ETV Bharat / city

YearEnder 2021: Master Stroke ମାରିଲେ ନବୀନ, ବିରୋଧୀ ଚିତପଟାଙ୍ଗ

author img

By

Published : Dec 30, 2021, 5:29 PM IST

Updated : Dec 30, 2021, 7:18 PM IST

YearEnder 2021
YearEnder YearEnder 20212021

ବର୍ଷ 2021 ଜାନୁୟାରୀ 12 ତାରିଖରେ ନବୀନ ମାରିଥିଲେ ପ୍ରଥମ ମାଷ୍ଟରଷ୍ଟ୍ରୋକ । ଏହି ଦିନ ଘୋଷଣା ହୋଇଥିଲା ତାଳସାରୀ ଓ ଚନ୍ଦ୍ରଭାଗା ବେଳାଭୂମିକୁ ବିଶ୍ବସ୍ତରୀୟ ଘୋଷଣା । ଏହାସହ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ସମ୍ପର୍ଣ୍ଣ ଫି’ ଛାଡ ଘୋଷଣା କରିଥିଲେ ନବୀନ । ଫଳରେ ଉପକୃତ ହେଲେ ରାଜ୍ୟର ୬ ଲକ୍ଷ ପରୀକ୍ଷାର୍ଥୀ । ଆଉ ବର୍ଷ ତମାମ ଗୋଟିଏ ପରେ ଗୋଟିଏ ମାଷ୍ଟରଷ୍ଟ୍ରୋକ ମାରି ବିରୋଧୀଙ୍କୁ ଘାଇଲା କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଭୁବନେଶ୍ବର: ଆଉ ମାତ୍ର କେଇ ଘଣ୍ଟା ମଧ୍ୟରେ ପୃଥିବୀ ପୃଷ୍ଠରୁ ବିଦାୟ ନେବ ବର୍ଷ 2021 । ଏହି ବର୍ଷଟି ସାରା ବିଶ୍ବବାସୀଙ୍କ ପାଇଁ ସବୁଦିନ ମନେ ରହିବ । କାରଣ କୋଭିଡ ମହାମାରୀ ପାଇଁ ସାରା ବିଶ୍ବ ଡାକିଥିଲା ତ୍ରାହି ତ୍ରାହି । ସବୁଠି ପଡିଥିଲା ତାଲା । ପାଦେ ପାଦେ ଛକି ରହିଥିଲା ମୃତ୍ୟୁ । କୌଣସି ନୂଆ ଚିନ୍ତା କରିବା ତ ଦୂରର କଥା, ମଣିଷ ବଞ୍ଚିବା ପାଇଁ କରିଥିଲା ସଂଘର୍ଷ । ପୁରା ମାନବ ଜାତିର କାୟାକଳ୍ପ ବଦଳାଇ ଦେଇଛି ମହାମାରୀ ।

ହେଲେ ହତାଶାର ବାଦଲକୁ ହଟାଇ ରାଜ୍ୟ ସରକାର ଦୌଉଡାଇଥିଲେ ବିକାଶର ଦୃତ ଗାଡି । ଗୋଟିଏ ପଟେ ମହାସଂକଟର ମୁକାବିଲା, ଅନ୍ୟପଟେ ନବୀନ କରିଚାଲିଥିଲେ ମହାବିକାଶ । ରାଜ୍ୟବାସୀଙ୍କ ଖୋଲି ଦେଲେ ବିକାଶର ଭଣ୍ଡାର । ସବୁବର୍ଗର ଲୋକଙ୍କ ପାଇଁ ଘୋଷଣା ହେଲା ପ୍ୟାକେଜ । ସଭିଏଁ ଚଢିଲେ ବିକାଶ ଗାଡି । ମହିଳାଙ୍କୁ ମିଶନ ଶକ୍ତି ଜରିଆରେ କରାଗଲା ଶକ୍ତିଶାଳୀ । ଗରିବ, ଖଟିଖିଆ, ମଧ୍ୟବିତ୍ତ, ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମି, ଗମନାଗମନ, ଶିଳ୍ପ ପର୍ଯ୍ୟଟନ, ଧାର୍ମିକ କ୍ଷେତ୍ରର ବିକାଶ ପାଇଁ କୋଭିଡ କଟକଣା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରିଲେ ମାଷ୍ଟରଷ୍ଟ୍ରୋକ । ଯାହାକୁ ନେଇ ସାରା ବର୍ଷ ଚର୍ଚ୍ଚାରେ ଥିଲେ ନବୀନ । ଏହାକୁ ନେଇ ପଢନ୍ତୁ ଆମର ସ୍ବତନ୍ତ୍ର ଉପସ୍ଥାପନା ଫର୍ଦ୍ଦ-2021 ରେ ନବୀନଙ୍କ ମାଷ୍ଟରଷ୍ଟ୍ରୋକ...

