ETV Bharat / city

ରାଜ୍ୟରେ 40 ଲକ୍ଷ ଛୁଇଁଲା ଟେଷ୍ଟ: ଆଜି 2019 ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରେ ସର୍ବାଧିକ

author img

By

Published : Oct 18, 2020, 11:56 AM IST

Updated : Oct 18, 2020, 12:15 PM IST

ରାଜ୍ୟରେ ଆଉ 2019 କୋରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 1168 ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ 851 ଜଣ ଲୋକାଲ କଣ୍ଟାକ୍ଟରୁ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟରେ 40 ଲକ୍ଷ ଛୁଇଁଲା ଟେଷ୍ଟ, ଆଜି 2019 ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରେ ସର୍ବାଧି
ରାଜ୍ୟରେ 40 ଲକ୍ଷ ଛୁଇଁଲା ଟେଷ୍ଟ, ଆଜି 2019 ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରେ ସର୍ବାଧି

ଭୁବନେଶ୍ବର: ରାଜ୍ୟରେ 40 ଲକ୍ଷ ଛୁଇଁଲା ଟେଷ୍ଟ, ଆଜି 2019 ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧାରେ ସର୍ବାଧିକ । 30ଟି ଜିଲ୍ଲାରେ 2019 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ 40 ଲକ୍ଷ ଟେଷ୍ଟ ଛୁଇଁଛି ।

ରାଜ୍ୟରେ କାୟା ବିସ୍ତାର କରୁଛି କୋରୋନା । କମୁଛି ସଂକ୍ରମଣ, ରାଜ୍ୟରେ ଆଜି 2019 ଆକ୍ରାନ୍ତ ଚିହ୍ନଟ । ସର୍ବାଧିକ ଆକ୍ରାନ୍ତ ଖୋର୍ଦ୍ଧାରେ ଚିହ୍ନଟ ହୋଇଛନ୍ତି । ହୋମ କ୍ବାରେଣ୍ଟାଇନ କେନ୍ଦ୍ରରୁ 1168 ଚିହ୍ନଟ ହୋଇଥିବାବେଳେ 851 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଖୋର୍ଦ୍ଧାରେ 283 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରେ 150, ଅନୁଗୁଳରେ 129, ବାଲେଶ୍ବରରେ 69, ବରଗଡରେ 77, ଭଦ୍ରକରେ 41, ବଲାଂଗିରରେ 71, ବୌଦ୍ଧରେ 12, ଢେଙ୍କାନାଳରେ 38, ଗଜପତିରେ 6, ଗଞ୍ଜାମରେ 33, ଜଗତସିଂହପୁରରେ 64, ଯାଜପୁରରେ 73, ଝାରସୁଗୁଡ଼ାରେ 43, କଳାହାଣ୍ଡିରେ 69, କନ୍ଧମାଳରେ 31, କେନ୍ଦ୍ରାପଡାରେ 61, କେନ୍ଦୁଝରରେ 58, କୋରାପୁଟରେ 41, ମାଲକାନଗିରିରେ 20, ମୟୂରଭଞ୍ଜରେ 111, ନବରଙ୍ଗପୁରରେ 60, ନୟାଗଡରେ 40 , ନୂଆପଡାରେ 90, ପୁରୀରେ 30, ରାୟଗଡାରେ 24, ସମ୍ବଲପୁରରେ 52, ସୋନପୁରରେ 68, ସୁନ୍ଦରଗଡରେ 99 ରହିଛି ।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 258364 । ସୁସ୍ଥ ହେଇଛନ୍ତି 244227 ଜଣ ଓ ସକ୍ରିୟ 22949। ତେବେ ରାଜ୍ୟରେ ମୋଟ ଟେଷ୍ଟ 4043323 ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Oct 18, 2020, 12:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.