ETV Bharat / city

ସ୍ଥାୟୀ ନିଯୁକ୍ତି ଓ ଦରମା ବୃଦ୍ଧି ଦାବିରେ ସମବାୟ ସମିତି କର୍ମଚାରୀଙ୍କ ଧାରଣା

author img

By

Published : Dec 14, 2021, 6:03 PM IST

ସ୍ଥାୟୀ ନିଯୁକ୍ତି ଓ ଦରମା ବୃଦ୍ଧି ଦାବିରେ ସମବାୟ ସମିତି କର୍ମଚାରୀଙ୍କ ଧାରଣା
ସ୍ଥାୟୀ ନିଯୁକ୍ତି ଓ ଦରମା ବୃଦ୍ଧି ଦାବିରେ ସମବାୟ ସମିତି କର୍ମଚାରୀଙ୍କ ଧାରଣା

ସ୍ଥାୟୀ ନିଯୁକ୍ତି ଓ ଦରମା ବୃଦ୍ଧି ଦାବିରେ ଗାନ୍ଧୀମାର୍ଗରେ ଗର୍ଜିଲେ ଓଡିଶା ସମବାୟ ସମିତି କର୍ମଚାରୀ । ଅଧିକ ପଢନ୍ତୁ

ଭୁବନେଶ୍ବର: ପୁଣି ଗାନ୍ଧୀମାର୍ଗରେ ଗର୍ଜିଲେ ଓଡିଶା ସମବାୟ ସମିତି କର୍ମଚାରୀ (Cooperative Society Employees Strike)। ଆର୍ଥିକ ଓ ସାମାଜିକ ମେରୁଦଣ୍ଡର ବିକାଶ ନିମନ୍ତେ ସମବାୟ ସମିତି ଅନବରତ କାର୍ଯ୍ୟ କରୁଛି । ଲୋକଙ୍କ ପାଖରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଯୋଜନା ପହଞ୍ଚାଉଛନ୍ତି । ହେଲେ ସରକାର ଆମମାନଙ୍କୁ କେବଳ କାର୍ଯ୍ୟ ସମୟରେ ହି ବ୍ଯବହାର କରୁଥିବା ଅଭିଯୋଗ କରିଛନ୍ତି କର୍ମଚାରୀ ।

ଏଥିସହ ସମବାୟ ସମିତି କର୍ମଚାରୀମାନେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଆମ ସହ ପ୍ରତାରଣା କରୁଛନ୍ତି ସରକାର । ଚାକିରୀ ସ୍ଥାୟିତ୍ୱର ପ୍ରତିଶ୍ରୁତି ଦେଇ ଭଣ୍ଡେଇ ଦେଉଛନ୍ତି । କେବଳ ଏତିକି ନୁହେଁ ଆମମାନଙ୍କର ୩୦ ବର୍ଷର ପାରିଶ୍ରମିକକୁ ବୁଝୁନାହାନ୍ତି । ଆମ ପାଇଁ କୃଷି କର୍ମଣ ସମ୍ମାନ ପାଉଛନ୍ତି ହେଲେ ଆମ ଅଧିକାରକୁ ଅସମ୍ମାନିତ କରୁଛନ୍ତି । ତେଣୁ ଦରମା ବୃଦ୍ଧି ସହ କାର୍ଯ୍ୟରତ କର୍ମଚାରୀକୁ କାର୍ଯ୍ୟନିର୍ବାହୀ ଅଫିସର ପଦବିରେ ନିଯୁକ୍ତି ଦାବି କରିଛି ସଙ୍ଘ ।

ତେବେ ଆଗାମୀ ଦିନରେ ଯଦି ସରକାର ଦାବି ପୂରଣ ନ କରନ୍ତି ତେବେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିରହିବୁ, ଏଥିପାଇଁ ସରକାର ଦାୟୀ ରହିବେ ବୋଲି ସଙ୍ଘ କହିଛି । ଏହାସହ ସରକାରଙ୍କ ପ୍ରତାରଣାର ଜବାବ ପଞ୍ଚାୟତ ନିର୍ବାଚନରେ ଦେବୁ ବୋଲି ଚେତାବନୀ ଦେଇଛନ୍ତି ।


ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.