କୋଭିଡ କଟକଣା ପୁରା କଡାକଡି ଥିବା ସତ୍ତ୍ବେ ରାଜ୍ୟ ସରକାର ବିକାଶ ପ୍ରକ୍ରିୟାକୁ ଶୀତଳ ଭଣ୍ଡାରକୁ ଠେଲି ଦେଇନଥିଲେ । ଗୋଟିଏ ପଟେ କୋଭିଡ ସହ ଲଢେଇ ଅନ୍ୟପଟେ ବିକାଶ ପାଇଁ ପୁଞ୍ଜି ବର୍ଷା କରିଚାଲିଥିଲେ ରାଜ୍ୟ ସରକାର ।

ବର୍ଷ 2021 ଜାନୁୟାରୀ 12- ରେ ନବୀନ ମାରିଥିଲେ ପ୍ରଥମ ମାଷ୍ଟରଷ୍ଟ୍ରୋକ । ଏହି ଦିନ ଘୋଷଣା ହୋଇଥିଲା ତାଳସାରୀଓ ଚନ୍ଦ୍ରଭାଗା ବେଳାଭୂମିକୁ ବିଶ୍ବସ୍ତରୀୟ ଘୋଷଣା । ଏହାସହ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ସମ୍ପର୍ଣ୍ଣ ଫି’ ଛାଡ ଘୋଷଣା କରିଥିଲେ ନବୀନ । ଫଳରେ ଉପକୃତ ହେଲେ ରାଜ୍ୟର ୬ ଲକ୍ଷ ପରୀକ୍ଷାର୍ଥୀ ।

25 ଜାନୁଆରୀ- ସାରା ରାଜ୍ୟରେ ସ୍କୁଲ ଆଡପ୍ଟ ପାଇଁ ଅନୁରୋଧ କଲେ ନବୀନ । ପୁରାତନ ଛାତ୍ରଛାତ୍ରୀ ଆଗେଇ ଆସିଲେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ସଜାଡିବାକୁ । ଏହାସହ ଏହି ଦିନ ଘୋଷଣା ହେଲା ଶିଶୁ ଓ ମହିଳାଙ୍କ ପାଇଁ 62 ଟି ସ୍ବତନ୍ତ୍ର ଡେକ୍ସ ।

23 ଫେବୃଆରୀ- ପିପିଲି ବିକାଶ ପାଇଁ 68 କୋଟି ଘୋଷଣା । ସତ୍ୟବାଦୀ ଓଡିଆ ବିଶ୍ବବିଦ୍ୟାଳୟକୁ ଅନୁମୋଦନ

29 ମେ- ରାଜ୍ୟ ବାରମ୍ବାର ବିପର୍ଯ୍ୟୟ ସାମନା କରୁଥିବାରୁ ସମସ୍ତଙ୍କୁ ବିପର୍ଯ୍ୟୟ ମୁକାବିଲା ତାଲିମ ଦେବାକୁ ଘୋଷଣା

1 ଜୁନ- ମହିଳାଙ୍କୁ ସ୍ବାବଲମ୍ବୀ ଓ ଆର୍ଥିକ ସ୍ତରରେ ସ୍ବାଧୀନ କରିବା ପାଇଁ ସ୍ବତନ୍ତ୍ର ଭାବେ କାର୍ଯ୍ୟକ୍ଷମ ହେଲା ମିଶନ ଶକ୍ତି ବିଭାଗ

9 ଜୁନ- ପୂର୍ବ ଭାରତର ପ୍ରଥମ ଫୁସଫୁସ ଜନିତ ମେଡିସିନ ଉତ୍କର୍ଷ କେନ୍ଦ୍ର ଉଦଘାଟିତ କଲେ ମୁଖ୍ୟମନ୍ତ୍ରୀ

