ETV Bharat / city

ରୋଗୀଙ୍କ ସହ କଥାହେବେ ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀ

author img

By

Published : Aug 22, 2019, 3:50 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ରୋଗୀଙ୍କ ସହ ସିଧାସଳଖ କଥା ହେବେ ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟ ମନ୍ତ୍ରୀ । ରୋଗୀଙ୍କ ଅଭିଯୋଗ ଶୁଣାଣି ପାଇଁ ହେଉଛି ସ୍ବତନ୍ତ୍ର ବ୍ୟବସ୍ଥା । ସିଡିଏମଓ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ।

ଭୁବନେଶ୍ବର: ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟକାରୀ ହେବ ମୋ ସରକାର ଓ ନିର୍ମଳ ଯୋଜନା । ରୋଗୀଙ୍କ ସହ ସିଧାସଳଖ କଥା ହେବେ ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀ । ରୋଗୀଙ୍କ ଅଭିଯୋଗ ଶୁଣାଣି ପାଇଁ ହେଉଛି ସ୍ବତନ୍ତ୍ର ବ୍ୟବସ୍ଥା । ଅଭିଯୋଗ ପ୍ରମାଣିତ ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ସିଡିଏମଓ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

‘ମୋ ସରକାର ଯୋଜନା’ ଆସନ୍ତା ଅକ୍ଟୋବର 2 ରୁ ଆରମ୍ଭ ହେବାକୁ ଥିବାବେଳେ ଏବେ ଠୁ ପ୍ରସ୍ତୁତି ଆରମ୍ଭ କଲେଣି ସରକାର । ମେଡିକାଲକୁ ଆସୁଥିବା ସମସ୍ତ ରୋଗୀ କିଭଳି ଭାବରେ ସୁରକ୍ଷିତ ଓ ସମସ୍ତ ସୁବିଧା ପାଇପାରିବେ ସେ ଉପରେ ଦୃଷ୍ଟି ରଖାଯିବ ।

ସମସ୍ତ ରୋଗୀଙ୍କୁ କିଭଳି ଭାବରେ ତଦାରଖ କରାଯିବ ସେ ନେଇ ଉକ୍ତ ସମ୍ମିଳନୀରେ ଆଲୋଚନା ହୋଇଥିଲା । ନିର୍ମଳ ଯୋଜନାରେ ମଧ୍ୟ ମେଡିକାଲ ଗୁଡିକ ସଫା ରଖିବା, ରୋଗୀମାନେ ବ୍ୟବହାର କରୁଥିବା ବେଡକୁ ସ୍ବଚ୍ଛ ରଖିବା ଓ ମେଡିକାଲରେ ସିକ୍ୟୁରିଟି ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

କୌଣସି ମେଡିକାଲରେ ଯଦି ଅସୁବିଧା ଦେଖାଯାଏ ତାହାର ସମାଧାନ କରିବାକୁ ଚେଷ୍ଟା କରାଯିବ ବୋଲି ଏହି ଅବସରରେ କଳାହାଣ୍ଡି ସିଡିଏମଓ ବନଲତା ଦେବୀ କହିଛନ୍ତି।

ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଉଚ୍ଚ ପଦସ୍ଥ ଅଧିକାରୀମାନେ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଆସନ୍ତା ୨୬ରେ ନୂଆଦିଲ୍ଲୀ ରେ ହେବାକୁଯାଉଛି ମାଓ ମୁକାବିଲା ବୈଠକ ।ଏହି ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା କାଲି ଦିଲ୍ଲୀ ଯିବେ ନବୀନ ।
ବୈଠକରେ ଯୋଗଦେବା ପୂର୍ବରୁ ଏନେଇ ରାଜ୍ୟ ସଚିବାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ।୧୧ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଙ୍କ ସମେତ ମୁଖ୍ୟ ଶାସନ ସଚିବ ଙ୍କ ସମେତ ଡିଜିପି ଯୋଗଦେବେ । ସୁରକ୍ଷା ସମ୍ଭୋଦରେ ୧୦ ଏଜେଣ୍ଡା ଉପରେ ଆଲୋଚନା ହେବ ।ଏହି ବୈଠକରେ ବିଏସଏଫ ,ସିଆରପିଏଫ ଓ ଆଇଟିବିପିର ବରିଷ୍ଠ ଅଧିକାରୀ ମନେ ଯୋଦେବାର ସୂଚନା ରହିଛି ।
ମାଓ ଉପଦ୍ରୁତ ଜିଲ୍ଲାଗୁଡିକରେ ଅପରେସନ ତୀବ୍ର କରିବା ଖାଲିଥିବା ପଦପଦବୀରେ ତୁରନ୍ତ ନିଯୁକ୍ତି ମାଓ ସଂଗଠନକୁ ଆସୁଥିବା ଅର୍ଥ ଉପରେ ଲଗାମ ଲଗାଇବା ରୁଜୁ ହୋଇଥିବା ମାମଲାର ତଦନ୍ତ ଓ ଗିରଫଦାରୀ କରିବା ମାଓ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ମାଓ ଦମନ ପାଇଁ ରାଜ୍ଯ ଗୁଡିକ ମଧ୍ୟରେ ସମନ୍ଵୟ ଭଳି ଦଶଟି ବିଷୟରେ ବୈଠକରେ ଚର୍ଚ୍ଚା ଚାଲିଛି।ବୈଠକ ଶେଶରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ,

Body:ମାଓ ଉପଦ୍ରବ ଅଞ୍ଚଳର ବିକାଶ ଓ ମାଓ ମୁକାବିଲା ନେଇ ବିସ୍ତୃତ ଆଲୋଚନା ହୋଇଛି ।ବିଶେଷ କରି ଟେଲିଫୋନ ଟାଓ୍ଵାର ବ୍ୟାଙ୍କ ସେବା ଯୋଗାଇଵା ପାଇଁ କରିବ ।
୧୫ଟି ଜିଲ୍ଲାରୁ ଆସି ୫ ଜିଲ୍ଲାରେ ମାଓ ଉପଦ୍ରବ ସିମୀତ ରହିଛି ।ଆହୁରି ସଫଳତା ଆଗକୁ କିଭଳି ମିଳବ ସେନେଇ ଆଲୋଚନା ହୋଇଛି ।

Conclusion:ବର୍ତ୍ତମାନ ଦକ୍ଷୀଣ ଓଡ଼ିଶାର ୮ ହଜାର ଗଁଆ ରେ ମୋବାଇଲ ଟାଓ୍ଵାର ନାହିଁ ।ସେଥିରେ ୬ହଜାର ନକ୍ସଲ ପ୍ରବଣ ଗଁଆ ରେ ଟାଓ୍ଵାର ନାହିଁ ।ଗୁରୁପ୍ରିୟା ସେତୁ ହେବା ପରେ ନକ୍ସଲ ପାଦୃଭାବ କମିଛି ।ଗୁରୁପ୍ରିୟା ଭଳି ଆହୁରି ଅନେକ ପ୍ରୋଜେକ୍ଟ କରାଯିବ ।ରୋଡ ଓ ଟ୍ରାନ୍ସପୋର୍ଟ ର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.