ରାଜଧାନୀରେ ଗୋଷ୍ଠୀ ସଂଘର୍ଷ: କେକ ଖାଇବାବେଳେ ଆକ୍ରମଣ, ଗଡିଲା ଯୁବକଙ୍କ ମୁଣ୍ଡ

author img

By

Published : Jan 15, 2022, 8:47 PM IST

Updated : Jan 16, 2022, 6:40 AM IST

ରାଜଧାନୀରେ ଗୋଷ୍ଠୀ ସଂର୍ଘଷ : ଗାଢକଣର ଜଣେ ଯୁବକଙ୍କୁ ହତ୍ୟା

ରାଜଧାନୀରେ ପୁଣି ଏକ ହତ୍ୟାକାଣ୍ଡ । ବିଚ ରାସ୍ତାରେ ଯୁବକକୁ ଛୁରାମାଡ଼ । ଛୁରାମାଡରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ସହିଦ ନଗର ଗଜପତି ନଗର ନିକଟ ପ୍ରେସ ଛକରେ ଘଟିଛି ଏ ଘଟଣା । ଅଧିକ ପଢନ୍ତୁ

ଭୁବନେଶ୍ବର : ରାଜଧାନୀରେ ପୁଣି ଏକ ହତ୍ୟାକାଣ୍ଡ । ବିଚ ରାସ୍ତାରେ ଯୁବକକୁ ଛୁରାମାଡ଼ । ଛୁରାମାଡରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ସହିଦ ନଗର ଗଜପତି ନଗର ନିକଟ ପ୍ରେସ ଛକରେ ଘଟିଛି ଏ ଘଟଣା । କେକ ଖାଉଥିବାବେଳେ ଦୁଇ ଜଣଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ।

ରାଜଧାନୀରେ ଗୋଷ୍ଠୀ ସଂର୍ଘଷ: କେକ ଖାଇବାବେଳେ ଆକ୍ରମଣ, ଗଡିଲା ଯୁବକଙ୍କ ମୁଣ୍ଡ

ଛୁରାମାଡରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣକ ନିରଞ୍ଜନ ପରିଡା ଓରଫ ଚିଣ୍ଟୁ ବୋଲି ଜଣାପଡିଛି । ଗୁରୁତର ହୋଇଥିବା ଯୁବକ ଜଣକ ବିଶାଳ ପାତ୍ର ବୋଲି ଜଣାପଡିଛି ।

ଯେକି ଗୁରୁତର ଅବସ୍ଥାରେ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ସହିଦନଗର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛି । ଗୋଷ୍ଠୀ ସଂଘର୍ଷକୁ ନେଇ ହତ୍ଯାକାଣ୍ଡ ହୋଇଥିବା ଜଣାପଡିଛି। ଅଭିଯୁକ୍ତମାନେ ନୟାପଲ୍ଲୀ ଅଞ୍ଚଳର ବୋଲି ସନ୍ଦେହ କରାଯାଉଛି । ଗୁରୁତର ଓ ମୃତ ଯୁବକ ଗାଢକଣର ବୋଲି ଜଣାପଡିଛି । ଛୁରାମାଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଫଳରେ ସ୍ଥାନୀୟ ଲୋକେ ଦୋକାନ‌ ବନ୍ଦ କରି ଛତ୍ରଭଙ୍ଗ ଦେଇଛନ୍ତି ।

ସେପଟେ ଏପରି ହତ୍ୟାକାଣ୍ଡ ନେଇ ରାସ୍ତାରୋକ କରିଛନ୍ତି ଗାଢକଣର ଯୁବକ । ଫଳରେ ଘଟଣାସ୍ଥଳରେ ଫସି ରହିଛି ଏକାଧିକ ଗାଡି ।ଗମନାଗମନରେ ସମସ୍ୟା ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକେ ହତ୍ୟାକାରୀଙ୍କ ଏପରି ଉତ୍ପାତ ଓ ପୋଲିସ ପାଟ୍ରୋଲିଂକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତେବେ ଏହା ଗୋଷ୍ଠୀ ସଂଘର୍ଷ ନୁହେଁ ବୋଲି ଖଣ୍ଡନ କରିଛନ୍ତି ଅତିରିକ୍ତ ଡିସିପି । ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated :Jan 16, 2022, 6:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.