12 ଜୁନ- ତୃତୀୟଲିଙ୍ଗ (କିନ୍ନର)ଙ୍କୁ ଆତ୍ମନିର୍ଭରଶୀଳ ପାଇଁ ଓଡିଶା ପୋଲିସରେ ନିଯୁକ୍ତି ଘୋଷଣା

26 ଜୁନ- ରାଜ୍ୟର 39 କ୍ରୀଡାବିତଙ୍କୁ ଓଡିଶା ପୋଲିସରେ ନିଯୁକ୍ତି

26 ଜୁନ- ଅପରାଧ ନିୟନ୍ତ୍ରଣ ଛିନତାଇ ରୋକିବା ପାଇଁ E-FIR ବ୍ୟବସ୍ଥାର ସମ୍ପ୍ରସାରଣ

1 ଜୁଲାଇ- ପକ୍ସୋ ମାମଲାର ତୁରନ୍ତ ବିଚାର ଲାଗି ୧୫ ଟି ଫାଷ୍ଟ ଟ୍ରାକ କୋର୍ଟ ଘୋଷଣା

6 ଜୁଲାଇ- ରାଜ୍ୟର ଶିଳ୍ପ କ୍ଷେତ୍ର ପାଇଁ ବଡ ଘୋଷଣା । 1.46 ଲକ୍ଷ କୋଟିର 5ଟି ଶିଳ୍ପକୁ ଅନୁମୋଦନ । 27 ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି

9 ଜୁଲାଇ - ମନରେଗା ଶ୍ରମିକଙ୍କ ମଜୁରୀ 50 ଟଙ୍କା ବୃଦ୍ଧି, 32 ଲକ୍ଷ ଶ୍ରମିକଙ୍କୁ 352 କୋଟି ଟଙ୍କା ଘୋଷଣା

14 ଜୁଲାଇ- ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ ପାଇଁ ୩୦୦ ଶଯ୍ୟାକୁ ବୃଦ୍ଧି ହେବ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

17 ଜୁଲାଇ- କ୍ୟାବିନେଟରେ ବାଜିଲା CET ମହାବିଦ୍ୟାଳୟକୁ ଏକକ ବିଶ୍ବବିଦ୍ୟାଳୟର ମୋହର

19 ଜୁଲାଇ- କୃଷି କ୍ଷେତ୍ର ପାଇଁ ବଡ ପଦକ୍ଷେପ । ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପର ଲୋକାର୍ପଣ

20 ଜୁଲାଇ- କୃଷି ମନ୍ତ୍ରୀଙ୍କ ଦ୍ବାରା ‘ମୋ ବାଡି-ମୋ ବଗିଚା’ କାର୍ଯ୍ୟକ୍ରମର ଶୁଭାରମ୍ଭ

22 ଜୁଲାଇ- ଗୋପାଳପୁରରେ ଦେଶର ସବୁଠୁ ବଡ ଚା’ ପ୍ୟାକେଜିଂ ୟୁନିଟର ଉଦଘାଟିତ । 100 କୋଟି ବିନିଯୋଗରେ ସୃଷ୍ଟି ହେବ 900 ନିଯୁକ୍ତି

24 ଜୁଲାଇ- ଏକ ହଜାର ୫୩୭ କୋଟିର ୧୪ ଟି ଶିଳ୍ପ ପ୍ରକଳ୍ପର ଉଦଘାଟିତ । ୩ ହଜାର ୭୭୩ ଜଣଙ୍କୁ ମିଳିବ ନିଯୁକ୍ତି

28 ଜୁଲାଇ- ରାଜ୍ୟର 4 ହଜାର ପଡାକୁ ରାଜସ୍ବ ଗାଁର ମାନ୍ୟତା

30 ଜୁଲାଇ- ଶିକ୍ଷାକ୍ଷେତ୍ରରେ ବୈପ୍ଲବିକ ନିଷ୍ପତ୍ତି । ୬୩ ହଜାର ୩୦୩ ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି ଘୋଷଣା

