ETV Bharat / city

କ୍ରାଇମବ୍ରାଞ୍ଚ ସ୍କାନରରେ ଡିଏଫଓ, ACF ମୃତ୍ୟୁ ମାମଲାରେ ପୁଣି ହେବେ ଜେରା‌ର ସାମ୍ନା

author img

By

Published : Aug 14, 2021, 11:26 AM IST

Updated : Aug 14, 2021, 12:46 PM IST

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା, କ୍ରାଇମବ୍ରାଞ୍ଚକୁ କଦନ୍ତ ଭାର ହସ୍ତାନ୍ତର
ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା, କ୍ରାଇମବ୍ରାଞ୍ଚକୁ କଦନ୍ତ ଭାର ହସ୍ତାନ୍ତର

ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି ଅଭୟ । ଅଧିକ ପଢନ୍ତୁ...

ଭୁବନେଶ୍ବର:ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ପୋଲିସ ଡିଜି ଅଭୟ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏକ ତିନିଜଣିଆ ସୌମ୍ୟଙ୍କ ରହସ୍ୟଜନକ ମୃତ୍ୟୁ ପଛର ଘଟଣାର କରିବ ଛାନଭିନ । ଏହି ଟିମରେ ଜଣେ ଡିଏସପି, ଜଣେ ଇନସ୍ପେକ୍ଟର, ଜଣେ ଏସଆଇ ରହିବେ । ଏସିଏଫ ସୌମ୍ୟଙ୍କ ମୃତ୍ୟୁକୁ ନେଇ ବହୁ କଳ୍ପନା ଜଳ୍ପନା ଲାଗି ରହିଛି । ସୌମ୍ୟ ଆତ୍ମହତ୍ୟା କରିଥିବା ନେଇ ସ୍ପଷ୍ଟ ହୋଇ ନ ଥିବାବେଳେ କିଏ ହତ୍ୟାକାଣ୍ଡରେ ଜଡିତ ତାହା ରହସ୍ୟ ଘେରରେ ।

ତେବେ ସୌମ୍ୟଙ୍କ ମୃତ୍ୟୁ ନିଆଁରେ ପୋଡିହୋଇ ହୋଇଥିବାରୁ କ୍ରାଇମବ୍ରାଞ୍ଚଙ୍କୁ ସହଯୋଗ କରିବେ ଫିଜିକ୍ସ ଏବଂ କେମିଷ୍ଟ୍ରି ଏକ୍ସପର୍ଟ । ଘରର କେଉଁ ସ୍ଥାନରେ ସୌମ୍ୟ ଠିଆ ହୋଇଥିଲେ, ନିଆଁ କିପରି ଲାଗିଲା, ନିଜେ ଲଗାଇଥିଲେ ନା ଲଗାଇ ଦିଆଯାଇଥିଲା ତାହାର ତଦନ୍ତ କରିବ ଫିଜିକ୍ସ ଓ କେମିଷ୍ଟ୍ରି ଏକ୍ସପର୍ଟ । କାରଣ କେତେ ଦୂର ଓ କେତେ ଉଚ୍ଚତା ଘରର ଆକାର କେତେ ନିଆଁ ଲାଗିଥିବା ତେଲ ବା ସେଭଳି କେମିକାଲ କେତେଦୂର ପଡିଥିବ ସେନେଇ ଫିଜିକ୍ସ ଏକ୍ସପର୍ଟ ଓ କେମିକାଲ କଣ ଥିଲା ପେଟ୍ରୋଲ, ଡିଜେଲ ନା କିରୋସିନ ନା ଆଉ କୋଣସି ତୈଳ ପଦାର୍ଥ ତାହାର ଯାଞ୍ଚ କରିବ କେମିଷ୍ଟ୍ରି ଏକ୍ସପର୍ଟ । ଯାହାକୁ ନେଇ ଫିଙ୍ଗର ଫ୍ରିଣ୍ଟ ଏକ୍ସପୋର୍ଟ ସହ ଭିଡିଓ, ଫୋଟୋ ଫାୟାର ବିଭାଗର ଅଧିକାରୀ ତଦନ୍ତରେ ସହଯୋଗ କରିବେ ।


