ETV Bharat / city

ସାଲିଆସାହିରେ ଧୁମଧାମରେ ହେଲା ମା’ ଜଗତଜନନୀଙ୍କ ପୂଜା

author img

By

Published : Oct 6, 2022, 2:00 PM IST

ସହରର ନୁହେଁ ରାଜଧାନୀର ବସ୍ତିରେ ମଧ୍ୟ ଧୂମଧାମରେ ପାଳନ ହୋଇଯାଇଛି ଦୂର୍ଗାପୂଜା
ସହରର ନୁହେଁ ରାଜଧାନୀର ବସ୍ତିରେ ମଧ୍ୟ ଧୂମଧାମରେ ପାଳନ ହୋଇଯାଇଛି ଦୂର୍ଗାପୂଜା

ଭୁବନେଶ୍ବରର ସାଲିଆ ସାହି ବସ୍ତିରେ ବେଶ ଧୁମଧାମରେ ମା’ଙ୍କ ପୂଜାର୍ଚ୍ଚନା କରାଯାଇଛି । ବସ୍ତିର ବାସିନ୍ଦାମାନେ ଭକ୍ତିର ସହ ପୂଜା କରିଛନ୍ତି ମା' ଦୁର୍ଗାଙ୍କୁ । ଅଧିକ ପଢନ୍ତୁ

ଭୁବନେଶ୍ବର: ଧୁମଧାମରେ ପାଳିତ ହୋଇଯାଇଛି ଦୁର୍ଗା ପୂଜା । ଦୁଇବର୍ଷର କୋରୋନା କଟକଣା ପରେ ଚଳିତବର୍ଷ ଦଶହରାକୁ ଧୁମଧାମରେ ପାଳନ କରାଯାଇଛି । ଏନେଇ ଚଳଚଞ୍ଚଳ ଗାଁ ଠାରୁ ସହର । ତେବେ ଭୁବନେଶ୍ବରରେ ୭୦ରୁ ଊର୍ଦ୍ଧ୍ବ ସ୍ଥାନରେ ପୂଜା କରାଯାଇଥିବା ବେଳେ ସାଲିଆ ସାହି ବସ୍ତିରେ ମଧ୍ୟ ବେଶ ଧୁମଧାମରେ ମା'ଙ୍କ ପୂଜାର୍ଚ୍ଚନା କରାଯାଇଛି ।

ସହରର ନୁହେଁ ରାଜଧାନୀର ବସ୍ତିରେ ମଧ୍ୟ ଧୂମଧାମରେ ପାଳନ ହୋଇଯାଇଛି ଦୂର୍ଗାପୂଜା

ବସ୍ତିବାସିନ୍ଦାମାନେ ଭକ୍ତିର ସହ ପୂଜା କରିଛନ୍ତି ମା' ଦୁର୍ଗାଙ୍କୁ । କାରଣ ବସ୍ତିର ଲୋକମାନେ ହେଉଛନ୍ତି ସାଧାରଣତଃ ଦିନ ମଜୁରିଆ । ଏନେଇ ଦିନରେ କାମ ସାରି ଆସି କ୍ଲାନ୍ତ ହୋଇଯାଉଥିବା ଯୋଗୁଁ ସହରର ପୂଜାମଣ୍ଡପ ଗୁଡିକୁ ବୁଲି ପାରନ୍ତିନାହିଁ । ଏନେଇ ସାଲିଆ ସାହି ଦୁର୍ଗାପୂଜା କମିଟି ୩ବର୍ଷ ହେବ ବସ୍ତିରେ ମା'ଙ୍କ ପୂଜା କରାଯାଉଛି । ମିଳିମିଶି ମା'ଙ୍କ ଆରାଧନା କରିବା ସହ ବସ୍ତିବାସିନ୍ଦାଙ୍କ ମଙ୍ଗଳକାମନା କରାଯାଇଛି ।

ଏଠାରେ ଖାଲି ପୂଜା ନୁହେଁ ପୂଜାକୁ ଆଉ ଟିକେ ସୁନ୍ଦର କରିବା ପାଇଁ ମେଲୋଡି ସହ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ଏହାକୁ ନେଇ ଖାଲି ସହରର ବଡ ବଡ ପୂଜାମଣ୍ଡପ ନୁହେଁ ବରଂ ରାଜଧାନୀର ସାଲିଆ ସାହି ବସ୍ତିରେ ମଧ୍ୟ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା । ଏନେଇ ଅନ୍ୟପଟେ ବସ୍ତି ବାସିନ୍ଦା ନିଜ ଅଞ୍ଚଳର ପୂଜା ଦେଖି ଖୁସି ହୋଇଥିବା ବେଳେ ସେମାନେ ଅନ୍ୟମାନଙ୍କ ଠାରୁ କିଛି କମ ନୁହଁନ୍ତି ବୋଲି ପ୍ରତିପାଦିତ କରିପାରିଛନ୍ତି । ତେବେ ଦଶହରା ସରି ଯାଇଥିବାରୁ ଆସନ୍ତା ବର୍ଷ ମା'ଙ୍କ ଆଗମନକୁ ଆହୁରି ସୁନ୍ଦର ଓ ଆକର୍ଷଣୀୟ କରିବୁ ବୋଲି କହିଛନ୍ତି ପୂଜା କମିଟିର ସଦସ୍ୟ ।

ଏହା ମଧ୍ୟ ପଢନ୍ତୁ - ବର୍ଷା ସାଜିଲା ବାଧକ, ବିଳମ୍ବରେ ହେଲା ବରମୁଣ୍ଡା ରାବଣ ପୋଡି

ତେବେ ଏନେଇ ପୂଜା କମିଟିର ସଦସ୍ୟ କହିଛନ୍ତି, "ଦୁଇ ବର୍ଷ ପରେ ଦୁର୍ଗା ପୂଜା ହୋଇଛି । ଏନେଇ ଲୋକମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ପୂଜା ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା । ଏହା ହେଉଛି ଭାଇଚାରାର ପୂଜା । ଏଠାରେ ସାଧାରଣତଃ ବସ୍ତି ଲୋକମାନେ ରୁହନ୍ତି । ଏନେଇ ଲୋକମାନେ କେମିତି ଶୃଙ୍ଖଳାର ସହ ପୂଜା ଦେଖିପାରିବେ ସେଥିପ୍ରତି ମଧ୍ୟ ଧ୍ୟାନ ଦେଇଛୁ । "

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.