30 ଜୁଲାଇ- 185 ଜୁନିଅର DEO ଙ୍କୁ ନିଯୁକ୍ତି ଦେଲେ ସରକାର

9 ଅଗଷ୍ଟ- କ୍ରୀଡା ଭିତ୍ତିଭୂମି ସୁଦୃଢ ପାଇଁ 89 ଟି ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଘୋଷଣା । ଖର୍ଚ୍ଚ ହେବ 694 କୋଟି ଟଙ୍କା

20 ଅଗଷ୍ଟ- ମାଲକାନଗିରିରୁ BSKY ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ସେବାର ଡିଜିଟାଲ କାର୍ଡ ବଣ୍ଟନର ଶୁଭାରମ୍ଭ

21 ଅଗଷ୍ଟ- ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁରୁ ଆରମ୍ଭ ହେଲା ସ୍କୁଲ ରୂପାନ୍ତରଣ କାର୍ଯ୍ୟ । ପ୍ରାଥମିକ ପର୍ଯ୍ୟାୟରେ 1078 ଟି ସ୍କୁଲ ପରେ ଦ୍ବିତୀୟ ପର୍ଯ୍ୟାୟରେ ଆସନ୍ତାବର୍ଷ ମାର୍ଚ୍ଚ ସୁଦ୍ଧା 3300 ସ୍କୁଲର ହେବ ରୂପାନ୍ତରଣ

27 ଅଗଷ୍ଟ- କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ ଓ କଲେଜ (ଏସସିବି)ରେ ପୂର୍ବ ଭାରତର ସବୁଠାରୁ ବଡ ଏକମୋ ୟୁନିଟ ସ୍ଥାପନ

27 ଅଗଷ୍ଟ- ପରିବେଶ ଅନୁକୂଳ ପାଇଁ ଇ-ଯାନ ପଲିସିକୁ ରାଜ୍ୟ କ୍ୟାବିନେଟର ମୋହର

1 ସେପ୍ଟେମ୍ବର- ପଶ୍ଚିମ ଓଡିଶାର ଅନ୍ୟତମ ଆଧ୍ୟାତ୍ମିକ ସ୍ଥଳୀ ହରିଶଙ୍କର ଏବଂ ନୃସିଂହନାଥର ବିକାଶ ପାଇଁ ନୀଳନକ୍ସା ଉନ୍ମୋଚନ । ଡିସେମ୍ବର 2022 ସୁଦ୍ଧା ଶେଷ ହେବ କାର୍ଯ୍ୟ

3 ସେପ୍ଟେମ୍ବର- ଗମନାଗମନକୁ ଆହୁରି ଲୋକାଭିମୁଖି ଓ ସହଜ ପାଇଁ ଓଡିଶା ରାଜ୍ୟ ସଡକ ପରିବହନ ନିଗମ (Odisha State Road Transport Corporation) ର ୧୧୦ ଟି ନୂଆ ବସ ଲୋକାର୍ପଣ

2 ଅକ୍ଟୋବର- ଅମୃତ ଯୋଜନାରେ ଡ୍ରିଙ୍କ ଫର୍ମ ଟ୍ୟାପ କାର୍ଯ୍ୟକ୍ରମ ପୁରୀରୁ ଶୁଭାରମ୍ଭ । ଦେଶର ପ୍ରଥମ ସହର ଭାବେ ପୁରୀବାସୀ ପାଇଲେ ବିଶୁଦ୍ଧ ପାନୀୟ ଜଳ

8 ଅକ୍ଟୋବର- ଏଗ୍ରି କନକ୍ଲେଭ ଆରମ୍ଭ

9 ଅକ୍ଟୋବର- ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମାଣ ହେବ ୩ ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ । ଉପକୃତ ହେବେ ଜିଲ୍ଲାବାସୀ

26 ଅକ୍ଟୋବର- ରାଜ୍ୟରେ ୩୪ ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ପ୍ରତିଷ୍ଠା ନେଇ ଘୋଷଣା

26 ଅକ୍ଟୋବର- ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪୦ ଟି କଲେଜର ରୂପାନ୍ତିକରଣ ପ୍ରକ୍ରିୟାର ଶୁଭାରମ୍ଭ

3 ନଭେମ୍ବର- ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାରିଶ୍ରମିକ ୨୫ ପ୍ରତିଶତ ବୃଦ୍ଧି ଘୋଷଣା