ସବୁଠୁ ବଡ କଥା ହେଉଛି କି କ୍ଲିନ୍ ଚିଟ୍ ପାଇଥିବା ଡିଏଫଓ, ରୋଷେୟା ଏବଂ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସହ ସମସ୍ତଙ୍କୁ ତଦନ୍ତ ପରିସର ଭୁକ୍ତ କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଜିବ ପଣ୍ଡା । ଏଥିସହ ସନ୍ଦେହ ଘେରକୁ ଆସୁଥିବା ବେଚଲର ପାର୍ଟି ଓ ମ୍ୟାରେଜ ଏଗ୍ରିମେଣ୍ଟ ସହ ହାତଲେଖା ଚିଠିର ମୂଳରୁ ପୁଣି ତଦନ୍ତ ଆରମ୍ଭ କରିବ କ୍ରାଇମବ୍ରାଞ୍ଚ ଟିମ ।

ସୂଚନା ଥାଉକି, ସରକାରୀ ବାସଭବନରେ ଉଭୟ ପତିପତ୍ନୀ ରହୁଥିବା ବେଳେ ସୌମ୍ୟ ନିଆଁରେ ପୋଡ଼ି ହୋଇଯାଇଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ପ୍ରଥମେ ବ୍ରହ୍ମପୁର ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଏକ ଘରୋଇ ହସ୍ପିଟାଲରେ ସୌମ୍ୟଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ରାଜ୍ୟରେ ଏବେବି ଲାଗି ରହିଛି ଚର୍ଚ୍ଚା ।

ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ଏହା ଏକ ଆକସ୍ମିକ ମୃତ୍ୟୁ ନୁହେଁ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ । ପୁଅର ମୃତ୍ୟୁ ପଛରେ ବୋହୂ ବିଦ୍ୟାଭାରତୀଙ୍କ ଭୂମିକା ରହିଛି ବୋଲି ସେ ଅଭିଯୋଗ ଆଣିଥିଲେ । ଏଥିସହ ପାରଳାଖେମୁଣ୍ଡି ଡିଏଫଓଙ୍କ ସହ ବିଦ୍ୟାଭାରତୀଙ୍କ ଅନୈତିକ ସମ୍ପର୍କ ଥିବାରୁ ଜାଣିଶୁଣି ଡିଏଫଓ ସୌମ୍ୟଙ୍କୁ ରାତ୍ରି ଡ୍ୟୁଟିରେ ପଠାଉଥିଲେ ଏବଂ ତାଙ୍କ ଅନୁପସ୍ଥିତିରେ ବାରମ୍ବାର ଘରକୁ ଯାଉଥିଲେ । ତେଣୁ ସୌମ୍ୟଙ୍କୁ ପୋଡି ମାରିବା ପଛରେ ଡିଏଫଓ, ବୋହୂ ଏବଂ ରୋଷେଇ କରୁଥିବା ଗାର୍ଡର ହାତ ରହିଥିବା ସେ ଅଭିଯୋଗ କରିଥିଲେ ।

ସୋମ୍ୟଙ୍କ ମୃତ୍ୟୁ ଘଟଣା ଆଜିବି ରହସ୍ୟ ଘେରରେ ରହିଛି । ତାଙ୍କ ମୃତ୍ୟୁକୁ ମାସେ ବିତିଥିଲେ ବି ପୋଲିସର ହାତ ଖାଲି । ଏହି ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ବେଳେ ସିବିଆଇ ତଦନ୍ତ ଦାବି କରିଥିଲେ ସୌମ୍ୟଙ୍କ ପରିବାର ଲୋକେ । ତେବେ ଏପରି ଏକ ରହସ୍ୟମୟ ଘଟଣାରେ ଆଜି(ଶନିବାର) ପୋଲିସ ଡିଜି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated :Aug 14, 2021, 12:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.