ETV Bharat / city

Cyclone Asani Update: ପୁରୀରୁ ୮୮୦ କିଲୋମିଟ ଦୂରରେ ବାତ୍ୟା ଅସାନି

author img

By

Published : May 8, 2022, 10:47 PM IST

Updated : May 8, 2022, 10:56 PM IST

ଭୀଷଣ ବାତ୍ୟାର ରୂପ ନେଲା ବାତ୍ୟା ଅସାନି । ଏବେ ପୁରୀ ଠାରୁ ୮୮୦ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପୂର୍ବ ଏବଂ ବିଶାଖାପାଟଣା ଠାରୁ ୮୧୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି ବାତ୍ୟା । ଅଧିକ ପଢନ୍ତୁ

Cyclone Asani Update: ପୁରୀରୁ ୮୮୦ କିଲୋମିଟ ଦୂରରେ ବାତ୍ୟା ଅସାନି
Cyclone Asani Update: ପୁରୀରୁ ୮୮୦ କିଲୋମିଟ ଦୂରରେ ବାତ୍ୟା ଅସାନି

ଭୁବନେଶ୍ବର: ଭୀଷଣ ବାତ୍ୟାର ରୂପ ନେଲା ବାତ୍ୟା ଅସାନି । ଏବେ ପୁରୀ ଠାରୁ ୮୮୦ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପୂର୍ବ ଏବଂ ବିଶାଖାପାଟଣା ଠାରୁ ୮୧୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି ବାତ୍ୟା । ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ଏହା ୧୪ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା ଅସାନି ।

Cyclone Asani Update: ପୁରୀରୁ ୮୮୦ କିଲୋମିଟ ଦୂରରେ ବାତ୍ୟା ଅସାନି


ସେହିପରି ୧୦ ତାରିଖ ସଂଧ୍ୟାରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ନିକଟ ସମୁଦ୍ରରେ ପହଞ୍ଚିବ ବାତ୍ୟା । ଏହା ପରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ରିକର୍ଭ କରିବ ବାତ୍ୟା । ଉତ୍ତର-ଉତ୍ତର-ପୂର୍ବ ଦିଗରେ ମୁହାଁଇବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି ।

  • ଭୀଷଣ ବାତ୍ୟା ଅସାନି ପୁରୀଠାରୁ ୮୮୦ କିମି ଦୂରରେ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଦକ୍ଷିଣ-ପୂର୍ବ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ଏବଂ ଏହା ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ୧୪ କିମି ବେଗରେ ଉତ୍ତରପଶ୍ଚିମ ଦିଗରେ ଗତିକରୁଛି pic.twitter.com/3sXV4FiXmd

    — Meteorological Centre, Bhubaneswar (@mcbbsr) May 8, 2022 " class="align-text-top noRightClick twitterSection" data=" ">

ସେହିଭଳି ସ୍ଥଳଭାଗ ନ ଛୁଇଁ ସମୁଦ୍ର ଭିତରେ ଦୁର୍ବଳ ହୋଇଯିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହେବ । ୧୦ ତାରିଖରେ ଗଞ୍ଜାମ, ଗଜପତି ଓ ପୁରୀରେ ପ୍ରବଳ ବର୍ଷା ହୋଇପାରେ ବୋଲି କହିଛି ପାଣିପାଗ ବିଭାଗ । ସେହିପରି ୧୧ ତାରିଖରେ ୫ ଜିଲ୍ଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

  • ଭୀଷଣ ବାତ୍ୟା ରେ ପରିଣତ ହେଲା ବାତ୍ୟା ଅସାନି pic.twitter.com/CDUcm6pCfe

    — Meteorological Centre, Bhubaneswar (@mcbbsr) May 8, 2022 " class="align-text-top noRightClick twitterSection" data=" ">

ଏହା ସହ ୧୨ ତାରିଖରେ ମଧ୍ୟ କିଛି ଜିଲ୍ଲାରେ ବର୍ଷାର ପ୍ରଭାବ ରହିବା ସହ ପୁରୀ, ଜଗତସିଂହପୁର, କଟକ,କେନ୍ଦ୍ରାପଡା, ବାଲେଶ୍ଵର,ଭଦ୍ରକ ଏସବୁ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବା ପରେ ପବନର ବେଗ ବଢ଼ିବ । ଏହା ସହ ୪ଟି ବନ୍ଦର ପାଇଁ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଏଥିସହ ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।


ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated :May 8, 2022, 10:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.