4 ନଭେମ୍ବର- ତୈଳଦରରୁ ଭାଟ କମାଇଲେ ରାଜ୍ୟ ସରକାର

10 ନଭେମ୍ବର- ସଡକ ସୁରକ୍ଷା କରିବ ‘ରକ୍ଷକ’ ୩୦ ହଜାର ପ୍ରଥମ ଜୀବନ ରକ୍ଷାକାରୀ ପାଇବେ ତାଲିମ । ସଡକ ଦୁର୍ଘଟଣାରେ ମୃତ୍ୟୁ ହାର କମାଇବାକୁ ପଦକ୍ଷେପ

24 ନଭେମ୍ବର- ରାଜ୍ୟ ଇଲେକ୍ଟ୍ରୋନିକ୍ସ ନୀତି ୨୦୨୧ର ଘୋଷଣା । ୨୦୨୬ ସୁଦ୍ଧା ଇଲେକ୍ଟ୍ରୋନିକ୍ସ ଶିଳ୍ପରେ ଆଗୁଆ ହେବ ଓଡିଶା

27 ନଭେମ୍ବର- ଜଳ ପରିଚାଳନାରେ ସମନ୍ବୟ ଲାଗି ଲଞ୍ଚ ହେଲା Awssar (association of water supply and sanitation organisation)

9 ଡିସେମ୍ବର- ଗୋପାଳପୁରରେ ହେବ ଆମୋନିୟମ ନାଇଟ୍ରେଟ ପ୍ଲାଣ୍ଟ । ଖର୍ଚ୍ଚ ହେବ 2200 କୋଟି । ନିଯୁକ୍ତି ପାଇବେ 18 ଶହ

14 ଡିସେମ୍ବର- ରାଜ୍ୟରେ ଖୋଲିବ 14ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା

16 ଡିସେମ୍ବର- 89ଟି ବହୁମୁଖୀ ଇନଡୋର ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

17 ଡିସେମ୍ବର- କେନ୍ଦ୍ରାପଡାରେ ପ୍ରତିଷ୍ଠା ହେବ ଦେଶର ସର୍ବବୃହତ ଷ୍ଟିଲପ୍ଲାଣ୍ଟ । ୧ ଲକ୍ଷ କୋଟି ବିନିଯୋଗରେ ପ୍ରତିଷ୍ଠା ହେବ ସମନ୍ବିତ ଷ୍ଟିଲ ପ୍ଲାଣ୍ଟ

20 ଡିସେମ୍ବର- ଓଡିଶାର ଦୀର୍ଘତମ ସେତୁ ଉଦଘାଟିତ । ୧୧୧ କୋଟି ଟଙ୍କାରେ ନିର୍ମିତ ୩.୪ କିଲୋମିଟର T- ସେତୁ ଲୋକାର୍ପିତ

21 ଡିସେମ୍ବର- PDS ହିତାଧିକାରୀଙ୍କୁ 1 ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା

21 ଡିସେମ୍ବର- ବିଜୁ ପକ୍କାଘର ମରାମତି ପାଇଁ ମିଳିବ 3 ହଜାର ଟଙ୍କା

22 ଡିସେମ୍ବର- BSKY ହିତାଧିକାରୀଙ୍କୁ 1 ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ଘୋଷଣା

23 ଡିସେମ୍ବର- ସମ୍ବାଦପତ୍ର ହକରର୍ସମାନଙ୍କୁ କୋଭିଡ ସ୍ବତନ୍ତ୍ର ସହାୟତା ରାଶି ପ୍ରଦାନ । ହକରର୍ସଙ୍କୁ ସାମାଜିକ ସୁରକ୍ଷାରେ ସାମିଲ ନେଇ ଘୋଷଣା ।

23 ଡିସେମ୍ବର- ରାଜ୍ୟର 55 ଟି ନୂତନ ବସ ଷ୍ଟାଣ୍ଡ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

23 ଡିସେମ୍ବର- ରାଜ୍ୟର ୧୧ ହଜାର ୪୦୩ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ । ଏପ୍ରିଲ ୨୨ ସୁଦ୍ଧା ଶେଷ ହେବ ନିଯୁକ୍ତି

24 ଡିସେମ୍ବର- ଉଠା ଦୋକାନୀଙ୍କୁ କୋଭିଡ ସହାୟତା ଘୋଷଣା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Dec 30, 2021, 7:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.