୍କ ଭିତରୁ ୪୨ ପ୍ରତିଶତ ଏହି ଟିକା ନେଇଛନ୍ତି। ଆଜି (ଶନିବାର) ରାଜ୍ୟରେ ୧ ଲକ୍ଷ ୨୮ ହଜାର ୫୦୨ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬ କୋଟି ୭୭ହଜାର ୯୦୭ ଡୋଜ ଟିକା ଦିଆଗଲାଣି।

ଏହାବି ପଢନ୍ତୁ : President Visit: କଡା ସୁରକ୍ଷା ମଧ୍ୟରେ ରାଜଭବନରେ ପହଞ୍ଚିଲେ ରାଷ୍ଟ୍ରପତି

କୋରୋନାର ଘାତକ ଦ୍ବିତୀୟ ଲହର ଆରମ୍ଭ ହେବା ପୂର୍ବରୁ ରାଜ୍ୟରେ କୋରୋନା ଟିକାକରଣ ଆରମ୍ଭ ହୋଇଥିଲା। ଆରମ୍ଭରୁ ୧୮ବର୍ଷରୁ ଅଧିକ ୩ କୋଟି ହିତାଧିକାରୀଙ୍କୁ ଚୟନ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଏହାକୁ ୩.୨୫କୋଟିକୁ ବୃଦ୍ଧି କରିଥିଲେ। ମାତ୍ର ଆରମ୍ଭରୁ ଟିକା ନେଇ ଲୋକଙ୍କ ଭିତରେ ସେତେଟା ଆଗ୍ରହ ଦେଖିବାକୁ ମିଳି ନ ଥିଲା।

ମାତ୍ର ଗତବର୍ଷ ଏପ୍ରିଲ ମାସ ବେଳକୁ ଦ୍ବିତୀୟ ଲହର ଆରମ୍ଭ ହେବା ପରେ ଟିକା ନେବା ଲାଗି ଟୀକାକରଣ କେନ୍ଦ୍ରରେ ଭିଡ଼ ଦେଖିବାକୁ ମିଳିଥିଲା। ଆରମ୍ଭରୁ କେବଳ ଭୁବନେଶ୍ବରରେ କୋଭାକ୍ସିନ ଟିକା ଦିଆଯାଉଥିବା ବେଳେ ପରବର୍ତ୍ତୀ ସମୟରେ ଗଞ୍ଜାମରେ ଏହି ଟିକା ଦିଆଯାଇଥିଲା। ଅନ୍ୟ ଜିଲ୍ଲା ଗୁଡ଼ିକରେ କୋଭିସିଲ୍‌ଡ ଟିକା ଦିଆଯାଇଥିଲା। ତେବେ ରାଜ୍ୟରେ ୧୦ଲକ୍ଷରୁ ଅଧିକ ହିତାଧିକାରୀ ରାଜ୍ୟ ବାହାରେ ରହିଥିବାରୁ ସେମାନେ ନିଜ ନିଜ କାର୍ଯ୍ୟସ୍ଥଳୀରେ ଟିକା ନେଇଥିବା କୁହାଯାଉଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.