ଏଥର ଫିକା ପଡିପାରେ ମେଲୋଡି କାର୍ଯ୍ୟକ୍ରମ, ରଙ୍ଗୀନ ଫୋକସ ଓ ଫ୍ଲାସ ଲାଇଟକୁ ବାରଣ

author img

By

Published : Sep 24, 2022, 7:45 AM IST

ଫିକା ପଡିପାରେ ମେଲୋଡି କାର୍ଯକ୍ରମ, ରଙ୍ଗୀନ ଫୋକସ ଓ ଫ୍ଲାସ ଲାଇଟକୁ ବାରଣ

ଫିକା ପଡିପାରେ ଚଳିତ ଦୁର୍ଗା ପୂଜାର ମେଲୋଡି କାର୍ଯ୍ୟକ୍ରମ । ଏଥର ପୂଜାରେ ବାଜିବ ୫ଟି ସାଉଣ୍ଡ ବକ୍ସ, ରଙ୍ଗୀନ ଫୋକସ ଓ ଫ୍ଲାସ ଲାଇଟକୁ ବାରଣ କରାଯାଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ଫିକା ପଡିପାରେ ଚଳିତ ଦୁର୍ଗା ପୂଜାର ମେଲୋଡି କାର୍ଯ୍ୟକ୍ରମ । ପୋଲିସ ସାଉଣ୍ଡ ଉପରେ ଲଗାଇଲା କଟକଣା । ୬୫ ଡିସିମିଲିରୁ ଉଚ୍ଚ ଶବ୍ଦରେ ବଜାଇପାରିବେନି ଡିଜେ କି ମ୍ୟୁଜିକ ବ୍ୟାଣ୍ଡ । ପୂଜା ପାଇଁ ନିୟମାବଳୀ ଜାରି କଲା କମିଶନରେଟ ପୋଲିସର ଭୁବନେଶ୍ବର ଟିମ । ପୂଜା ମଣ୍ଡପରେ ବାଜି ପାରିବ ମାତ୍ର ୫ଟି ସାଉଣ୍ଡ ବକ୍ସ । ୬୫ ଡିସିମିଲ ପର୍ଯନ୍ତ ହୋଇପାରିବ ସଙ୍ଗୀତ ଓ ବାଦ୍ୟ ପରିବେଷଣ ।

ମ୍ୟୁଜିକ ଅପରେଟର ସାଉଣ୍ଡ ଲିମିଟର ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି । ଗୋଟିଏ ମେଢ ପାଇଁ ଗୋଟିଏ ବ୍ୟାଣ୍ଡ ଓ ଗୋଟିଏ ମ୍ୟୁଜିକ ପାର୍ଟି ପାଇଁ ଅନୁମତି ଦିଆଯାଇଛି । ପ୍ରତ୍ୟେକ ମ୍ୟୁଜିକ ଓ ବ୍ୟାଣ୍ଡ ପାର୍ଟି ସାଉଣ୍ଡ ଲାଇସେନ୍ସ ନେବା ବାଧ୍ୟତାମୂଳକ ହୋଇଛି । କୋର୍ଟ, ସ୍କୁଲ, କଲେଜ ଓ ‌ହସ୍ପିଟାଲ ଠାରୁ ୧୦୦ମିଟିର ଦୂରତା ମଧ୍ୟରେ ବଜାଇପାରିବେନି ସାଉଣ୍ଡ ବା ମ୍ୟଜିକ ସୋ । ପ୍ରତ୍ୟେକ ମେଢକୁ ୬ଟି ଟ୍ରଲିରେ ଭସାଣି ପାଇଁ ଅନୁମତି ଦିଆଯାଇଛି । ରଙ୍ଗୀନ ଫୋକସ ଓ ଫ୍ଲାସ ଲାଇଟକୁ ମଧ୍ୟ ବାରଣ କରାଯାଇଛି ।

ପ୍ରତି‌ ମେଢ ପାଇ ଗୋଟିଏ‌ ବ୍ୟାଣ୍ଡ ଓ ଗୋଟିଏ ମ୍ୟୁଜିକ ପାର୍ଟି ‌ପାଇଁ ଅନୁମତି ‌ରହିଛି । ନିର୍ଦ୍ଧାରିତ ରୁଟରେ ମେଢ ସହ‌ ଭସାଣି କରିପାରିବେ ପୂଜା ମଣ୍ଡପ କର୍ତ୍ତୃପକ୍ଷ । ଜାତୀୟ ରାଜପଥ ଉପରେ କରିପାରିବେନି ମ୍ୟୁଜିକ ସୋ କି ବ୍ୟାଣ୍ଡ ପାର୍ଟି ପରିବେଷଣ । ଡିସିପି ଅଫିସରୁ ଲାଇସେନ୍ସ ନେବା ପାଇଁ ବାଧ୍ୟତାମୂଳକ କରାଯାଇଛି । ଅନ୍ୟ କୋଣସି ଲାଇସେନ୍ସରେ କରିପାରିବେନି ମ୍ୟୁଜିକ କି ସାଉଣ୍ଡ ପରିବେଷଣ।

ଏହା ବି ପଢନ୍ତୁ- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ସରକାର: ବିଜୟ ମହାପାତ୍ର

ମ୍ୟୁଜିକ ଅପରେଟରଙ୍କୁ କସାଉଣ୍ଟ ଲିମିଟର ଲଗାଇବାକୁ ବାଧ୍ୟତାମୂଳକ‌ କରାଯାଇଛି । ଏହି ନିୟମକୁ ଉଲ୍ଲଙ୍ଘନ କଲେ ମ୍ୟୁଜିକ ପାର୍ଟି ବା ଡିଜେ ବା ସାଉଣ୍ଡକୁ ସିଜ କରିପାରେ କମିଶନରେଟ ପୋଲିସ । ସାଉଣ୍ଡ ପରିବେଷଣ ଉପରେ ସୁ୍ପ୍ରିମକୋର୍ଟର କଟକଣା ଓ ଓଡିଶା ପଲ୍ୟୁସନ ଆକ୍ଟ ଆଧାରରେ ଏହା କଡାକଡି ହେବ ନିୟମ ବୋଲି ପ୍ରେସ ରିଲିଜ ଜରିଆରେ ସୂଚିତ କରିଛି କମିଶନରେଟ ପୋଲିସ ।

ଗତ ୨ ବର୍ଷ କୋରୋନା କଟକଣା ପରେ ଏଥର ପାର୍ବଣରେ ଜମିବ ଲୋକଙ୍କ ଗହଳି । ପୂଜା ମାହୋଲକୁ ଜାକଜକମ କରିବା ପାଇଁ ପ୍ରସ୍ତୁତି ଜୋରଦାରରେ ଚାଲିଛି । ଶ୍ରଦ୍ଧାଳୁ ପୂଜା ମଣ୍ଡପରେ ମାଆଙ୍କୁ ଦର୍ଶନ ଲାଗି ଉତ୍ସାହିତ ରହିଛନ୍ତି । କାରଣ ମହାମାରୀ ଯୋଗୁଁ ଗତ ୨ ବର୍ଷ ଧରି ପୂଜା ମଣ୍ଡପରେ ଦର୍ଶନକୁ ବାରଣ କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.