ETV Bharat / city

ଢିଙ୍କିଆରେ ପୋଲିସର ଅମାନୁଷିକ ଲାଠି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବିଜେପି ଓ କଂଗ୍ରେସ

author img

By

Published : Jan 15, 2022, 9:46 PM IST

ଢିଙ୍କିଆରେ ପୋଲିସର ଅମାନୁଷିକ ଲାଠି ପ୍ରସଙ୍ଗରେ ପ୍ରତିକ୍ରିୟା ରିଖିଲେ ବିଜେପି ଓ କଂଗ୍ରେସ
ଢିଙ୍କିଆରେ ପୋଲିସର ଅମାନୁଷିକ ଲାଠି ପ୍ରସଙ୍ଗରେ ପ୍ରତିକ୍ରିୟା ରିଖିଲେ ବିଜେପି ଓ କଂଗ୍ରେସ

ଜିନ୍ଦଲ କମ୍ପାନୀର ସ୍ୱାର୍ଥ ପାଇଁ ଢିଙ୍କିଆରେ ନିରୀହ ଲୋକଙ୍କ ଉପରେ ପୋଲିସର ଅମାନୁଷିକ ଲାଠି ପ୍ରହାର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବିଜେପି ଓ କଂଗ୍ରେସ । ଅଧିକ ପଢନ୍ତୁ

ଭୁବନେଶ୍ବର: ଜିନ୍ଦଲ କମ୍ପାନୀର ସ୍ୱାର୍ଥ ପାଇଁ ଢିଙ୍କିଆରେ ନିରୀହ ଲୋକଙ୍କ ଉପରେ ପୋଲିସର ଅମାନୁଷିକ ଲାଠି ପ୍ରହାର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବିଜେପି ଓ କଂଗ୍ରେସ । ଏହାକୁ ଉଭୟ କଂଗ୍ରେସ ଓ ବିଜେପି ତୀବ୍ର ନିନ୍ଦା କରିବା ସହ ରାଜ୍ୟ ସରକାରଙ୍କୁ ଜୋରଦାର ସମାଲୋଚନା କରିଛନ୍ତି । ତୁରନ୍ତ ସେଠାରେ ଲୋକଙ୍କ ଶାନ୍ତି ପ୍ରକ୍ରିୟା ଆରମ୍ଭ କରାଯାଉ ଏବଂ ଆଲୋଚନା ମାଧ୍ୟମରେ ସମସ୍ତ ବିଷୟକୁ ସମାଧାନ କରାଯାଉ ବୋଲି କହିଛନ୍ତି ।

ଢିଙ୍କିଆରେ ପୋଲିସର ଅମାନୁଷିକ ଲାଠି ପ୍ରସଙ୍ଗରେ ପ୍ରତିକ୍ରିୟା ରିଖିଲେ ବିଜେପି ଓ କଂଗ୍ରେସ

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଢିଙ୍କିଆ ପ୍ରସଙ୍ଗକୁ ନେଇ କହିଛନ୍ତି ଯେ ଶିଳ୍ପ ପ୍ରତିଷ୍ଠା ହେଉ, ବିଜେପି ଶିଳ୍ପାୟନ ସପକ୍ଷରେ ଅଛି ଏଥିରେ କୌଣସି ଦ୍ବିମତ ନାହିଁ । କିନ୍ତୁ ଯେଉଁ ଅଞ୍ଚଳରେ ହେବ ସେ ଅଞ୍ଚଳର ଲୋକମାନଙ୍କ ସହ ଆଲୋଚନା କରି ଯାହା ସମସ୍ୟା ରହିଛି ତାର ସମାଧାନ କରିବା ଉଚିତ। ପୋଲିସ ବଳପ୍ରୟୋଗ କରୁଛି, ଯାହାକୁ ଆମେ ନିନ୍ଦା କରୁଛୁ । ସେଠି ଶାନ୍ତି କମିଟି ହେଉ, ସର୍ବଦଳୀୟ କମିଟି ହେଉ ବିଭିନ୍ନ ରାଜନୀତିକ ବ୍ୟକ୍ତି ବିଶେଷ ଅଛନ୍ତି ସେମାନଙ୍କ ସାହାଯ୍ୟ ନେବା ଉଚିତ । ସାମାଜିକ ସଂଗଠନର ଗୁଡିକୁ ଭରସା ନିଆଯାଇ ଲୋକଙ୍କ ମଧ୍ୟରେ ଶାନ୍ତିର ବାତାବରଣ ସୃଷ୍ଟି କରାଯାଉ ବୋଲି ଦାବି କିରଛନ୍ତି । ଗଣତନ୍ତ୍ରରେ ଆଲୋଚନାର ସ୍ଥାନ ଅଛି କିନ୍ତୁ ବଳ ପ୍ରୟୋଗ କରି ପ୍ରହାର କରି କରାଯାଏନି, ଆଲୋଚନା କେଉଁଠି କେଉଁଠି ଫେଲ ମାରିଛି ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସରକାର, ପୋଲିସ ଓ ଜିଲ୍ଲା ପ୍ରଶାସନ ସେହି ଅଞ୍ଚଳର ଜନପ୍ରତିନିଧି ଏବଂ ସାମାଜିକ ନେତୃତ୍ୱ ନେଉଥିବା ବିଭିନ୍ନ ଦଳର ନେତୃବୃନ୍ଦଙ୍କ ସହିତ ଆଲୋଚନା କରିବା ଉଚିତ ବୋଲି ବିଜେପି ସଭାପତି କହିଛନ୍ତି ।

ଏହା ବି ପଢନ୍ତୁ: ରାଜଧାନୀରେ ଗୋଷ୍ଠୀ ସଂର୍ଘଷ: କେକ ଖାଇବାବେଳେ ଆକ୍ରମଣ, ଗଡିଲା ଯୁବକଙ୍କ ମୁଣ୍ଡ

ସେହିପରି ଢିଙ୍ଗିଆ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ପାନ ବରଜ ଧାନ ମୀନ ଚାଷ ହେଉଛି ଢ଼ିଙ୍କିଆ ଅଞ୍ଚଳର ଲୋକଙ୍କ ଜୀବନ । ଏହାକୁ ଉଛେଦ କରିଦେଲେ ଲୋକେ ବଞ୍ଚିବେ କେମିତି? ଲୋକଙ୍କ ଉପରେ ଅନ୍ୟାୟ ହୋଇଛି । ଶିଳ୍ପ ପ୍ରତିଷ୍ଠା ହେଉ ଶିଳ୍ପ ପାଇଁ ପଡିଆ ପଡିଛି, କିନ୍ତୁ ମୂଲ୍ୟବାନ ଜମିଗୁଡିକ ନଷ୍ଟ କରାନଯାଉ, ସେଠାରେ ଶିଳ୍ପ ପ୍ରତିଷ୍ଠା କରାନଯାଉ । ଠିକ କ୍ଷତିପୂରଣ ଲୋକଙ୍କୁ ଦିଆଯାଆନ୍ତା, ତେବେ ଲୋକମାନେ ଆନ୍ଦୋଳନ କରନ୍ତେ ନାହିଁ । ଜବରଦସ୍ତ ଫୋର୍ସ ଲଗାଇ ଉଠାଇ ଦିଆଯାଇପାରିବ ନାହିଁ, ସେମିତି ହେଲେ ଆମେ ସମସ୍ତେ ଯାଇ ସେଠାରେ ଆନ୍ଦୋଳନରେ ସାମିଲ ହେବୁ ବୋଲି ସୁର କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.